Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତକୁ ପ୍ରଶଂସା କରି ପାକ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଇମ୍ରାନ ଖାନ: କହିଲେ ଏହି ବଡ କଥା

ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନର ପାକିସ୍ତାନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସରକାରଙ୍କ ବିରୋଧରେ ଲାହୋରରୁ ଇସଲାମାବାଦକୁ ନିଆଯାଉଥିବା ବଡ ମାର୍ଚ୍ଚ (ହାକିକି ଆଜାଦୀ) ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଭାରତର ବୈଦେଶିକ ନୀତିକୁ ଇମ୍ରାନ ପ୍ରଶଂସା କରିଥିଲେ।

ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମାଧ୍ୟମରେ ଶାସକ ଶାହବାଜ ସରିଫ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ମୁଁ ନୱାଜଙ୍କ ପରି ଦେଶ ଛାଡି ପଳାଇବି ନାହିଁ। ମୋର ଜୀବନ ମଧ୍ୟ ଏହି ଦେଶରେ ରହିବ ଏବଂ ମୋର ମୃତ୍ୟୁ ମଧ୍ୟ ଏହି ଦେଶରେ ଘଟିବ।

ସେ କହିଛନ୍ତି ଯେ, ମୁଁ ଏଭଳି ପାକିସ୍ତାନ ଦେଖିବାକୁ ଚାହୁଁଛି, ଯାହା ଏକ ମୁକ୍ତ ଦେଶ ହେବ। ଏଥିପାଇଁ ଆପଣଙ୍କୁ ଏକ ଶକ୍ତିଶାଳୀ ସୈନ୍ୟ ଦରକାର। ଯଦି ସେନା ଦୁର୍ବଳ, ତେବେ ଦେଶର ସ୍ୱାଧୀନତା ଚାଲିଯାଏ। ଆମେ ଆମ ଦେଶର କ୍ଷତି କରିବାକୁ ଚାହୁଁନାହୁଁ।

ଇମ୍ରାନ ଖାନ କହିଛନ୍ତି ଯେ, ସରକାର କାନ ଖୋଲି ଶୁଣିବା ଉଚିତ୍, ମୁଁ ମଧ୍ୟ ଅନେକ କଥା ଜାଣିଛି, କିନ୍ତୁ ମୋ ଦେଶ ପାଇଁ, ମୋ ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଚୁପ୍ ଅଛି, ମୁଁ ପ୍ରକାଶ କରୁନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ବର୍ତ୍ତମାନର ଶାହାବାଜ ସରିଫ ସରକାର ବିରୋଧରେ ଲାହୋରରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଛନ୍ତି। ଯାହାଫଳରେ ଶାସକ ସରକାର ଉପରେ ଚାପ ପକାଯାଇପାରିବ। ସରକାର ଏବଂ ସେନା ସମାନ କଥା ପସନ୍ଦ କରନ୍ତି ନାହିଁ। ଯେଉଁଥି ପାଇଁ ଇସଲାମାବାଦରେ ସେନା ମୁତୟନ କରାଯାଇଛି, ତେବେ ସରକାର ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଶ୍ଵାସ କରାଯାଏ ଯେ, ଯଦି ଏହି ପଦଯାତ୍ରା ଠାରୁ ଯଦି ସରକାର କୌଣସି ପ୍ରକାର ବିପଦ ଅନୁଭବ କରନ୍ତି, କିମ୍ବା କୌଣସି ଅଘଟଣ ଦେଖାଯାଏ, ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଗିରଫ କରାଯାଇପାରେ। ଗିରଫ ମାମଲାରେ ଅନେକ ମାମଲା ପାଇଁ ଇମ୍ରାନଙ୍କ ଉପରେ ଖଣ୍ଡା ଝୁଲୁଛି। ଇମ୍ରାନ ଚାହୁଁଛନ୍ତି ଯେ, ପାକିସ୍ତାନରେ ନିର୍ବାଚନ ଘୋଷଣା କରାଯାଉ, ଯାହା ଦ୍ଵାରା ସେ ପୁଣି ଥରେ ଶାସନର ଶୀର୍ଷରେ ପହଞ୍ଚି ପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାକିସ୍ତାନକୁ ‘ଭାରତ ଦରକାର’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପରାମର୍ଶଦାତା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଇସଲାମାବାଦ: ଆଜିକାଲି ପାକିସ୍ତାନ ଏକ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପୁଣିଥରେ ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ମନ କରୁଛି। ଆଜିକାଲି ପାକିସ୍ତାନକୁ ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ଓକିଲାତି କରାଯାଉଛି। ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ଭାରତ ସରକାର ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟର ପ୍ରତ୍ୟାହାର କରିନେଲେ, ଅଗଷ୍ଟ, ୨୦୧୯ରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ ଭାରତ ସହ ବାଣିଜ୍ୟ ଖୋଲିବାକୁ ପ୍ରୋତ୍ସାହିତ କରିଛନ୍ତି। ଡାଉଦ କହିଛନ୍ତି ଯେ, ଆମେ ଭାରତ ସହିତ ବାଣିଜ୍ୟ ଚାହୁଁଛୁ।

ଦାଉଦଙ୍କ ଏହି ବିବୃତ୍ତି ପରେ ପାକିସ୍ତାନ-ଭାରତ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କର ଆଂଶିକ ଖୋଲିବାର ସମ୍ଭାବନା ଅଛି। ଅଗଷ୍ଟ ୫ ତାରିଖ ୨୦୧୯ରେ ଜମ୍ମୁ କାଶ୍ମୀରର ସ୍ଵତନ୍ତ୍ର ରାଜ୍ୟକୁ ଭାରତ ପ୍ରତ୍ୟାହାର କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ଥଗିତ ରହିଥିଲା।