Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ଵର: ଆଜି ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜ୍ୟସରକାର ଏବଂ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ମିଳିନଥିବାରୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେପ୍ରସଙ୍ଗରେ ଜାଣିବା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନ୍ୟାୟାଧୀଶ ଏମଆର ଶାହା ଏବଂ ନ୍ୟାୟାଧୀଶ କ୍ରୀଷ୍ଣା ମୁରାଲିଙ୍କ ଖଣ୍ଡପୀଠ ଶୁଣାଣି କରି ଏହା ଉପରେ ଜବାବ ରଖିବାକୁ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚିଠଫଣ୍ଡ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରୁଥିଲା। ଏହାସହିତ ରାଜ୍ୟସରାକର ମଧ୍ୟ ତଦନ୍ତ କମିଟି ଗଠନ କରିଥିଲେ। ଏହାପରେ ବହୁ ଠକ ସଂସ୍ଥା ପକ୍ଷରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରାଯାଇଥିଲା। ଏସବୁ ସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇନଥିବାରୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖ ଦିନ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ନ୍ୟାୟାଧୀଶ ଏନଭି ରମନା ହେଲେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନ୍ୟାୟାଧୀଶ ଏନଭି ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ନ୍ୟାୟାଧୀଶ ଏନଭି ରମନାଙ୍କୁ ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରତି ଭାବେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୩ ରେ ସମାପ୍ତ ହେଉଛି। ନୂଆ ପ୍ରଧାନ ବିଚାରପତି ଆସନ୍ତା ୨୪ ରେ ଶପଥ ଗ୍ରହଣ କରିବେ।

ପୂର୍ବରୁ କେନ୍ଦ୍ର ସରକାର ଆଗାମୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ସିଜେଆଇ ବୋବଡେଙ୍କ ଠାରୁ ଅନୁମତି ମାଗିଥିଲା। ତେବେ ସିଜେଆଇ ବୋବଡେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନାଙ୍କ ନାମକୁ ସୁପାରିସ କରିଥିଲେ। ତେଣୁ ଆଜି ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ଲେଟର ବମ୍ ମାମଲା: ପରମବୀର ସିଂହଙ୍କ ଆବେଦନ ଶୁଣିବାକୁ ମନା କଲେ ଉଚ୍ଚତମ ନ୍ୟାୟଳୟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଲେଟର ବମ୍ ମାମଲାରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରିଥିଲେ। ହେଲେ ଆଜି ଉଚ୍ଚତମ ନ୍ୟାୟଳୟ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ଏହି ଯାଚିକା ଉପରେ ଶୁଣାଣି କରି ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ସୁଭାଷ ରେଡ୍ଡୀ କହିଛନ୍ତି ଯେ, ପୂର୍ବତନ କମିଶନରଙ୍କ ଅଭିଯୋଗ ସଙ୍ଗୀନ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ଏହି ମାମଲା ଉଚ୍ଚତମ ନ୍ୟାୟଳୟ ନୁହେଁ, ବରଂ ଉଚ୍ଚ ନ୍ୟାୟାଳୟରେ ଉଠାଇବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ନ୍ୟାୟଧୀଶ ଏନଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନ୍ୟାୟଧୀଶ ଏନଭି ରମଣା ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ ଅରବିନ୍ଦ ବୋବଡେ କେନ୍ଦ୍ର ଆଇନ ମନ୍ତ୍ରାଳୟଙ୍କୁ ନ୍ୟାୟଧୀଶ ରମଣାଙ୍କ ନାମ ସୁପାରିସ୍ ପାଇଁ ପଠାଇଛନ୍ତି। ବୋବଡେଙ୍କ ପରେ ଏନଭି ରମଣା ଉଚ୍ଚତମ ନ୍ୟାୟାଳୟର ସବୁଠୁ ବରିଷ୍ଠ ବିଚାରପତି।

ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଭାବେ ନ୍ୟାୟଧୀଶ ରମଣା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ଜନ୍ମ ଗ୍ରହଣ କରିଥିଲେ। ଏନଭି ରମଣା ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟଳୟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ୨୦୧୪ ଫେବୃୟାରୀରେ ଉଚ୍ଚତମ ନ୍ୟାୟଳୟକୁ ଯିବା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କୁ ଚିଠି ଲେଖି ତାଙ୍କ ପରେ କିଏ ୪୮ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ପଚାରିଥିଲେ। ହେଲେ ଆଜି ନ୍ୟାୟଧୀଶ ଏନଭି ରମଣାଙ୍କ ନାମକୁ ପ୍ରଧାନ ବିଚାରପତି ସୁପାରିସ୍ କରିଛନ୍ତି। ନ୍ୟାୟାଧୀଶ ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦଳୀୟ ଚିହ୍ନକୁ ଇବିଏମରୁ ହଟାଇବା ଲାଗି ଉଚ୍ଚତମ ନ୍ୟାୟଳୟର ଦ୍ୱାରାସ୍ଥ ହେଲେ ବିଜେପି ନେତା

ନୂଆଦିଲ୍ଲୀ: ଇବିଏମରୁ ଦଳୀୟ ଚିହ୍ନକୁ ହଟାଯାଇ ସେହି ସ୍ଥାନରେ ପ୍ରାର୍ଥୀଙ୍କ ନାମ, ବୟସ, ଯୋଗ୍ୟତା ଏବଂ ଫଟୋ ରଖିବା ଲାଗି ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରାଯାଇଛି। ଶାସକ ଦଳର ଜଣେ ନେତା ଉଚ୍ଚତମ ନ୍ୟାୟଳୟରେ ଏହି ମାମଲା ରୁଜ୍ଜୁ କରିଛନ୍ତି। ବିଜେପି ନେତା ତଥା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାୟ ଏହି ଯାଚିକା ଦାୟର କରିଛନ୍ତି।

ଏହି ଯାଚିକା ଉପରେ କୋଣସି ନୋଟିସ ହୋଇପାରିବେ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟ  କହିଛନ୍ତି। ଅଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ଏହାର ଏକ ନକଲ କପି  ଦେବା ପାଇଁ ଯାଚିକାକର୍ତ୍ତାଙ୍କୁ କୁହାଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ଶୁଣାଣି କରିବ।

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନକୁ ସ୍ଥଗିତ ରଖିଲେ ଉଚ୍ଚତମ ନ୍ୟାୟଳୟ: ଚାରି ସଦସ୍ୟ ବିଶିଷ୍ଟ କମିଟି କରିବ ଏହାର ସମାଧାନ

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନୂତନ କୃଷି ଆଇନ ମାମଲାର  ଏକ ବଡ ରାୟ ଆସିଛି। ନୂତନ ତିନି କୃଷି ଆଇନକୁ ଉଚ୍ଚତମ ନ୍ୟାୟଳୟ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଇନ ସ୍ଥଗିତ ରହିବ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ଆଇନକୁ ଲାଗୁ କରିପାରିବେ ନାହିଁ।

ଆଜିର ଶୁଣାଣିରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାରି ଜଣ ସଦସ୍ୟ ରହିବେ। ସେମାନଙ୍କ ନାମ ମଧ୍ୟ ଉଚ୍ଚତମ ନ୍ୟାୟଳୟ ଘୋଷଣା କରିଛନ୍ତି। ସେମାନେ ହେଲେ ଭାରତୀୟ କିଷାନ ଯୁନିଅନର ଜିତେନ୍ଦ୍ର ସିଂହ ମାନ, ଡ. ପ୍ରମୋଦ କୁମାର ଯୋଶୀ, କୃଷି ବିଶେଷଜ୍ଞ ଅଶୋକ ଗୁଲାଟି ଏବଂ ଅନିଲ ଶେତକାରୀ।