Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗହମର ବେଆଇନ ମହଯୁଦ ଓ କଳାବଜାରକୁ ରୋକିବା ପାଇଁ ୧୬୨୭ ସ୍ଥାନରେ ତନଖି

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ତଥା ଏହାର ମୂଲ୍ୟକୁ ସ୍ଥିର ରଖିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୩ ନଭେମ୍ବର ଏକ ତାରିଖରୁ ଘରୋଇ ମୁକ୍ତ ବଜାର ବିକ୍ରି ଯୋଜନାରେ ନିଲାମଡକାଳୀ(ବିଡର)ସରକାରଙ୍କଠାରୁ ୨୦୦ ମେଟ୍ରିକ ଟନ୍ ଗହମ କିଣିପାରିବେ । ଆଗରୁ ଏହି ଯୋଜନାରେ ସର୍ବାଧିକ ୧୦୦ ମେଟ୍ରିକ ଟନ୍ ଗହମ ନିଲାମର ବ୍ୟବସ୍ଥା ଥିଲା । ଏବେ  ସରକାର ଏହାକୁ ୨୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବଫର ଷ୍ଟକରୁ ଏହି ଗହମ ସରକାର ନିଲାମ କରିବେ । ସର୍ବାଧିକ କ୍ରୟ ମୂଲ୍ୟ ଡାକରା ଦେଇଥିବା ନିଲାମଧାରୀ ସମ୍ପୃକ୍ତ ଗ୍ରହମ କିଣିବାରେ ସୁଯୋଗ ପାଇବେ। ସେହିଭଳି ସମଗ୍ର ଦେଶ ପାଇଁ ଗହମର ଇ-ଅକ୍‌ସନ (ନିଲାମ) ପରିମାଣ ପୂର୍ବରୁ ୨ଲକ୍ଷ ମେଟ୍ରିକ ଟନଥିଲା। ଏବେ ଏହାକୁ ସରକାର ୩ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି ।

ବଜାରରେ ଗହମ, ଅଟା, ଚାଉଳ ଆଦିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି। ଏଥିପାଇଁ ପ୍ରତି ସପ୍ତାହରେ ଚାଉଳ ଓ ଗହମର ଇ-ନିଲାମ ବ୍ୟବସ୍ଥା କରାଯାଇଛି। ୨୦୨୩-୨୪ରେ ଅଷ୍ଟାଦଶ ଇ-ନିଲାମ ଚଳିତମାସ (ଅକ୍ଟୋବର )୨୬ ତାରିଖରେ କରାଯାଇଥିଲା। ଏଥିରେ ଦେଶର ୪୪୪ ଡିପୋରୁ୨.୦୧ ଲକ୍ଷ ମେଟ୍ରିକ ଟନ୍ ଗହମ ନିଲାମ କରାଯାଇଛି।

ଏହି ଇ-ନିଲାମରେ ୨୭୬୩ ଗହମ କିଣିବାକୁ ତାଲିକାଭୁକ୍ତ କ୍ରେତା ସାମିଲ ହୋଇଥିଲେ। ଏଥିରେ ୨୩୧୮ ସଫଳ ବିଡରଙ୍କୁ ୧. ୯୨ ଲକ୍ଷ ମେଟ୍ରିକ ଟନ୍ ଗହମ ବିକ୍ରି କରାଯାଇଛି।

ସାଧାରଣ ଉତ୍ତମ ମାନ (ଏଫଏକ୍ୟୁ) ଗହମର ବିକ୍ରିମୂଲ୍ୟ କୁଇଣ୍ଟାଲ ପିଛା ୨୨୫୧ ଟଙ୍କା ୫୭ ପଇସା ଥିଲା। ତେବେ ଏହାର ସଂରକ୍ଷିତ ମୂଲ୍ୟ ରଖାଯାଇଥିଲା ୨୧୫୦ ଟଙ୍କା। ସେହିଭଳି ନିର୍ଦ୍ଦିଷ୍ଟ ମାନଠାରୁ କମ୍ ମାନ ଥିବା ଗହମ (ୟୁଆର୍‌ଏସ୍‌)ର କୁଇଣ୍ଟାଲ ପିଛା ସର୍ବଭାରତୀୟ ହାରାହାରୀ ବିକ୍ରିମୂଲ୍ୟ ୨୧୨୫ଟଙ୍କା ଧାର୍ଯ୍ୟ କରାଥିବାବେଳେ ଏହା ୨୩୧୭ ଟଙ୍କା ୮୫ ପଇସାରେ ନିଲାମ ହୋଇଛି।

ବ୍ୟବସାୟୀମାନଙ୍କୁ ଗହମର ମୁକ୍ତ ବଜାର ବିକ୍ରି ଯୋଜନା  ଓଏମ୍‌ଏସ୍‌ଏମ‌(ଡି)ର ପରିସରରୁ ବାହାରେ ରଖାଯାଇଛି । ସେମାନଙ୍କୁ ବେଆଇନ ମହଜୁଦ ଓ କଳାବଜାରୀରୁ  ଦୂରେଇ ରଖିବାକୁ ନିୟମିତ ତନଖି ଷ୍ଟକ୍ ଚେକ୍ କରାଯାଉଛି। ଯେଉଁମାନେ ଇ-ନିଲାମରେ ଗହମ କିଣୁଛନ୍ତି ସେମାନଙ୍କ ଅଟାକଳ ଓ ଗୋଦାମର ତନଖି ନିୟମିତ ହେଉଛି। ୨୦୨୩ ଅକ୍ଟୋବର ୨୬ ସୁଦ୍ଧା ୧୬୨୭ସ୍ଥାନରେ ଏଭଳି ତନଖି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରର ଇ-ନିଲାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମଧ୍ୟ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା। ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା। ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ଆମର ୧୩୪୮ ସାମଗ୍ରୀ ଥିଲା। ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ଏହି ଉପହାରଗୁଡିକର ପ୍ରଦର୍ଶନ କରାଯାଇଛି। ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ।

ଅଧିକ ବିବରଣୀ ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିଲାମରେ ଉପହାରଗୁଡିକ ମଧ୍ୟରେ ସୂକ୍ଷ୍ମ ଚିତ୍ର, ମୂର୍ତ୍ତି, ହସ୍ତତନ୍ତ ଏବଂ ଲୋକକଳା ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ଅନେକ ସାମଗ୍ରୀ ପାରମ୍ପାରିକ ଭାବରେ ଉପହାର ଭାବରେ ପ୍ରଦାନ କରାଯାଇଥାଏ, ଯେପରିକି ପାରମ୍ପାରିକ ଅଙ୍ଗବସ୍ତ୍ର, ଶାଲ, ପଗଡି, ଆନୁଷ୍ଠାନିକ ଖଣ୍ଡା। ଅନ୍ୟାନ୍ୟ ସ୍ମରଣୀୟ ସାମଗ୍ରୀ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଏବଂ ବାରାଣାସୀର କାଶୀ-ବିଶ୍ୱନାଥ ମନ୍ଦିରର ପ୍ରତିକୃତି ଏବଂ ମଡେଲ ଅନ୍ତର୍ଭୁକ୍ତ। ଆମର କ୍ରୀଡା ସ୍ମରଣୀୟ ସାମଗ୍ରୀର ଏକ ରୋମାଞ୍ଚକର ବିଭାଗ ମଧ୍ୟ ଅଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜଗୋଷ୍ଠି କ୍ରୀଡା ୨୦୨୨, ଡିଫ୍ ଅଲିମ୍ପିକ୍ସ ୨୦୨୨ ଏବଂ ଥୋମାସ କପ ଚାମ୍ପିଅନସିପ ୨୦୨୨ ରେ ଦଳର ଭାରତର ଚମତ୍କାର ପ୍ରଦର୍ଶନ ଆମକୁ ଇତିହାସରେ ସ୍ଥାନ ଏବଂ ପଦକ ଜିତାଇଛି। ନିଲାମରେ ଦଳ ଏବଂ କ୍ରୀଡା ଇଭେଣ୍ଟଣ୍ଟଗୁଡିକର ବିଜେତାମାନଙ୍କ ଦ୍ୱାରା ଉପସ୍ଥାପିତ ସ୍ମରଣୀୟ ସାମଗ୍ରୀ ରହିଛି। ନିଲାମର ଏହି ସଂସ୍କରଣରେ ୨୫ ଟି ନୂତନ କ୍ରୀଡା ସାମଗ୍ରୀ ଅଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଜି କେ ରେଡ୍ଡୀ କହିଛନ୍ତି ଯେ “ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଦେଶର ଜୀବନରେଖା କୁହାଯାଉଥିବା ଗଙ୍ଗାର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ଲାଗି ପାଇଥିବା ସମସ୍ତ ଉପହାରକୁ ଉତ୍ତମ କାର୍ଯ୍ୟରେ ବିନିଯୋଗ ନିମନ୍ତେ ନିଲାମ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଁ ସମସ୍ତଙ୍କୁ ନିଲାମରେ ଉଦାର ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଉତ୍ତମ ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି।”

ଏହି ଅବସରରେ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ଗତ ନିଲାମରେ ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରର ନିଲାମରେ ଭାଗ ନେବାକୁ ମନ୍ତ୍ରୀ ମଧ୍ୟ ଚଳିତ ବର୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସ୍ମରଣୀୟ ଉପହାର ଉପରେ ଆଲୋକପାତ କରିବା ସହିତ ନମାମୀ ଗଙ୍ଗେ ପାଇଁ ଇ-ନିଲାମ କିପରି ଏକ ଅଭୂତପୂର୍ବ ସହଯୋଗ ପ୍ରଦାନ କରିବ ତାହା ଦର୍ଶାଇଥିଲେ।

ଏହି ପରିଦର୍ଶନକୁ ଆହୁରି ଉପଭୋଗ୍ୟ କରିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଗାଇଡ୍ ଟୁର୍ ଏବଂ ଶ୍ରବଣ ବାଧିତଙ୍କ ପାଇଁ ସାଙ୍କେତିକ ଭାଷାରେ ଗାଇଡ୍ ଟୁର୍ ବ୍ୟବସ୍ଥା କରାଯାଇଛି। ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲିରେ କାଟାଲଗ୍ ମଧ୍ୟ ଉପଲବ୍ଧ ହେବ। ପ୍ରଦର୍ଶନୀ ସ୍ଥଳ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଏହା ସମସ୍ତଙ୍କ ପାଇଁ ମାଗଣା। ନିଲାମ ମାଧ୍ୟମରେ ସଂଗୃହୀତ ପାଣ୍ଠି ଏକ ଉତ୍ତମ କାର୍ଯ୍ୟ, ନମାମୀ ଗଙ୍ଗେ କାର୍ଯ୍ୟକ୍ରମ, ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଯାହା ଆମ ଜାତୀୟ ନଦୀ ଗଙ୍ଗାକୁ ସଂରକ୍ଷଣ ତଥା ନବୀକରଣ କରିବାକୁ ଚେଷ୍ଟା କରିବ।

ସାଧାରଣ ଲୋକ ଏହି ଲିଙ୍କରେ ଲଗ୍ ଇନ୍ /ପଞ୍ଜିକରଣ କରି ଇ-ନିଲାମରେ ଅଂଶଗ୍ରହଣ କରିପାରିବେ- https://pmmementos.gov.in/

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜିଠାରୁ ଇ-ନିଲାମ: ଏହି କମ୍ପାନୀଗୁଡିକ ମଧ୍ୟରୁ କିଏ କିଣିବ ଆଇପିଏଲ୍ ମିଡିଆ ଅଧିକାର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇପିଏଲ୍ ମିଡିଆ ଅଧିକାର ପାଇଁ ଇ-ନିଲାମ ଆଜିଠାରୁ ଆରମ୍ଭ ହେଉଛି। ଜୁନ୍ ୧୨ ତାରିଖରେ ବିଜେତା ଘୋଷିତ ହେବ ବୋଲି ଆଶା କରାଯାଉଛି। ଏଥିରୁ ହଜାରେ କୋଟି ଟଙ୍କା ରୋଜଗାର କରିବାକୁ ବିସିସିଆଇ ଆଶା କରୁଛି। କିନ୍ତୁ ସୂଚନା ମୁତାବକ ବର୍ତ୍ତମାନ ଅନେକ ବଡ ବଡ କମ୍ପାନୀ ମିଡିଆ ଅଧିକାର କିଣିବା ଦୌଡରୁ ବାହାରିଯାଇଛନ୍ତି। ବର୍ତ୍ତମାନ ସେଠାରେ ୪ ଟି କମ୍ପାନୀ ଅଛନ୍ତି, ଯାହା ମଧ୍ୟରେ ମିଡିଆ ଅଧିକାର ପାଇଁ ସଂଗ୍ରାମ ଜାରି ରହିଛି।

ରିପୋର୍ଟ ଅନୁଯାୟୀ, ଷ୍ଟାର୍-ଡିଜନି, ସୋନି, ଜି ଏବଂ ରିଲାଏନ୍ସ ଭିଆକମ୍ ୧୮ ବର୍ତ୍ତମାନ ମିଡିଆ ରାଇଡ୍ କିଣିବା ପାଇଁ ଦୌଡରେ ଅଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ କମ୍ପାନୀ ମିଡିଆ ରାଇଡସ କିଣିବ ଏବଂ ବିସିସିଆଇ ଉପରେ ଟଙ୍କା ବର୍ଷା କରିବ ବୋଲି ଆଶା କରାଯାଉଛି।