Categories
ଆଜିର ଖବର ରାଜ୍ୟ ଖବର

ବିଚ୍ଛିନ୍ନାଞ୍ଚଳକୁ ଗଲା ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ (ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା) ବିତରଣ ନିମନ୍ତେ ଛତିଶଗଡ଼, ଝାରଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ପ୍ରେରଣ କରାଯାଇଛି।

ଆଜି ପୂର୍ବାହ୍ନରେ ଉତ୍କଳ ପ୍ରସଙ୍ଗ ନେଇ ଯାଉଥିବା ଏକ ଗାଡ଼ିକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ଏବଂ ଆତ୍ମୀୟତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସରକାରଙ୍କର ସେମାନଙ୍କ ପ୍ରତି ଥିବା ଭଲପାଇବାକୁ ବଳବତ୍ତର ରଖିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଉତ୍କଳ ପ୍ରସଙ୍ଗ (ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା) ନେଇ ଯାଉଥିବା ଏହି ଗାଡ଼ିଟି ପ୍ରଥମଥର ପାଇଁ ଛତିଶଗଡ଼ର ରାୟଗଡ଼ ଯାଇ ପୁସ୍ତକ ବିତରଣ କରିବ। ସେଠାରୁ ଝାରଖଣ୍ଡ ଯାଇ ଚାଇଁବସା, ଚକ୍ରଧରପୁର, ସରେଇକଳା ଏବଂ ଖରସୁଆଁ ଆଦି ବିଚ୍ଛିନ୍ନାଞ୍ଚଳରେ ପୁସ୍ତକ ବିତରଣ କରିବ। ସେଠାରୁ ଫେରିଲା ପରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍‌, ମଞ୍ଜୁଷା, ଟିକାଲି ଏବଂ ବିଶାଖାପାଟଣା ଯାଇ ଏହି ସ୍ୱତନ୍ତ୍ର ସଂଖ୍ୟାକୁ ଓଡ଼ିଆ ଭାଷାଭାଷୀମାନଙ୍କ ମଧ୍ୟରେ ବଣ୍ଟନ କରିବ।

ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଯାତ୍ରାର ସଫଳତା କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗାନ୍ଧୀ ଜୟନ୍ତୀରେ ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ପ୍ରସଂଗ ଏବଂ ଓଡିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟାକୁ ଲୋକାର୍ପଣ କରିଛନ୍ତି। ଲୋକସେବା ଭବନର ଲନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପତ୍ରିକାର ଉନମୋଚନ କରାଯାଇଛି। ଏଥିରେ ଓଡିଶାରେ ଗାନ୍ଧୀଜୀ ଏବଂ ସ୍ବାଧୀନତା ସଂଗ୍ରାମ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।

ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ପତ୍ରିକା ପ୍ରକାଶିତ ହୋଇଥାଏ। ଏହି ଉତ୍ସବରେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଉତ୍କଳ ପ୍ରସଂଗ ଓ ଓଡିଶା ରିଭ୍ୟୁର ସଂପାଦନ ଲେନିନ ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ବିଚ୍ଛିନ୍ନାଂଚଳକୁ ‘ଉତ୍କଳ ପ୍ରସଂଗ’ ଯୋଗାଇଦେଲା ସୂଚନା ଓ ଲୋକ ସଂପର୍କ ବିଭାଗ

ଭୁବନେଶ୍ବର: ‘ଉତ୍କଳ ପ୍ରସଙ୍ଗ’ର ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’ ଆଜି ଝାଡଖଣ୍ଡ ରାଜ୍ୟ ତଥା ଓଡିଶାର ବିଚ୍ଛିନ୍ନାଂଚଳ ଷଢେଇକଳା, ଖରସୁଆଁ,ଚାଇଁବସାଓ ଚକ୍ରଧରପୁର ଆଦି ଅଂଚଳର ଓଡିଆା ଭାଇଭଉଣୀମାନଙ୍କୁ ବଣ୍ଟନ କରାଯାଇଛି। ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ମହିମା ସହିତ ଓଡିଆ ଭାଷା,ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗତକାଲି ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସ୍ୱତନ୍ତ୍ର ଯାନ ଯୋଗେ ଏହି ସବୁ ଅଂଚଳକୁ ପ୍ରେରଣ କରାଯାଇଥିଲା।

ଶ୍ରୀ ଜଗନ୍ନାଥଙ୍କ କଥାମୃତ,ସଂସ୍କୃତି ଏବଂ ପରଂପରା ଉପରେ ଗବେଷଣାତ୍ମକ ଲେଖାରେ ସମୃଦ୍ଧ ଏହି ପତ୍ରିକା ଷଢେଇକଳା, ଖରସୁଆଁ, ଚାଇଁବସା ଓ ଚକ୍ରଧରପୁର ଅଂଚଳର ଏହି ଓଡିଆ ଭାଇଭଉଣୀମାନେ ପାଇବା ପରେ ସେମାନେ ଭାବ ବିହ୍ୱଳ ହୋଇ ଖୁସି ବ୍ୟକ୍ତ କରିବା ସହ ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସେମାନେ ବହୁତ କଥା ଜାଣିବାକୁ ପାଉଛନ୍ତି ଏବଂ ନିଜ ପିଲାମାନଙ୍କୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ସଂପର୍କରେ ଅବଗତ କରାଇପାରୁଛନ୍ତି ବୋଲିପ୍ରକାଶ କରିଛନ୍ତି।

ଏଥି ସହିତ ସେମାନଙ୍କ ନିକଟରେ ପତ୍ରିକା ପହଁଚାଇଥିବାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାରୁ ଓଡିଶା ରାଜ୍ୟ ସରକାର ଏବଂ ବିଶେଷ କରି ସୂଚନା ଓ ଲୋକ ସଂପର୍କ ବିଭାଗକୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଭାଗ ତରଫରୁ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ଶ୍ରୀ ସୌରଭ ପ୍ରଧାନ ଏହି ଗସ୍ତରେ ଯାଇ ବିଚ୍ଛିନ୍ନାଂଚଳରେ ଥିବା ଓଡିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ ପୂର୍ବକ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଆୟୋଜିତ ଆଲୋଚନା ସଭାରେ ଯୋଗଦାନ କରିରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ବଣ୍ଟନ କରିଛନ୍ତି।