Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଣି ରାଜ୍ୟରେ ଉପରମୁହାଁ ସଂକ୍ରମଣ: ବଢିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୯୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୯

ବଲାଙ୍ଗୀରି ଜିଲ୍ଲାରୁ- ୮

କଟକ ଜିଲ୍ଲାରୁ- ୩୧

ଦେବଗଡ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୧୦

ଝାରସୁଗୁଡା ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୫୪

କୋରାପୁଟ ଜିଲ୍ଲାରୁ- ୩

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୪

ନବରଙ୍ଗପୁର ଜିଲ୍ଲାରୁ- ୧୩

ନୟାଗଡ ଜିଲ୍ଲାରୁ- ୪୯

ନୂଆପଡା ଜିଲ୍ଲାରୁ- ୯

ପୁରୀ ଜିଲ୍ଲାରୁ- ୯

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୮

ସୋନପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୬୧

ଷ୍ଟେଟ ପୁଲରୁ- ୧୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାର ୨୦୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୩୫୧ ଏବଂ ବର୍ତ୍ତମାନ ୧୬୧୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ଉପରମୁହାଁ ସଂକ୍ରମଣ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୭ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।