Categories
ବିଶେଷ ଖବର

ଅତ୍ୟାବଶ୍ୟକୀୟ ଔଷଧଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା, ୨୦୨୨ ଉନ୍ମୋଚନ କଲେ ଡ. ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।

“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।

ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।

ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:

୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।

ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:

https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==

ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଯଶୁଆପୁର ମହୋତ୍ସବ ଉପରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ

ଭୁବନେଶ୍ୱର: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ଉମାଦେଈବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଯଶୁଆପୁର ଗ୍ରାମର ସାମାଜିକ ଅନୁଷ୍ଠାନ ଯଶୁଆପୁର ବିକାଶ ପରିଷଦ ଓ ଡ଼ାକ ବିଭାଗ, ଓଡ଼ିଶା, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଥିବା ପ୍ରଧାନ ଡ଼ାକଘରଠାରେ ପଞ୍ଚମ ଯଶୁଆପୁର ମହୋତ୍ସବ ଉପରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯଶୁଆପୁର ବିକାଶ ପରିଷଦର ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ାକ ବିଭାଗର ବରିଷ୍ଠ ଅଧିକାରୀ ଆଦିତ୍ୟ କୁମାର ନାୟକ, ବସନ୍ତ କୁମାର ପଣ୍ଡା, ଶିବଶଙ୍କର ଶତପଥୀ, ଉମାଦେଈବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ ତଥା ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ର, ଅନୁଷ୍ଠାନର ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ, ସୁଚିସ୍ମିତା ପୃଷ୍ଟି, ଦିଲ୍ଲୀପ ମାର୍ଥା, ବିକାଶ ଦାସ, ନାରାୟଣ ବେହେରା ଏବଂ କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ଉପସଭାପତି ବିଶ୍ୱଜିତ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ପ୍ରକାଶ ପ୍ରଧାନ, ଦେବେନ୍ଦ୍ର ନାୟକ, ଦୀପକ ସ୍ୱାଇଁ ଏବଂ ଅଜିତ କୁମାର ରାଉତ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌

ମୁମ୍ବାଇ: ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି। ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ଏହି ନୂଆ ଫୋନ୍ ଭାରତକୁ ତାହାର ହୃଦୟ ମଧ୍ୟରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି।

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି। ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସମସ୍ତ ଭୌଗୋଳିକ ଅଂଚଳଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି। ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି।

ଜିଓଫୋନ ନେକ୍ସଟ୍ ଭାରତରେ ତିଆରିଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି। ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ। ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି।

ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି। ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି।

ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ। ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି। ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ।

ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:

ଭଏସ ଆସିଷ୍ଟାଂଟ: ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବାସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି।

ରିଡ୍ ଆଲାଉଡ୍: ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି। ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି।

ଟ୍ରାନ୍ସଲେଟ: ‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି। ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି।

ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା: ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି। ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି। କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ: ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ ପ୍ଲୋ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି। ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି।

ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌: ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି। ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି। ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି।

ଅଭୁତପୂର୍ବ ବ୍ୟାଟେରୀ ଲାଇଫ: ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି।

ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ। ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି। ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି। କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା। ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

କବି ରବିପ୍ରିୟ ଦାଶଙ୍କ କବିତା ସକଳନ ‘ଉର୍ବଶୀର ଗାଁ’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି। ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି।