Categories
ଆଜିର ଖବର ଜାତୀୟ ଖବର

ଡିଏମୟୁ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ବିହାରର ଭେଲୱା ରେଳ ଷ୍ଟେସନ ନିକଟରେ ଏକ ଡିଏମୟୁ ଟ୍ରେନର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନ୍ ରକ୍ସଲରୁ ନରକଟିଆଗଞ୍ଜକୁ ଯାତ୍ରା କରୁଥିଲା। ସକାଳ ୫.୨୫ରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଞ୍ଜିନ ବ୍ୟତୀତ ଅନ୍ୟ ବଗିକୁ ନିଆଁ ବ୍ୟାପି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ପଛ ଭାଗରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଟ୍ରେନ୍ ଭେଲୱା ଷ୍ଟେସନରେ ପହଞ୍ଚିବାକୁ ଯାଉଥିଲା। ଧୂଆଁ ଏବଂ ନିଆଁ ଦେଖି ଟ୍ରେନ ଭେଲୱା ଷ୍ଟେସନ ପୂର୍ବରୁ ସିଗନାଲରେ ଅଟକି ଯାଇଥିଲା।

ଯେତେବେଳେ ଏହି ଘଟଣା ଘଟିଲା, ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏଥିରୁ ଓହ୍ଲାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।