Categories
ଆଜିର ଖବର ଜାତୀୟ ଖବର

ମନ୍ କୀ ବାତ ଉପରେ ଗବେଷଣା କରି ଅନୁସନ୍ଧାନକୁ ସେୟାର କରିଥିବାରୁ ଖୁସିବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଉପରେ ଅନେକ ଲୋକ ବ୍ୟାପକ ଗବେଷଣା କରିଥିବା ଏବଂ ସେମାନଙ୍କର ଅନୁସନ୍ଧାନକୁ ଜନସାଧାରଣଙ୍କ ସହ ବାଣ୍ଟିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି।

ସେ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ’ ଶୀର୍ଷକ ଏକ ପୁସ୍ତକ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ମନ୍ କି ବାତ୍ କିପରି ସାମାଜିକ ପରିବର୍ତ୍ତନ ପାଇଁ ଏକ ମାଧ୍ୟମ ପାଲଟିଛି ତାହା ଦର୍ଶାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ମୁଁ ଖୁସି ଯେ ବର୍ଷ ବର୍ଷ ଧରି ଅନେକ ଲୋକ ମନ କି ବାତ୍ ଉପରେ ବ୍ୟାପକ ଅନୁସନ୍ଧାନ କରିଛନ୍ତି ଏବଂ ସେମାନଙ୍କର ଅନୁସନ୍ଧାନ ତଥ୍ୟକୁ ଲୋକଙ୍କ ସହ ବାଣ୍ଟିଛନ୍ତି। ଅନ୍ୟ ଏକ ପ୍ରୟାସ ହେଉଛି ବ୍ଲୁ କ୍ରାଫ୍ଟ ଡିଜିଟାଲ ଫାଉଣ୍ଡେସନ ଦ୍ୱାରା ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ’ ପୁସ୍ତକ, ଯାହା ଦର୍ଶାଇଛି ଯେ ଏହି କାର୍ଯ୍ୟକ୍ରମ କିପରି ସାମାଜିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି। ଏହି କାମ ପାଇଁ ସେମାନଙ୍କୁ ଅଭିନନ୍ଦନ। “

Categories
ଆଜିର ଖବର ଜାତୀୟ ଖବର

ପରିବର୍ତ୍ତନ ଚିନ୍ତା କରୁଥିବା ଯୁବକମାନେ ମୋଦୀଙ୍କ ଏହି ପୁସ୍ତକକୁ ନିହାତି ପଢ଼ିବା ଦରକାର: ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନୂତନ ପୁସ୍ତକ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଦ୍ୱାରା ନିଆଯାଇଥିବା ଏକ ଅନନ୍ୟ ଯାତ୍ରାର କାହାଣୀକୁ ବର୍ଣ୍ଣନା କରିଛି। ‘ଏକ୍ସ’ରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ, ମୋଦୀଜୀ କିପରି ନିଜ ଶବ୍ଦ ବଳରେ ଦେଶକୁ ବ୍ୟାପକ କଲ୍ୟାଣର ସାଧାରଣ ଲକ୍ଷ୍ୟ ପଛରେ ଆଗେଇ ନେଇଛନ୍ତି ସେ ବିଷୟରେ ଏହି ପୁସ୍ତକରେ ନୂତନ ଭାବେ ଆଲୋକପାତ କରାଯାଇଛି।

‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ଅତିକ୍ରମ କରିଥିବା ସମୟରେ ପରିବର୍ତ୍ତନର ଯାତ୍ରା ବିଷୟରେ ଚିନ୍ତା କରିବାକୁ ଚାହୁଁଥିବା ଯୁବକମାନେ ଏହି ପୁସ୍ତକକୁ ନିହାତି ପଢ଼ିବା ଦରକାର ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ ସେ ପୁସ୍ତକର ପ୍ରକାଶକଙ୍କୁ ଏଭଳି ଏକ ମୂଲ୍ୟବାନ ପୁସ୍ତକ ପ୍ରକାଶ କରିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।