Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ।

ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନା କରିଥିଲେ। ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ।

କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଥିଲେ।

ସେହିପରି ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଙ୍କ ଦ୍ୱାରା ମଧୁବାବୁଙ୍କ କାଳଜୟୀ ରଚନା ‘ତୁ ପରା ବୋଲାଉ ଉତ୍କଳ ସନ୍ତାନ’ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ଭୁବନେଶ୍ୱର ଓକିଲ ସଂଘ ତରଫରୁ ଆଇନ୍‌ଜୀବୀ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍‌ଜୀବୀ ଦିବସ’ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ମାନ୍ୟବର ଜଜ୍ ଚିତ୍ତ ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଭି. ନରସିଂହ, ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ମାନ୍ୟବର ଅଶୋକ କୁମାର ପରିଜା ଏବଂ ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ସମ୍ମାନିତ ଅତିଥି ଏବଂ ଯୋଗେଶ କୁମାର ସିଂ, ନେସନାଲ ଲ’ ୟୁନିଭରସିଟିରର ପ୍ରଧ୍ୟାପକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।

ଉତ୍ସବ ପ୍ରାରମ୍ଭରେ ମାନ୍ୟବର ଅତିଥିବୃନ୍ଦ ଓକିଲ ସଂଘ ପରିସର ମଧ୍ୟରେ ଥିବା ମଧୁବାବୁ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଉକ୍ତ ଉତ୍ସବରେ ୨୦ଜଣ ବରିଷ୍ଠ ଓକିଲଙ୍କୁ ମଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ୯ଜଣ ଆଇନ୍‌ଜୀବୀମାନଙ୍କୁ ଜନପ୍ରିୟ ଓକିଲ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୪୪ଜଣ ଆଇନ୍‌ଜୀବୀଙ୍କୁ ‘କୋଭିଡ଼ ୱାରିୟର’ ଭାବେ ପୁରସ୍କୃତ କରାଯାଇଥିଲା।

ଉକ୍ତ ଉତ୍ସବଟିକୁ ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ ପୌରହିତ୍ୟ କରିଥିଲେ। ସଂଘର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମଧୁବାବୁଙ୍କ ସ୍ମୃତିଚାରଣ କରି ମଧୁବାବୁଙ୍କୁ ଭାରତ ରତ୍ନ କହିଁକି ଦିଆନଯିବ ବୋଲି ଯୁକ୍ତି ବାଢିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କିଶୋର ଦାସ, ଓ ବାର୍‌ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ୧୦୦ରୁ ଉର୍ଦ୍ଧ୍ୱ ଓକିଲ ଉପସ୍ଥିତ ଥିଲେ।

ପରିଶେଷରେ ଉପସଭାପତି ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବଟିକୁ ସଞ୍ଚାଳନ କରିଥିଲେ ଓକିଲ ସଂଘର ଦୁଇ ପୂର୍ବତନ ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ ଏବଂ ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ।