Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ଭୁବନେଶ୍ଵର: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ବର ପ୍ରଥମ ରାଷ୍ଟ୍ର ଭାବରେ 6 ଜି ଲଞ୍ଚ କରିବାକୁ ଯାଉଛି ଏହି ରାଷ୍ଟ୍ର

ଟୋକିଓ : ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ 5ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ 6ଜି ଲଞ୍ଚ କରିବାକୁ ଯାଉଛି ଜାପାନ । ଆସନ୍ତା 2030 ମସିହାରେ ଜାପାନ 6ଜି ଲଞ୍ଚ କରିବାକୁ ଯାଉଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ମତ ଦିଆଯାଇଛି।

5ଜିର ସ୍ପିଡ୍‌ ଅପେକ୍ଷା ଏହାର ସ୍ପିଡ୍‌ 10 ଗୁଣା ଅଧିକ ରହିବ ବୋଲି ଜାପାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଟାକାଓ ସାନାଏ ମତ ଦେଇଛନ୍ତି । 6ଜି ଇଣ୍ଟରନେଟ୍‌ ସେବା ପାଇଁ ବୈଷୟିକ କୌଶଳ ନିମନ୍ତେ ଜାପାନ ସରକାର ଏନ୍‌ଟିଟି ଏବଂ ତୋଷିବା ସହିତ ଚୁକ୍ତି କରିଛନ୍ତି । 6ଜି ଇଣ୍ଟରନଟ ସେବା ପାଇଁ ଜାପାନ ସରକାର 7 ବିଲିୟନ୍‌ ଡଲାରର ବଜେଟ୍‌ ସ୍ଥିର କରିଛନ୍ତି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏସଏସ ଟିଭିର ଶୁଭାରମ୍ଭ: ଗୋଟିଏ କେବୁଲରେ ମିଳିବ ଇଣ୍ଟରନେଟ ଏବଂ ଟିଭି ଚ୍ୟାନେଲର ସୁବିଧା

ଭୁବନେଶ୍ୱର: ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେବ। ପ୍ରେସ କ୍ଲବଠାରେ ଏହି ସୁବିଧାକୁ ଅନୁଷ୍ଠାନିକ ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ପାଇପାରିବେ। ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।

ଏସଏସ କେବୁଲସର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ଯୋଗଦେଇ ଅନ୍ୟ ଅପରେଟର ମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ।

ଉତ୍ସବରେ ଓଡ଼ିଶାର ଏଲ୍ ସି ଓ ଯୋଗ ଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ ଉପଯୁକ୍ତ ସେବା ଦେବ ବୋଲି ଆଶା ପ୍ରକଟ କରିଥିଲେ। ଏହି ଅବସରରେ ସମସ୍ତ ଏଲ୍ ଏସି ଓ ଙ୍କୁ ସମ୍ନାନିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଭଲ ଯେତିକି ଖରାପ ମଧ୍ୟ ସେତିକି

ନୂଆଦିଲ୍ଲୀ: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।