Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇସ୍ରାଏଲର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଅନୁଭବୀ ନେତା ଇଶାକ୍ ହଜୋର୍ଗ

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦ ‘ନେସେଟ’ ରେ ରାଷ୍ଟ୍ରପତି ପାଇଁ ଗୁପ୍ତ ମତଦାନ ହୋଇଥିଲା। ଏହି ମତଦାନରେ ଇସ୍ରାଏଲର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଅନୁଭବି ନେତା ଇଶାକ ହର୍ଜୋଗ ନିର୍ବାଚିତ ହୋଇଛନ୍ତି। ଲେବର ପାର୍ଟିର ପୂର୍ବତନ ନେତା ୬୦ ବର୍ଷୀୟ ହଜୋର୍ଗ ଦେଶର ପ୍ରଥମ ରାଷ୍ଟ୍ରପତି ହେବେ, ଯିଏ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ। ତାଙ୍କ ପିତା ସିୟାମ ହଜୋର୍ଗ ୧୯୮୩ ମସିହାରୁ ୧୯୯୩ ପର୍ଯ୍ୟନ୍ତ ଇସ୍ରାଏଲର ରାଷ୍ଟ୍ରପତି ଥିଲେ। ୧୨୦ ସଂସଦୀୟ ବିଶିଷ୍ଟ ସଂସଦରେ ହଜୋର୍ଗଙ୍କୁ ୮୭ ଟି ଭୋଟ ମିଳିଥିଲା। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ମିରିୟମ ପରେତ୍ଜଙ୍କୁ ସହଜରେ ପରାଜିତ କରିଥିଲେ।

ବର୍ତ୍ତମାନ ରାଷ୍ଟ୍ରପତି ରିୟୁୱାନ ରିୱଲୀନ ଆସନ୍ତା ଜୁଲାଇ ୯ ତାରିଖରେ ଅବସର ନେବେ। ଏହାପରେ ହଜୋର୍ଗ କାର୍ଯ୍ୟଭାର ସମ୍ଭାଳିବେ। ସମର୍ଥନ କରିଥିବା ସମସ୍ତ ସାଂସଦଙ୍କୁ  ହଜୋର୍ଗ ଧନ୍ୟବାଦ ଜଣାଇଛନ୍ତି। ଦେଶର ସମସ୍ତ ନାଗରିକଙ୍କ ସେବା କରିବା ଏକ ସମ୍ମାନର କଥା ବୋଲି ସେ କହିଛନ୍ତି।