Categories
ଆଞ୍ଚଳିକ

ଡିସିବି ପ୍ରିମିଅର ଲିଗ ସିଜନ- ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଇନଫୋସିସକୁ ହରାଇ ଜିତିଲା ଆୟୋଜକ ଦଳ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଚତୁର୍ଥ ଦିନରେ ପହଁଚିଛି। ଆଜି ଅଷ୍ଟମ ମ୍ୟାଚ ଡିସିବି ଏବଂ ଇନଫୋସିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଡିସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡିସିବି ନିର୍ଦ୍ଧାରିତ ୨୦ ଓଭର ଖେଳି ୨ ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ଇନଫୋସିସ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ସମୁଦାୟ ୧୨୭ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ।

ଆୟୋଜକ ଡିସିବି ଦଳର ଅଧିନାୟକ ଅବିନାଶ ରଥ ଗୋଟିଏ ୱିକେଟ ନେବା ସହିତ ୪୭ ବଲ ରେ ୬୦ ରନ୍ (ନଟ ଆଉଟ) ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଆଜିର ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା। ଡିସିବି ବ୍ୟାଙ୍କର ଏଭଳି ପଦକ୍ଷେପକୁ ସ୍ଥାନୀୟ ଦର୍ଶକମାନେ ପ୍ରଶଂସା କରିଥିଲେ।

ଆୟୋଜକଙ୍କ କହିବା ଅନୁସାରେ ଆଗକୁ ଥିବା ମ୍ୟାଚଗୁଡିକ ଆସନ୍ତା ୧୫ ଏବଂ ୨୨ ଜାନୁଆରୀ (ରବିବାର) ଦିନ ହେବା ସହିତ ଫାଇନାଲ ମ୍ୟାଚ ୨୯ ଜାନୁଆରୀ ରବିବାର ଦିନ ରେଲୱେ ଷ୍ଟାଡ଼ିଅମ, ମଞ୍ଚେଶ୍ୱରଠାରେ ହେବ।

ଏହି କାର୍ଯ୍ୟକ୍ରମର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବିର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟର ଢେର ପ୍ରଶଂସା କରିବା ସହିତ ମିଡ଼ିଆକୁ ତଥ୍ୟ ପ୍ରଦାନ କରିଥିଲେ। ଡିସିବି ପ୍ରିମିୟର ଲିଗ ସିଜନ ୧ -୨୦୨୩ ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ତଥା ଉଦଯାପନୀ ଦିବସ ଖୁବ ଧୂମଧାମ ରେ ପାଳନ ହେବ ବୋଲି ଆୟୋଜକ ଡିସିବି କତୃପକ୍ଷ ସୂଚନା ଦେଇଛନ୍ତି।