Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ପାଞ୍ଚୋଟି ରାଜ୍ୟକୁ ଯିବେ ଓଡିଶାର ୭୩ ଜଣ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ୫ ଗୋଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଓ ଭାରତୀୟ ରାଜସ୍ୱ ସେବା ବର୍ଗରୁ ମୋଟରେ ୭୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସେମାନଙ୍କୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭର୍ଚୁଆଲ୍‌ ତାଲିମ ପ୍ରଦାନ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ଉପସ୍ଥିତ ରହି ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ ସଂପର୍କିତ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ ।

ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଗଲେ ପର୍ଯ୍ୟବେକ୍ଷକମାନେ ଅବାଧ, ସ୍ୱଚ୍ଛ ଓ ନିରା ପଦ ନିର୍ବାଚନ କି ପରି କରାଯାଇ ପାରିବ ସେ ସଂ ପର୍କରେ ନିର୍ବାଚନ କମିଶନର ଗୁରୁତ୍ୱାରୋ ପ କରିଥିଲେ । କୋଭିଡ୍‌ ସମୟରେ ନିରେପକ୍ଷ ଓ ନିରାପଦ ନିର୍ବାଚନ କି ପରି କରାଯାଇ ପାରିବ, ତା’ଉପରେ ବିଶେଷ ଧ୍ୟାନ ଦେବାକୁ ନବନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ସଚିବ ଉମେଶ ସିହ୍ନା ନିର୍ବାଚନ ପରିଚାଳନା ସଂପର୍କିତ ଏକ ପାଓ୍ୱାର ପଏଣ୍ଟ ଅଫ ପ୍ରଜେଣ୍ଟେସନ୍‌ ପର୍ଯ୍ୟବେକ୍ଷକମାନଙ୍କୁ ଦେଖାଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମାଗଣା ବସ୍ ଯାତ୍ରା, ସ୍କୁଟି ଏବଂ ସ୍ମାର୍ଟଫୋନ୍: ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣା ପତ୍ର ଜାରି କଲା କଂଗ୍ରେସ

ଲକ୍ଷ୍ନୌ: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଆଖି ମହିଳା ଭୋଟ୍ ବ୍ୟାଙ୍କ ଉପରେ ରହିଛି। ମହିଳା ଭୋଟ୍ ପାଇବା ପାଇଁ କଂଗ୍ରେସ ଅନେକ ବଡ ଘୋଷଣା କରୁଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କ ପାଇଁ ୪୦ ପ୍ରତିଶତ ଟିକେଟ୍ ଏବଂ ଛାତ୍ରୀମାନକୁ ସ୍ମାର୍ଟଫୋନ୍ ଓ ସ୍କୁଟି ଦେବା ପାଇଁ ପ୍ରତୁଶ୍ରୁତି ଦିଆଯାଇଛି। ଏଥି ସହିତ ପ୍ରିୟଙ୍କା ଗାନ୍ଧୀ ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣା ପତ୍ର ଜାରି କରିଛନ୍ତି। ଆଜି ସକାଳେ ଘୋଷଣା ପତ୍ର ପ୍ରକାଶ କରି ପ୍ରିୟଙ୍କା ୟୁପି ମହିଳାମାନଙ୍କ ପାଇଁ ଅନେକ ପ୍ରତିଶୃତି ଦେଇଛନ୍ତି।

ଆଜି ସକାଳେ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ମୋର ପ୍ରିୟ ଭଉଣୀମାନେ, ଆପଣମାନଙ୍କର ପ୍ରତ୍ୟେକ ଦିନ ସଂଘର୍ଷରେ ପରିପୂର୍ଣ୍ଣ। ଏହାକୁ ବୁଝି କଂଗ୍ରେସ ଦଳ ଆପଣଙ୍କ ପାଇଁ ଏକ ଅଲଗା ମହିଳା ଘୋଷଣା ପତ୍ର ପ୍ରସ୍ତୁତ କରିଛି।

ଜାଣନ୍ତୁ ଘୋଷଣା ପତ୍ରରେ କ’ଣ ଘୋଷଣା କରାଯାଇଛି?:

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି ୟୁପିରେ କଂଗ୍ରେସ ସରକାର ଗଠନ ହୁଏ ତେବେ ପ୍ରତିବର୍ଷ ତିନୋଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ। ଏହା ବ୍ୟତୀତ ରାଜ୍ୟର ସରକାରୀ ବସ୍ ରେ ମହିଳାଙ୍କୁ ମାଗଣା ଯାତ୍ରା, ଆଶା ଏବଂ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସରେ ୧୦ ହଜାର ଟଙ୍କା ସମ୍ମାନଜନକ ଦେୟ ମିଳିବ।

ଘୋଷଣା ପତ୍ର ଅନୁଯାୟୀ, ନୂତନ ସରକାରୀ ନିଯୁକ୍ତିରେ ୪୦ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ବ୍ୟବସ୍ଥା , ବୃଦ୍ଧା ବିଧବାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନ୍‌ସନ୍‌ ଏବଂ ବିଧାନସଭା ନିର୍ବାଚନରେ ​​୪୦ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଘୋଷଣା କରାଯାଇଛି। ଏହା ସହିତ କଂଗ୍ରେସ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ସ୍କୁଟି ମଧ୍ୟ ଦେବାକୁ ପ୍ରତିଶୃତି ଦେଇଛି।