Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୨୪୧ ରନରେ ଇଂଲଣ୍ଡ ଆଗୁଆ

ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ଜାରି ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୫୭୮ ରନ ସଂଗ୍ରହ କରିଥିଲା।

ହେଲେ ଭାରତ ସମସ୍ତ ୱିକେଟ ହରାଇ ମାତ୍ର ୩୩୭ ରନ କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଅଛି। ଇଂଲଣ୍ଡର ପ୍ରଥମ ଇନିଂସରେ ଜୋସେଫ ବର୍ନ୍ସ ୩୩ ରନ କରିଥିବା ବେଳେ ଡମ ସିବ୍ଲି ୮୭, ଅଧିନାୟକ ଜୋ ରୁଟ ୨୧୮, ବେନ ଷ୍ଟ୍ରୋକ୍ସ ୮୨ ରନ, ଜସ ବଟଳର ୩୦ ରନ ଏବଂ ଓଲ୍ଲୀ ପୋପ ୩୪ ରନ କରିଥିଲେ। ଭାରତୀୟ ଦଳ ପକ୍ଷରୁ ଇଶାନ୍ତ ଶର୍ମା ୨ ଟି ୱିକେଟ ନେଇଥିବା ବେଳେ ଜସପ୍ରିତ ବୁମରା ୩ ଟି, ଅଶ୍ଵିନୀ ୩ ଟି ଏବଂ ସାହାବଜ ନଦୀମ ୨ ଟି ୱିକେଟ ଅକ୍ତିଆର କରିଥିଲେ।

ସେହିପରି ପ୍ରଥମ ଇନିଂସରେ ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୯୧ ରନ କରିଥିବା ବେଳେ ୱାସିଙ୍ଗଟନ ସୁନ୍ଦର ଅପରାଜିତ ୮୫, ଚେତେଶ୍ଵର ପୂଜାରା ୭୩ ରନ, ଅଶ୍ଵିନୀ ୩୧ ରନ ଏବଂ ଶୁବମାନ ଗିଲ ୨୯ ରନ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ଡମ ବେସ ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଜେମ୍ସ ଆଣ୍ଡର୍ସନ, ଯୋଫ୍ରା ଆର୍ଚର ଏବଂ ଜାକ ଲିଚ ୨ ଟି ଲେଖାଏଁ ୱିକେଟ ହାସଲ କରିଥିଲେ।