Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Budget Breaking: ବଢିଲା ଇନକମ୍ ଟ୍ୟାକ୍ସ ସ୍ଲାବ, ଘୋଷଣା କଲେ ଅର୍ଥମନ୍ତ୍ରୀ

Budget Breaking: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବର୍ଗର ଇନକମ ଟ୍ୟାକ୍ସ ସ୍ଲାବକୁ ବୃଦ୍ଧି କରିଛନ୍ତି। ଯାହାକୁ ସମସ୍ତଙ୍କର ଅପେକ୍ଷା ରହିଥିଲା। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଚଳିତ ବଜେଟରେ ଆୟକର ସ୍ଲାବ ସୀମା ୫ ଲକ୍ଷ ଟଙ୍କାରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ ଏଣିକି ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟରେ କୌଣସି ଆୟକର ଦେବାକୁ ପଡିବ ନାହିଁ।

ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ । ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ଘୋଷଣା କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଚଢାଉ ପରେ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି ହାଲିଆ

ନୂଆଦିଲ୍ଲୀ: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ଅବସରପ୍ରାପ୍ତ ଆଇପିଏଏସଙ୍କ ଘରୁ ମିଳିଲା ଅଗଣତି ଟଙ୍କା। ଯାହାକୁ ଦେଖି ଆଇଟି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ବର୍ତ୍ତମାନ ତିନିଦିନ ଧରି ଏହି ଟଙ୍କା ଗଣତି ଚାଲିଛି। ଏ ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି ତାହାର ସୂଚନା ପ୍ରଦାନ କରାଯାଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ନୂଆଦିଲ୍ଲୀର ନୋଇଡା ସେକ୍ଟର 50 ରେ ଜଣେ ଆଇପିଏସ ଅଧିକାରୀ ରାମ ନାରାୟଣ ସିଂ ରହୁଛନ୍ତି। ତାଙ୍କ ଘରେ ନଗଦ ଟଙ୍କା ଥିବାର ସନ୍ଦେହ କରି ଗତ ରବିବାର ଦିନ ଇନକମ ଟ୍ୟାକ୍ସ ବିଭାଗ ଚଢାଉ କରିଥିଲା। ଏହି ଚଢାଉ ବେଳେ ଅଧିକାରୀମାନେ ତାଙ୍କ ଫ୍ଲାଟର ବେସମେଣ୍ଟରେ ବିପୁଳ ପରିମାଣର ଟଙ୍କା ରଖିଥିବାର ଜଣାପଡିଥିଲା।

ଅଧିକାରୀ ଜଣଙ୍କ ତାଙ୍କ ଫ୍ଲାଟର ବେସମେଣ୍ଟଟି ତାଙ୍କର ବିଜେନେସ ଉଦ୍ଦେଶ୍ୟରେ ନେଇଥିବାର ଜଣାପଡିଛ। ସେହି ବେସମେଣ୍ଟରେ ସେ 690ଟି ଲକର ନିର୍ମାଣ କରିଛନ୍ତି। ସେହି ଲକର ଭିତରେ ଏହି ଟଙ୍କା ରଖିଥିବାର ଆଇଟି ଅଧିକାରୀମାନେ ଜାଣିପାରିଛନ୍ତି।

ରବିବାରରୁ ଏହି ଚଢାଉ କରି ଆଇଟି ଅଧିକାରୀମାନେ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ତାଙ୍କ ଘରୁ କେବଳ 2000 ଏବଂ 500 ଟଙ୍କିଆ ନୋଟ ମିଲିଛି। ତେବେ ଏ ପର୍ଯ୍ୟନ୍ତ ତାହାର ଗଣତି ଶେଷ ହୋଇ ନାହିଁ। ଏହି ଆଇପିଏସ ଅଧିକାରୀ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସହିତ ଜଡିଥିବାର ଅନୁମାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧିକୁ ବୃଦ୍ଧି କଲା ଆୟକର ବିଭାଗ

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ କର ଦାତାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ଟିଟର୍ଣ୍ଣ ଜମା କରିବା ଅବଧିକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଏହାସହିତ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ ପକ୍ଷରୁ ଆୟକର ରିଟର୍ଣ୍ଣ ଜମା କରିବା ସମୟସୀମାକୁ ଏକ ମାସକୁ ବଢାଇ ୩୦ ନଭେମ୍ବର ଯାଏଁ କରାଯାଇଛି। ସେହିଭଳି ଯେଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧ ତାରିଖକୁ ବୃଦ୍ଧି କରାଯାଇଛି।