Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉମେଶପାଲ ହତ୍ୟାକାଣ୍ଡ ମାମଲା: ଅତିକ୍ ଅହମ୍ମଦଙ୍କ ସମ୍ପର୍କୀୟ ଜାଫରଙ୍କ ଘରେ ଚାଲିଲା ଯୋଗୀଙ୍କ ବୁଲଡୋଜର

ଆହ୍ଲାବାଦ: ଉତ୍ତରପ୍ରଦେଶରେ ପୁଣିଥରେ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚାଲୁଛି। ଆହ୍ଲାବାଦର ଚକିଆରେ ବେଆଇନ ସମ୍ପତ୍ତି ଉପରେ ପିଡିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉମେଶପାଲ ହତ୍ୟା ମାମଲାରେ ଏହା ପୋଲିସର ଏକ ବଡ କାୟୟାନୁଷ୍ଠାନ ବୋଲି ବିବେଚନା କରାଯାଏ। ଜାଫର ଖଲିଦ ଅହମ୍ମଦଙ୍କ ବେଆଇନ ସମ୍ପତ୍ତି ଉପରେ ପିଡିଏର ବୁଲଡୋଜର ଚାଲୁଛି। ଜାଫର ବାହୁବଲୀ ଅତିକ୍ ଅହମ୍ମଦଙ୍କ ଘନିଷ୍ଠ ବୋଲି କୁହାଯାଏ। ଅତିକଙ୍କ ପୁରା ପରିବାର ଜାଫରଙ୍କ ଘରେ ରହୁଥିଲେ। କୁହାଯାଉଛି ଯେ, ଏହି ଘରର ନକ୍ସା ଉପଲବ୍ଧ ନାହିଁ। ଏହି ବେଆଇନ ନିର୍ମାଣକୁ ପୂର୍ବରୁ ପିଡିଏ ପକ୍ଷରୁ ନୋଟିସ ଦିଆଯାଇଥିଲା ଏବଂ ଆଜି ଏହି ଘର ଉପରେ ବୁଲଡୋଜର ଚାଲିଛି।