Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଆଜି ମିଡିଆ ବାଦସାହା ରାମୋଜୀ ରାଓଙ୍କ ଜନ୍ମ ଦିନ, ତାଙ୍କର ପୁରା ନାମ କଣ ?

ଭୁବନେଶ୍ବର: ଆଜି ହେଉଛି ଭାରତର ପ୍ରଖ୍ୟାତ ମିଡିଆମ୍ୟାନ ବା ମିଡିଆ ବାଦଶାହା ରାମୋଜୀ ରାଓଙ୍କ ଜନ୍ମ ଦିନ। ଆଜି ସେ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟି। ସେ ଦେଶରେ ଆଞ୍ଚଳିକ ଭାଷାର ଇଲଟ୍ରୋନିକ ମିଡିଆ ପ୍ରତିଷ୍ଠା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛିନ୍ତି। ‘ ଇଟିଭି ‘ ଚ୍ୟାନେଲ ହେଉଛି ଦେଶର ଘରେ ଘରେ ପରିଚିତ ହୋଇଥିବା ଏକ ନାମ।

ସାରା ଦେଶରେ ଇଟିଭି ଯେପରି ନାମ କମାଇଥିଲା ଠିକ୍ ସେହିପରି ଓଡିଶାରେ ମଧ୍ୟ ‘ଇଟିଭି ଓଡିଆ’ ମିଡିଆ ଜଗତରେ ଏକ ବାଦଶାହା ହୋଇ ପାରିଥିଲା। ୨୦୦୧ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ଇଟିଭି ଓଡିଆ ଚ୍ୟାନେଲ। ସେତେବେଳେ ଓଡିଶାରେ ଟେଲିଭିଜନ ମିଡିଆର କୌଣସି ସ୍ଥିତି ନ ଥିଲା। ରାଜ୍ୟରେ ଟେଲିଭିଜନ ହେଉଛି ଏକ ଆକର୍ଷିତ ମନୋରଂଜନର ମାଧ୍ୟମ ବୋଲି ଇଟିଭି ଓଡିଆ ପ୍ରମାଣିତ କରିଥିଲା। ଓଡିଶାରେ ଟେଲି କଳାକାର ସୃଷ୍ଟି କରିବାରେ ମଧ୍ୟ ଇଟିଭି ଓଡିଆ ସକ୍ଷମ ହୋଇ ପାରିଥିଲା। ଯାହାର ପଛରେ ଥିଲେ ଖୋଦ ରାମୋଜୀ ରାଓଙ୍କ ପ୍ରଚେଷ୍ଠା।

ସେହିପରି ନ୍ୟୁଜ କ୍ଷେତ୍ରରେ ମଧ୍ୟ ‘ଇଟିଭି ଓଡିଆ’ ଓଡିଶାରେ ଏକ ବ୍ରାଣ୍ଡ ତିଆରି କରିଥିଲା। ସେତେବେଳେ ଇଟିଭି ନ୍ୟୁଜ ଲୋକଙ୍କର ବିଶ୍ବାସ ଯୋଗ୍ୟ ମାଧ୍ୟମ ଥିଲା। ଦର୍ଶକମାନେ ଏପରିକି ନେତାମାନେ ମଧ୍ୟ ସଂଧ୍ୟା ସାତଟା ବେଳର ନ୍ୟୁଜ ଦେଖିବା ପାଇଁ ଅପେକ୍ଷା କରି ରହୁଥିଲେ। ଏବେ ମଧ୍ୟ ଲୋକଙ୍କ ମନରେ ସେହି ଇଟିଭି ନ୍ୟୁଜର ଛାପ ରହି ଆସିଛି। ଏହାକୁ ସ୍ବାଧୀନ ଭାବେ ପରିଚାଳନା କରିବା ପଛରେ ହାତ ଥିଲା ଏହାର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ନିଷ୍ଠା। ଆଜି ଓଡିଶାର ଟିଭି ମିଡିଆ ଜଗତରେ ଯେଉଁମାନେ ନାମ କମାଇଛନ୍ତି ସେମାନଙ୍କର ଏହି ‘ଇଟିଭି ଓଡିଆ’ ହେଉଛି ଜନ୍ମପୀଠ। ସେମାନଙ୍କ ପାଇଁ ରାମୋଜୀ ରାଓ ପାଲଟିଛନ୍ତି ଭଗବାନ।

କେବଳ ମିଡିଆ ନୁହେଁ, ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ନିର୍ମାଣ କରି ଭାରତୀୟ ସିନେମା ପାଇଁ ସୃଷ୍ଟି କରିଛନ୍ତି ଏକ ଇତିହାସ। ଏକଦା ଫିଲ୍ମ ଷୁଡିଓ ଭାବେ ପରିଚିତ ଥିବା ଏହି ଫିଲ୍ମ ସିଟି ବର୍ତ୍ତମାନ ପର୍ଯ୍ୟଟନର ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଗଣିତ ହୋଇପାରିଛି। ଆଜି ସେହି ସିଟିକୁ ହଜାର ହଜାର ପର୍ଯ୍ୟଟକ ଭ୍ରମଣ କରି ସେଠାର ବିଭିନ୍ନ କୃତ୍ରିମ ସ୍ଥାପତ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି। ସେହିପରି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ରାମୋଜୀ ରାଓ ମଧ୍ୟ ସୃଷ୍ଟି କରିଛନ୍ତି ଇତିହାସ।

୧୯୩୬ ମସିହା ନଭେମ୍ବର ୧୬ ତାରିଖରେ ଆନ୍ଧ୍ର ପ୍ରଦେଶର ପେଡାପାରୁପୁଡିରେ ଜନ୍ମ ଗ୍ରହଣ କରିଛନ୍ତି ଭାରତୀୟ ମଡିଆ ଜଗତର ଏହି ପ୍ରତିଷ୍ଠିତ ବ୍ୟକ୍ତି ରାମୋଜୀ ରାଓ। ତାଙ୍କର ପୁରା ନାମ ହେଉଛି ଚେରୁକୁରୀ ରାମା ରାଓ। ହେଲେ ପରବର୍ତ୍ତି ସମୟରେ ସେ ରାମୋଜୀ ରାଓ ଭାବେ ପରିଚିତ ହୋଇଛନ୍ତି। ତାଙ୍କର ଏପରି ଉଦ୍ୟମ ପାଇଁ ସେ ଭାରତର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ବରିଷ୍ଠ ଟିଭି ମିଡିଆ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର: ଓଡିଶା ଟିଭି ମିଡିଆ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କର ଆଜି ସକାଳ ସାତଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୧ରେ ଥିବା ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ଜଣେ ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଥିଲେ। ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ଆଜି ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ସେ ହେଉଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ବଡବାପା।

ତାଙ୍କ ବିୟୋଗରେ ଓଡିଆ ଟିଭି ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି।