Categories
ଆଞ୍ଚଳିକ

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ଵ କ୍ୟାନ୍ସର ଦିବସ ପାଳିତ 

ଭୁବନେଶ୍ବର: ପୂର୍ବ ଭାରତରେ ସେବା ବୃହତ କ୍ୟାନ୍ସର ସେଣ୍ଟର ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ, ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ଅବ୍ୟବହିତ ପୂର୍ବରୁ ଆଜି କ୍ୟାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ  ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କ୍ୟାନ୍ସର ବିଶେଷଜ୍ଞ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ବିଶେଷ ଆଲୋଚନା କରଯାଇଥିଲା।

ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ସତପଥି, ଡ. ସେଖ ଅଲ୍ଲୀ, ଡ. ଅରୟାବନି ଦତ୍ତ, ଓଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଏବଂ କ୍ୟାନ୍ସର ସରଭାଇଭର ସତ୍ବତି ମିଶ୍ର ଏବଂ ଅନେକ ଖ୍ୟାତନାମା ଡକ୍ଟର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ିଏମଇଟି ପ୍ର. ଡ. ସଚିଦାନନ୍ଦ ମହାନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ଜାତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ- ୨୦୦୪ ଅନୁଷ୍ଠିତ

ଭୁବନେଶ୍ବର: ନେଫ୍ରୋଲୋଜିକାଲ କେୟାର ସୋସାଇଟି ଓ ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ- ୨୦୦୪ ଭୁବନେଶ୍ବର ସ୍ଥିତ ହୋଟେଲ ସୁର୍ୟାନ୍ଶ ରେ ଜାନୁୟାରୀ ୧୩ ଏବଂ ୧୪ ଦୁଇ ଦିନ ଧରି ଅନୁଷ୍ଠିତ ହେଉଅଛି। ଆଇସିୟୁ ରେ ପ୍ରାୟ ୭୦% ରୋଗୀଙ୍କର କିଡନୀ ଫେଲିୟୋର ହୁଏ, ଯାହାକୁ କି ଆକ୍କ୍ଯୁଟ କିଡନୀ ଇଞ୍ଜୁରୀ ବୋଲି କୁହାଯାଏ। ଏହି କ୍ଷେତ୍ରରେ ବୃକକ ବିଭାଗ ଓ କ୍ରିଟିକାଲ କେୟାର ର ମିଳିତ ଉଦ୍ୟମରେ ରୋଗୀ ମାନଙ୍କର ଚିକିତ୍ସା କରାଯାଇଥାଏ। ତେଣୁ ଏହି ବର୍ଷର ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଏହି ଦୁଇ ବିଭାଗର ମିଳିତ ସହଯୋଗରେ ଚିକିତ୍ସା କୁ ଆହୁରି ସୁଗମ ଏବଂ ଉନ୍ନତ କରିବା ଏହି କର୍ମଶାଳା ର ଉଦ୍ଦେଶ୍ୟ ଅଟେ।

ଏହି କର୍ମଶାଳାରେ କ୍ରିଟିକାଲ କେୟାର ଏବଂ ନେଫ୍ରୋଲୋଜି କେୟାର ବିଭାଗର, ସମଗ୍ର ଦେଶରୁ ୧୫୦ ଜଣ ଡକ୍ଟର ଅଂଶ ଗ୍ରହଣ କରିଛନ୍ତି । ଅର୍ଗାନାଇଜିଙ୍ଗ କମିଟିର ସଭାପତି ଡକ୍ଟର ବିଶ୍ଵ ବିକାଶ ମହାନ୍ତି, ସେକ୍ରେଟାରୀ ଡକ୍ଟର ଲଲାଟ ବରୁଣ ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍କଳ ହସ୍ପିଟାଲ ର ଡିନ ଡକ୍ଟର ପ୍ରଫୁଲ୍ଲ କୁମାର ଦାସ, ମାନେଜିଙ୍ଗ ଡ଼ିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ମେଡିକାଲ ଡିରେକ୍ଟର ଡକ୍ଟର ରଞ୍ଜନ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉତ୍କଳ ହସ୍ପିଟାଲ କର୍କଟ କନକ୍ଲେଭ 2024

ଭୁବନେଶ୍ବର: ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ, ଭୁବନେଶ୍ବର, 7 ଜାନୁୟାରୀ 2024 ରେ ହୋଟେଲ ମେଫେୟାର ଠାରେ ଉତ୍କଳ କର୍କଟ କନକ୍ଲେଭ 2024 ନାମରେ ଏକ ଦିବସୀୟ ସେମିନାରର ଆୟୋଜନ କରିଛି।

ଦିନ କୁ ଦିନ କର୍କଟ ରୋଗ ବଢିବାରେ ଲାଗିଛି ଏବଂ ପ୍ରାୟ 193 ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 50% ଏସୀୟ ଦେଶରୁ ଆସିଛି। ଭାରତ ପ୍ରତିବର୍ଷ ପ୍ରାୟ 13 ଲକ୍ଷ ନୂଆ ମାମଲାରେ ଚିହ୍ନଟ ହୋଇଥାଏ। ଅଧିକାଂଶ ସାଧାରଣ କର୍କଟ ହେଉଛି ପାଟି, ସ୍ତନ,ପାକସ୍ଥଳୀ,ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସଫୁସ କର୍କଟ।

କର୍କଟ ରୋଗର କାରଣ ହେଉଛି ଜୀବନ ଶୈଳୀର ପରିବର୍ତ୍ତନ, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ତମାଖୁ ଅଭ୍ୟାସ, ମୋଟାପଣ ଏବଂ ବ୍ୟାୟାମର ଅଭାବ। ଜନସାଧାରଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା,କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାରେ ବହୁ ଅବଦାନ ଦେଇପାରେ। ନିୟମିତ ସେମିନାର, କର୍ମଶାଳା ଏବଂ ଏକ ପାରସ୍ପରିକ ଉପାୟରେ ସମ୍ମିଳନୀ ଅଙ୍କୋଲୋଜିଷ୍ଟଙ୍କ ପାଇଁ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ସହିତ ସମ୍ପର୍କ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

UIMS & Hospital, ଭୁବନେଶ୍ୱର, ଏକ ବହୁମୁଖୀ ଡାକ୍ତରଖାନା ସହିତ ଏକ ବିସ୍ତୃତ କର୍କଟ କେନ୍ଦ୍ର, ଉତ୍ତମ ସେବା ପ୍ରଦାନ କରୁଛି। 2024 ବର୍ଷ ପାଇଁ ଉତ୍କଳ କର୍କଟ କନକ୍ଲେଭ ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ପ୍ରାୟ 50 ଫ୍ୟାକୁଲ୍ଟିଙ୍କ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରରୁ 200 ପ୍ରତିନିଧୀ ଯୋଗ ଦେଇଥିଲେ।

ଏହି ସମ୍ମିଳନୀରେ ଓଡିଶାର 4 ଜଣ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ପ୍ର.କେବି ଦାସ, ପ୍ର. ସି.ଆର ନାୟକ, ପ୍ର. ଲଲାଟେନ୍ଦୁ ସରଙ୍ଗି, ପ୍ର. ପିକେ ଦାସ ଏହି ସମ୍ମିଳନୀରେ UCC Achiever Award 2024 ସହିତ ସମ୍ମାନିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଷ୍ଟିସ ଏମ.ଏମ ଦାସ, ପୂର୍ବତନ ବିଚାରପତି, ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଯୋଗ ଦେଇଥିଲେ। ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଉତ୍କଳ ହସ୍ପିଟଲ ର ପ୍ରମୁଖ ମାନଙ୍କ ମଧ୍ୟରୁ ଡିନ ପ୍ର. (ଡକ୍ଟର) ପ୍ରଫୁଲ କୁମାର ଦାସ, ଅର୍ଗାନାଇଜିଙ୍ଗ ଚେୟାରମ୍ୟାନ ଡକ୍ଟର ରଞ୍ଜନ କୁମାର ମହାପାତ୍ର, ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ଡକ୍ଟର ସଞ୍ଜୀବ କୁମାର ମିଶ୍ର, ମାନେଜିଙ୍ଗ ଡିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡେଇ ଯୋଗଦାନ କରିଥିଲେ।

ଏହି ସମ୍ମିଳନୀ ନିଶ୍ଚିତ ଭାବରେ କର୍କଟ ରୋଗୀଙ୍କ ପାଇଁ ତଥା ଉତ୍କଳ ହସ୍ପିଟାଲ ଓଡିଶା ଏବଂ ପୂର୍ବ ଭାରତର ଚିକିତ୍ସା ଯୋଜନାକୁ ନୂତନ ଦିଗ ଦେବାରେ ସାହାଯ୍ୟ କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉତ୍କଳ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ପ୍ରଥମ କିଡନୀ ପ୍ରତିରୋପଣ ରୋଗୀ: କିଡନୀ ଦାନ କରିଥିଲେ ଶାଶୁ

ଭୁବନେଶ୍ବର: ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ଆଜି ଡିସ୍ଚାର୍ଜ ହୋଇଛନ୍ତି। ଏବଂ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ ମାନଙ୍କ ଭଳି କାମ କରିପାରିବେ ବୋଲି ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ସିନିୟର କନସୋଲଟାନ୍ଟ ଡାଃ. ଲଲାଟ ବରୁନ ପାତ୍ର କହିଛନ୍ତି।

ରୋଗୀଙ୍କର କିଡନୀ ସମ୍ବନ୍ଧୀୟ ଅସୁବିଧା ଗତ ୬ ମାସ ତଳେ ଜଣା ପଡିଥିଲା। ତେଣୁକରି ସେ ସେବେଠାରୁ ସପ୍ତାହରେ ୩ ଥର ଡାଈଆଲିସିସ କରାଉଥିଲେ। ଶେଷରେ ତାଙ୍କ ଶାଶୁ ତାଙ୍କର ଗୋଟେ କିଡନୀ ତାଙ୍କ ଜ୍ଵାଇଁଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଲେ। ଗତ ମାସ ୨୭.୧୧.୨୦୨୩ ତାରିଖରେ ପୀଡିତଙ୍କ ଠାରେ କିଡନୀ ପ୍ରତିରୋପଣ ହୋଇଥିଲା। ଆଜି ୦୬-୧୨-୨୦୨୩ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ସମୟରେ ହସ୍ପିଟଲରୁ ଡିସ୍ଚାର୍ଜ ହୋଇଛନ୍ତି।

ଏହି ଜଟିଳ କିଡନୀ ଟ୍ରାନ୍ସପ୍ଳାଣ୍ଟଟେସନ ଉତ୍କଳ ହସ୍ପିଟଲର ପ୍ରଥମ କରି ସଫଳତାର ସହ ସଂପୂର୍ଣ୍ଣ ହୋଇଛି। ଡାଃ. ଲଲାଟ ବରୁନ ପାତ୍ର (ନେଫ୍ରୋଲୋଜି), ଡାଃ. ପବିତ୍ର କୁମାର ମିଶ୍ର (ଉରୋଲୋଜି) ଓ ସପୋର୍ଟ ଟୀମର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା।

ଏହି ଅବସରରେ ଟିମ ତରଫରୁ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡାଃ. ଆଦିତ୍ୟ ସାମଲ, ମାନେଜିଙ୍ଗ ଡିରେକ୍ଟର ଡାଃ. ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ଚିଫ ଏକ୍ସେକ୍ୟୁଟିଭ ଅଫିସର ଡାଃ. ଆଶିଷ ଚନ୍ଦ୍ରା ପ୍ରମୁଖ ତାଙ୍କୁ ଉତ୍ସାହିତ କରିଥିବାରୁ ସେ ଧନ୍ୟବାଦ ଅପର୍ଣ କରିଥିଲେ।