Categories
ଆଞ୍ଚଳିକ

ଘୋଡାଦୌଡ଼ ଜେଟି ଠାରେ ଉଠା ଦୋକାନିଙ୍କୁ ଉଚ୍ଛେଦ ନେଇ ନୋଟିସ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଜେଟି ଠାରେ ବେଆଇନି ଭାବେ ଦୀର୍ଘ ବର୍ଷ ଧରି ଦୋକାନ ଚଳାଇ ଆସୁଥିବା ବ୍ୟକ୍ତିଙ୍କୁ ସେଠାରୁ ଉଚ୍ଛେଦ କରିବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଏକ ନୋଟିସ ଜାରି କରିଛନ୍ତି। ସୂଚନା ମୁତାବକ କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ଜାଗାକୁ ଅକ୍ତିଆର କରି ବେପାର କରୁଥିବା ଜଣା ପଡ଼ିଛି।ଯାହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ଗ୍ରାମବାସୀ ପକ୍ଷରୁ ଏନେଇ ଚଳିତ ମାସ ୧୪ ତାରିଖରେ ଉଚ୍ଚନ୍ୟାୟାଳୟରେ ଅଭିଯୋଗ ଦାଖଲ କରିଥିଲେ।ମାତ୍ର ଏପର୍ଯ୍ୟନ୍ତ କୋୖଣସି ଉଠା ଦୋକାନୀ କିମ୍ବା ସେଠାରେ ଥିବା ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଆସନ୍ତାକାଲି ଚିଲିକା ତହସିଲଦାରଙ୍କ ନେତୃତ୍ୱରେ ଉଛେଦ ପ୍ରକ୍ରିୟା ଜାରିହେବ ବୋଲି ନୋଟିସ ଜାରି କରାଯାଇଛି।