Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ପୁଣି ଉପର ମୁହାଁ କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୫୧୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୫୧୮ ଟି କରୋନା ପଜିଟିଭ ରିପୋର୍ଟ ହୋଇଥିବା ବେଳେ ଦେଶରେ କୋଭିଡ-୧୯ ମାମଲାରେ ୫.୮ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗର ସକ୍ରିୟ ସଂଖ୍ୟା ହେଉଛି ୨୫ ହଜାର ୭୮୨। ଗତ ୨୪ ଘଣ୍ଟା ମଧ୍ୟରେ, ୨ ହଜାର ୭୭୯ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୩୦ ହଜାର ୮୫୨ ଲୋକ କରୋନା ଜୀବାଣୁକୁ ପରାସ୍ତ କରିଛନ୍ତି। ଏହି ମାରାତ୍ମକ ଜୀବାଣୁ ଯୋଗୁଁ ଦେଶରେ ମୋଟ ୫ ଲକ୍ଷ ୨୪ ହଜାର ୭୦୧ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଜୀବାଣୁରେ ମୋଟ ୪ କୋଟି ୩୧ ଲକ୍ଷ ୮୧ ହଜାର ୩୩୫ ମାମଲା ପଞ୍ଜିକୃତ ହୋଇଛି।

ଦେଶରେ କରୋନା ବିରୋଧରେ ଟୀକା ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୭ ହଜାର ୧୮୭ ଜଣ ଟିକା ଦେଇଛନ୍ତି ଏବଂ ଏପର୍ଯ୍ୟନ୍ତ ମୋଟ ୧୯୪ କୋଟି ୧୨ ଲକ୍ଷ ୮୭ ହଜାର ଟି ଟୀକା ଦୋଜ ଦିଆଯାଇଛି।