Categories
ଆଜିର ଖବର ଜାତୀୟ ଖବର

ମେଟ୍ରୋ ଯୋଗାଯୋଗ ବଢ଼ାଇବାକୁ ହେଉଥିବା ବ୍ୟାପକ କାର୍ଯ୍ୟ ବାବଦରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ସହରାଞ୍ଚଳର ପରିବହନରେ ରୂପାନ୍ତର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମେଟ୍ରୋ ନେଟୱର୍କକୁ ବିସ୍ତାର କରିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହା ଲକ୍ଷ ଲକ୍ଷ ନାଗରିକଙ୍କ ‘ଇଜ ଅଫ ଲିଭିଙ୍ଗ’ରେ ବିକାଶ ଆଣୁଥିବା ସେ କହିଛନ୍ତି।

ଭାରତର ମେଟ୍ରୋ ବିପ୍ଲବ ସଂକ୍ରାନ୍ତରେ ମାଇଁ ଗଭ୍ ପକ୍ଷରୁ ଏକ୍ସ ଥ୍ରେଡରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି;

“ବିଗତ ଦଶନ୍ଧିରେ ମେଟ୍ରୋ ଯୋଗାଯୋଗକୁ ବଢ଼ାଇବାକୁ ବ୍ୟାପକ କାର୍ଯ୍ୟ କରାଯାଇଛି। ଏହିପରି ଭାବେ ସହରାଞ୍ଚଳ ପରିବହନକୁ ସୁଦୃଢ଼ କରାଯାଉଛି ଏବଂ ‘ଇଜ୍ ଅଫ ଲିଭିଙ୍ଗ୍‌’ରେ ବିକାଶ ଅଣାଯାଉଛି।#MetroRevolutionInIndia”

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୯ ବର୍ଷ ପୂରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହ ୯ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତୀକ ଯାହାକି ‘ଇଜ ଅଫ ଲିଭିଙ୍ଗ’ ଏବଂ ସ୍ୱଚ୍ଛତାକୁ ଦୃଢ଼ କରିପାରିଛି।

ମାଇଁଗଭଇଣ୍ଡିଆ(MyGovIndia) ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଏକ ଡିଜିଟାଲ ଇଣ୍ଡିଆ ଏକ ସଶକ୍ତ ଭାରତ, ଏହା ‘ଇଜ ଅଫ ଲିଭିଙ୍ଗ’ ଓ ସ୍ୱଚ୍ଛତାକୁ ଦୃଢ଼ କରିଥାଏ। ଏହି ପୋଷ୍ଟ ଏକ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶର ଏକ ଝଲକ, ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ସଫଳର ବ୍ୟବହାର ହିଁ କାରଣ।”