Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନାମରେ ଏତଲା

ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ  ସାମନ୍ତରାୟଙ୍କ ନାମରେ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କୋଭିଡ୍‌ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କରୋନା ସତ୍ତ୍ବେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଅଭିଯୋଗ ହୋଇଛି । ସ୍ବର୍ଗଦ୍ବାରରେ ଶହ ଶହ ଲୋକଙ୍କ ଗହଣରେ ସାମିଲ୍‌ ହୋଇଥିଲେ । କରୋନା ଆଇନ ଉଲ୍ଲଂଘନକାରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।

ଅପରପକ୍ଷରେ ଏହା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ 21 ଦିନ ଧରି ଆଇସୋଲେସନ୍‌ରେ ରହିଥିଲେ ।  ଅଭିଯୋଗକାରୀ ଏହି ସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।  ସେ ସମ୍ପୂର୍ଣ୍ଣ ରୂପେ କୋଭିଡ୍‌ ନିୟମ ପାଳନ କରିଛନ୍ତି । ସେ କୌଣସି ନିୟମ ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି  ଗଣଶିକ୍ଷା ମନ୍ତ୍ରୀ । ଅପରପକ୍ଷରେ ଏନେଇ ବିଧାୟକ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।