Categories
ଅପରାଧ ଆଜିର ଖବର ଜାତୀୟ ଖବର

କଂଗ୍ରେସ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା: ମାମଲା ରୁଜୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଉମାଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜନୈକ ମହିଳା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୦୨୧ରୁ ନଭେମ୍ବର ୧୮ ତାରିଖ ୨୦୨୨ମଧ୍ୟରେ ଉମାଙ୍ଗ ସିଙ୍ଘାର PWD କାର୍ଯ୍ୟାଳୟ ପଛରେ ଥିବା ବିଧାୟକଙ୍କ ବାସଭବନରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ସହ ମାରପିଟ କରି ଅସଦାଚରଣ ମଧ୍ୟ କରିଥିଲେ। ମହିଳା ଜଣକ ବିଧାୟକଙ୍କୁ ଅପ୍ରାକୃତିକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ତ ଅଭିଯୋଗ ଆଧାରରେ ନୌଗାଓଁ ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଅନୁଯାୟୀ ଉମାଙ୍ଗ ସିଙ୍ଘରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଧାର ଏସପି ଆଦିତ୍ୟ ପ୍ରତାପ ସିଂ କହିଛନ୍ତି ଯେ, ନଭେମ୍ବର ୨୧ ତାରିଖରେ ଏକ ମାମଲା ରୁଜୁ ହୋଇଛି। ମାମଲା ପଞ୍ଜିକରଣ କରିବା ପରେ ପୋଲିସ ତଦନ୍ତ କରୁଛି। ପୀଡିତାଙ୍କ ସୂଚନା ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି।