Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତକୁ ପରାସ୍ତ କରିବା ପରେ ଉତ୍ସବ ମୁଖର ହେଲା ପାକିସ୍ତାନ: ଇମ୍ରାନ ଖାନ ଦେଲେ ଏଭଳି ମନ୍ତବ୍ୟ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ ବିରୋଧରେ କ୍ରମାଗତ ୧୨ଟି ମ୍ୟାଚ୍ ହାରିବା ପରେ ଗତକାଲି ଏଥିରୁ ବ୍ରେକ ଲାଗିଛି। ଗତକାଲି ଭାରତକୁ ପରାଜିତ କରିବା ପରେ ପାକିସ୍ତାନର କ୍ରିକେଟ୍ ପ୍ରଶଂସକମାନେ ଉତ୍ସବ ପାଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି।

ଉତ୍ସାହିତ ପ୍ରଶଂସକମାନେ କରାଚିରେ କାର୍ ହର୍ନ ବଜାଇ ଏବଂ ବାଣ ଫୁଟାଇ ଖୁସି ମନାଇଥିଲେ। ସେଠାରେ ସର୍ବସାଧାରଣ ସ୍ଥାନରେ ବଡ଼ ପରଦା ସ୍ଥାପନ କରାଯାଇଥିଲା ଏବଂ କରୋନା ପ୍ରତିବନ୍ଧକ ରିହାତି ପରେ ହୋଟେଲରେ ମଧ୍ୟ ମ୍ୟାଚ୍ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। କେତେକ ସ୍ଥାନରେ ବିଜୟ ଉତ୍ସବରେ ପୋଲିସ ଗୁଳି ଚଳାଇବାର ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ ବିଜେତା ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ପାକିସ୍ତାନ ଦଳ ଏବଂ ବିଶେଷକରି ବାବର ଆଜମଙ୍କୁ ଅଭିନନ୍ଦନ। ରିଜୱାନ୍ ଏବଂ ଶାହିନ୍ ଶାହା ଆଫ୍ରିଦି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦେଶ ଆପଣଙ୍କ ପାଇଁ ଗର୍ବିତ।