Categories
ବିଶେଷ ଖବର

ଋଣ ଛାଡ ଏବଂ ଚାଷ ପାଇଁ ୧୨ ଘଣ୍ଟିଆ ବିଦ୍ୟୁତ୍ ‘, ଚାଷୀଙ୍କ ପାଇଁ ୬ ଟି ବଡ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ଅଛନ୍ତି। ଆଜି ସେ ଗୁଜୁରାଟର ଦ୍ୱାରକାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଦିଲ୍ଲୀରେ ୨୪ ଘଣ୍ଟା ବିଦ୍ୟୁତ ଦେବା ପରେ ମଧ୍ୟ ଶୂନ ବିଲ ଆସେ। ଏହା ଯାଦୁ ନୁହେଁ କି? ମୋତେ ଏହି ଯାଦୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରାପ୍ତ ହୋଇଛି। ବର୍ତ୍ତମାନ ଭଗବାନ ସୁଦର୍ଶନ ଚକ୍ର ଚଳାଇ ଡିସେମ୍ବରରେ ଆପ ସରକାର ଆଣିବେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟରେ ସରକାର ଗଠନର ତିନି ମାସ ପରେ ଶୂନ ବିଦ୍ୟୁତ୍ ବିଲ୍ ଆସିବ ଏବଂ ସମସ୍ତ ପୁରୁଣା ବିଲ୍ ଛାଡ କରାଯିବ। ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସାଧାରଣ ସଭାରେ ଗୁଜୁରାଟର ଚାଷୀଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲ ୬ ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, “ପ୍ରଥମେ ଗ୍ୟାରେଣ୍ଟି, ଯଦି ଜଣେ କୃଷକ ଏମଏସପିରେ ଫସଲ ବିକ୍ରୟ କରିବାକୁ ଚାହାଁନ୍ତି, ତେବେ ସରକାର ଏହାକୁ କିଣିବେ। ଆମେ ଏହାକୁ ୫ ଟି ଫସଲ (ଗହମ, ଚାଉଳ, ଚଣା, କପା ଏବଂ ବାଦାମ) ରୁ ଆରମ୍ଭ କରିବୁ, ତା’ପରେ ଧୀରେ ଧୀରେ ଏହାକୁ ବୃଦ୍ଧି କରିବୁ। ”

କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା:

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଦ୍ୱିତୀୟ ଗ୍ୟାରେଣ୍ଟି, ଚାଷ ପାଇଁ ଦିନକୁ ୧୨ ଘଣ୍ଟା ବିଦ୍ୟୁତ ଦିଆଯିବ। ତୃତୀୟ ଗ୍ୟାରେଣ୍ଟି, ଜମିର ସମସ୍ତ ପୁରୁଣା ସର୍ଭେ ବାତିଲ ହେବ, ଚାଷୀଙ୍କ ସହ ନୂତନ ସର୍ଭେ କରାଯିବ। ଚତୁର୍ଥ ଗ୍ୟାରେଣ୍ଟି, ଫସଲ କ୍ଷେତ୍ରରେ ୨୦ ଏକର ପିଛା ହଜାରେ ଟଙ୍କା କ୍ଷତିପୂରଣ ଦିଆଯିବ। ପଞ୍ଚମ ଗ୍ୟାରେଣ୍ଟି, ନର୍ମଦା ଡ୍ୟାମର କମାଣ୍ଡ ଅଞ୍ଚଳରେ ଥିବା ପ୍ରତ୍ୟେକ କୋଣକୁ ଜଳ ଯୋଗାଇବ। ଷଷ୍ଠ ଗ୍ୟାରେଣ୍ଟି- ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କରାଯିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ” ମୁଁ ରାଜନୀତି କରିବା ଜଣା ନାହିଁ, ମୁଁ ଭାରତକୁ ଏକ ନମ୍ବର ଦେଶ କରିବାକୁ ଚାହୁଁଛି। କେବଳ ଭାଷଣ ଭାରତକୁ ଏକ ନମ୍ବର ଦେଶ କରିବ ନାହିଁ। ଡାକ୍ତରଖାନା, ବିଦ୍ୟାଳୟ ନିର୍ମାଣ କରିବାକୁ ପଡିବ, ତା’ହେଲେ ଭାରତ ବିଶ୍ୱରେ ଏକ ନମ୍ବର ହେବ। ଆମେ ପ୍ରତ୍ୟେକ ଯୁବକଙ୍କୁ ୩ ହଜାର ଟଙ୍କା ବେକାରୀ ଭତ୍ତା ଦେବୁ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଯଦି ସରକାର ଗଠନ ହୁଏ, ତେବେ ୧୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି ହେବ।

Categories
ଆଜିର ଖବର ଜାତୀୟ ଖବର

ନୂଆ ବର୍ଷ ପୂର୍ବରୁ ଚାଷୀଙ୍କୁ ମିଳିଲା ଖୁସି ଖବର: ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ପଞ୍ଜାବର ଚରଣଜିତ ସିଂ ଚାନ୍ନି ସରକାର ଆଜି ଚାଷୀଙ୍କୁ ଖୁସି ଖବର ପ୍ରଦାନ କରିଛନ୍ତି। ପଞ୍ଜାବ ସରକାର ଚାଷୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି କହିଛନ୍ତି ଯେ,ପ୍ରାୟ ଦୁଇ ଲକ୍ଷ ପରିବାରଙ୍କୁ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ପାଞ୍ଚ ଏକର ଜମି ମାଲିକଙ୍କ ପାଇଁ ପାଞ୍ଚ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପୂର୍ଣ୍ଣ ଛାଡ କରାଯିବ। ପଞ୍ଜାବ ସରକାର ଏକ ସାଧାରଣ ବର୍ଗ ଆୟୋଗ ଗଠନ କରୁଛନ୍ତି, ଯାହାକୁ କ୍ୟାବିନେଟରୁ ଅନୁମୋଦନ ମିଳିଛି।

ଏହା ପୂର୍ବରୁ ରାଜ୍ୟ ସରକାର ୫.୬୩ ଲକ୍ଷ ଚାଷୀଙ୍କ ୪ ହଜାର ୬୧୦ କୋଟି ଟଙ୍କାର ଋଣ ଛାଡ କରିସାରିଛନ୍ତି। ସେଥିମଧ୍ୟରୁ ୧.୩୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ୯୮୦ କୋଟି ଟଙ୍କା ରିଲିଫ୍ ମିଳିଥିବାବେଳେ ୪.୨୯ ଲକ୍ଷ ସୀମାନ୍ତ କୃଷକ ୩ ହଜାର ୬୩୦ କୋଟି ଟଙ୍କା ଋଣ ଛାଡ଼ର ଲାଭ ପାଇଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆଉ ଏକ ପ୍ରମୁଖ ଚାହିଦାକୁ ଗ୍ରହଣ କରି ଚାନ୍ନି ମଧ୍ୟ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଞ୍ଜାବ ପୋଲିସ୍ ଦ୍ଵାରା ପଞ୍ଜୀକୃତ ହୋଇଥିବା ସମସ୍ତ ଏଫ୍ଆଇଆର୍ ବାତିଲ୍ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କୃଷକମାନେ ସେମାନଙ୍କ ଅବଶିଷ୍ଟ ଦାବି ପାଇଁ ପଞ୍ଜାବ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଅନେକ ସଂଗଠନ ପଞ୍ଜାବ ସରକାରଙ୍କୁ ବିଭିନ୍ନ ଉପାୟରେ ଘେରିକୁ ଚେଷ୍ଟା କରୁଛନ୍ତି। କିଷାନ ମଜଦୁର ସଂଗର ସମିତି ରେଳ ରୋକୋ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଭାରତୀୟ କିଷାନ ୟୁନିଅନ ଜିଲ୍ଲା ସଚିବାଳୟ ବାହାରେ ଧାରଣାରେ ବସିଛନ୍ତି। ତେବେ ପଞ୍ଜାବର ୩୨ କୃଷକ ସଂଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନିଙ୍କୁ ଗତକାଲିଭେଟିଛନ୍ତି।

କୃଷକମାନେ ସମ୍ପୂର୍ଣ୍ଣ ଋଣ ଛାଡ, କୃଷି ଆଇନ ବିରୁଦ୍ଧରେ ବର୍ଷ ବର୍ଷ ଧରି ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଏବଂ ସେମାନଙ୍କ ବିରୋଧରେ ପଞ୍ଜୀକୃତ ଅପରାଧିକ ମାମଲା ପ୍ରତ୍ୟାହାର ଦାବି କରୁଛନ୍ତି।