Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଚାଲିଛି ଉଦ୍ଭିଦ ଓ ପ୍ରାଣୀ ଗଣନା: ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୋଟ୍ ଚଳାଚଳ ବନ୍ଦ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠୁ ସିଡିଏ ଦ୍ୱାରା ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ କରାଯାଇଛି। ୧୮ ଜଣିଆ ଟିମ ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଚାଲିଛି। ସାତପଡା ପଟୁ ୮ଟି ଟିମ ଗଣନା କରୁଥିବା ବେଳେ ବାଲୁଗାଁ ପଟୁ ୧୦ଟି ଟିମ ଗଣନା କରୁଛି। ଚିଲିକା ଡେଭଲଅପମେଣ୍ଟ ଅଥରିଟି ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍‌ ଚଳାଚଳ ବନ୍ଦ ରହିବ। ସମସ୍ତ ବୋଟ୍‌ ମାଲିକ ସଂଘ ଓ ପିଏଫ୍‌ସିଏସ୍‌ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।