Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’, ଭାଗ ନେବେ ୬୦୦ ଜିଲ୍ଲାସ୍ତରୀୟ ବିଜେତା

ଭୁବନେଶ୍ବର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’।

ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କ୍ରୀଡା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରେଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।

ଏହି ଉତ୍ସବରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଓରମାସ୍‌ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୂନମ ଟି ଗୂହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଯୁବ କ୍ରୀଡାବିତ୍‌ମାନଙ୍କ ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡା କ୍ଷେତ୍ରକୁ ଆହୁରି ସୁଦୃଢ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମଗ୍ର ରାଜ୍ୟର ୨୨୮ ଶିଶୁ ଯନି ଅନୁଷ୍ଠାନର ପ୍ରାୟ ୬୦୦ ଜିଲାସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଫୁଟବଲ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ଚେସର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଶିଶୁ ଯନି ଅନୁଷ୍ଠାନର ଛୋଟ ଛୋଟ ପିଲାମାନଙ୍କର ଉତ୍ସାହ ଓ ପ୍ରଦର୍ଶନ ଦେଖି ସେ ଗର୍ବିତ ବୋଲି ମହିଳା ଶିଶୁ ବିକାଶ ବିଭାଗର କମିସନର ତଥା ସଚିବ ଶୁଭା ଶର୍ମା କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ସ୍ୱପ୍ନ କୁ ଡେଣା ଯୋଗେଇବ ବୋଲି ସେ ଆଶା ପୋଷଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ  ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ 2023 ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା ଅଜୟ କୁମାର ମିଶ୍ର, ପୁର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲର 13 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର 180 ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ମଧ୍ୟରେ 100 ମିଟର ଦୌଡ ପ୍ରତିଯୋଗୀତା ଏବଂ 200 ମିଟର  ଦୌଡ, ଲମ୍ବଡିଆ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତୋଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। 100 ମିଟର ଦୌଡ ରେ ବାଳକ ବିଭାଗର ଶୁଭମ ମାଝୀ (NSM), 200 ମିଟର ଦଉଡାରେ ବାଳକ ବିଭାଗର ମାଣିକ ନାୟକ (BSS), ଉଚ୍ଚଡିଆଁରେ ମାଣିକ ନାୟକ ( BSS ), ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ (NSS), ଚେସ ରେ ସୁଶାନ୍ତ ରାଉତ (BGSN), କେରମରେ ମାଣ୍ଟୁ ମାଝୀ (BSS) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।

ବାଳିକା ବିଭାଗରେ 100 ମିଟର ଦୌଡ ରେ ରାଇମତି ମାଝୀ (NSS), 200 ମିଟର ଦୌଡରେ ରାଇମତି ମାଝୀ (NSS), ଉଚ୍ଚ ଡିଆଁ ରେ ପୂଜା ମାଝୀ (NSM), ଲମ୍ବ ଡିଆଁ ରେ ବେଲମତି ମାଝୀ (NSS), କ୍ୟାରମରେ ଗୌରୀ ଜାଲ ( jashoda ), ଚେସରେ ଲୋପମୁଦ୍ରା ବିହାରୀ ( EMI ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( NSM ) ଏବଂ ବାଳିକା ବିଭାଗରେ (NSS) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତ୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡା: ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା PET ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶେଷରେ ଉତ୍ସାହ 2023 ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।