Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସତ୍ୟବାଦୀ ନିର୍ବାଚନ ମଣ୍ଡଳିକୁ ନେଇ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମା ମଧ୍ୟରେ କଳି

ଭୁବନେଶ୍ବର: ବର୍ତ୍ତମାନ ଟିକେଟ ରାଜନୀତିରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ଏକ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏହି ନିର୍ବାଚନ ମଣ୍ଡଳିରୁ ଟାଣୁଆ ନେତା ସଂଜୟ ଦାସ ବର୍ମା ଛିଡା ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେଠାରୁ ବିଧାୟକ ଉମା ସାମନ୍ତରାୟ ହଟିବାକୁ ନାରାଜ।

ସଂଜୟ ବିଭିନ୍ନ କର୍ମି ସମ୍ମିଳନୀରେ ସେ ଏଥର ସତ୍ୟବାଦୀରୁ ଲଢେଇ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଉମା। ତାହାକୁ ବିରୋଧ କରିବାକୁ ଯାଇ ଉମା ପୁଣି କର୍ମିି ସମ୍ମିଳନୀ କରି ନିଜେ ଛିଡା ହେଉଛନ୍ତି ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ତେବେ ଗତକାଲି ଉଭୟଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟସ୍ଥତାରେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଠା କରାଯାଇଥିଲା। ହେଲେ ସେଥିରେ ଉମା କୁଆଡେ ରାଜି ହେଲେ ନାହିଁ। ଫଳରେ ବର୍ତ୍ତମାନ ପୁଣି କଣ ହେବ ସେ ନେଇ କିଛି ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ଭୁବନେଶ୍ବର : ଭୁଲ୍‌ ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ । କୋଭିଡ୍‌ ପଜିଟିଭ୍‌ ଥାଇ ସୁଦ୍ଧା ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ । ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ ହୋଇ ସ୍ବର୍ଗଦ୍ବାର ଯାଇଥିଲେ, ଏହା ତାଙ୍କର  ଭୁଲ୍‌ ବୋଲି ସେ ସ୍ବୀକାର କରିଛନ୍ତି । ସରକାରଙ୍କ ଆଇନ୍‌ର ଉର୍ଦ୍ଧ୍ବରେ କେହି ନୁହଁନ୍ତି ବୋଲି  ସେ କହିଛନ୍ତି । ଏଥିପାଇଁ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ, ତାହା ମାନିନେବେ ବୋଲି କହିଛନ୍ତି ବିଧାୟକ । ସୂଚନାଯୋଗ୍ୟ, କୋଭିଡ୍‌ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଧାୟକଙ୍କ ନାମରେ ଏତଲା ଦେଇଥିଲା ଶ୍ରୀଜଗନ୍ନାଥ ସେନା । ଏନେଇ ମାମଲା ରୁଜୁ ହୋଇଥିଲା ।