Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ।

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍‌ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା  ଉପରେ ସେମାନେ ସହମତ ହୋଇଥିଲେ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ଏବଂ ଦୀପାବଳିର ପର୍ବପାଇଁ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ସୁନକ, ଶାଶୁ ସୁଧା ନାରାୟଣମୂର୍ତ୍ତି ଜଣାଇଲେ ଶୁଭେଚ୍ଛା

Rishi Sunak British PM : ଭାରତୀୟ ବଂଶୋଦ୍ଧବ ଋଷି ସୁନକ କିଙ୍ଗ ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ। ଏହାପରେ କିଙ୍ଗ ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଥିଲେ।

ଏହି ଖବର ପରେ ସୁନକଙ୍କ ଶାଶୁ ସୁଧା ନାରାୟଣ ମୂର୍ତ୍ତି ତାଙ୍କୁ ସ୍ବାଗତ କରିଛନ୍ତି। ଏକ ଟୁଇଟ କରେ ସେ ସୁନକଙ୍କୁ ଅଭିନନ୍ଦନ ବୋଲି କହିଛନ୍ତି। ସୁଧା ହେଉଛନ୍ତି ଇନଫୋସିସ ପ୍ରତିଷ୍ଠାତା ଏନ ନାରାୟନମୂର୍ତ୍ତିଙ୍କ ଧର୍ମପତ୍ନୀ। ତାଙ୍କର ଝିଅ ଅକ୍ଷତା ନାରାୟଣମୂର୍ତ୍ତି ହେଉଛନ୍ତି ଋଷି ସୁନକଙ୍କ ପତ୍ନୀ। ଋଷି ସନକ ବ୍ରିଟେନର ପ୍ରଧାନମନ୍ତ୍ର ହେବା ପରେ ଉଭୟ ବ୍ରିଟେନ ଏବଂ ଭାରତ ରାଜନୀତିରେ ଖୁସି ପ୍ରକଟ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ହରାଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ୍

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବା ବେଳେ ଋଷି ସୁନକ୍ ୬୦.୩୯୯ ଭୋଟ୍ ପାଇଛନ୍ତି। ଥେରେସା ମେ ଏବଂ ମାର୍ଗରେଟ୍ ଥେଚରଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶୁକ୍ରବାର ଶେଷ ହୋଇଥିଲା। ପ୍ରି-ସର୍ଭେରେ ଲିଜ ଟ୍ରସଙ୍କ ଠାରୁ ଋଷି ସୁନକ ପଛୁଆ ଥିବା କୁହାଯାଉଥିଲା।

ନିର୍ବାଚନରେ ​​ଜିତିବା ପରେ ଲିଜ ଟ୍ରସ କହିଛନ୍ତି ଯେ, ମୁଁ ଏକ ବୋଲ୍ଡ ଯୋଜନା ଉପସ୍ଥାପନ କରିବି। କରୋନା ମହାମାରୀ ପରେ ଟିକସ ହ୍ରାସ କରିବା ଏବଂ ବ୍ରିଟିଶ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ଏକ ଉତ୍ତମ ଯୋଜନା ଦେବେ ବୋଲି ଲିଜ ଟ୍ରସ ଦାବି କରିଛନ୍ତି। ଶକ୍ତି ସଙ୍କଟ ଏବଂ NHS ଉପରେ ସେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ!: ବର୍ତ୍ତମାନ ୧୦ ଟି ଦେଶରେ ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ବୁଧବାର ଦିନ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସେ ଦୌଡର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଭାବରେ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବ୍ରିଟେନ ଏକାଦଶ ଦେଶ ହେବ, ଯେଉଁଠାରେ ଭାରତୀୟ ଲୋକ ବିଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ବସିବେ।

ଏପର୍ଯ୍ୟନ୍ତ ବିଶ୍ଵର ୧୦ ଟି ଦେଶରେ ଭାରତୀୟମାନେ କ୍ଷମତାରେ ଅଛନ୍ତି। ସେହି ଦେଶଗୁଡ଼ିକ ହେଲା-

୧- ମରିସସ୍
୨- ପର୍ତ୍ତୁଗାଲ୍
୩- ମାଲେସିଆ
୪- ସିଙ୍ଗାପୁର
୫- ସୁରିନାମ
୬- ତ୍ରିନିଦାଦ ଏବଂ ଟୋବାଗୋ
୭- ଗୁୟାନା
୮- ଫିଜି
୯- ଆୟର୍ଲାଣ୍ଡ
୧୦- ସେସେଲସ୍

ବର୍ତ୍ତମାନ ଦୁନିଆରେ ଏପରି ୬ ଟି ଦେଶ ଅଛି ଯେଉଁଠାରେ ଭାରତୀୟ ମୂଳ ଲୋକ ନେତୃତ୍ଵ ନେଉଛନ୍ତି। ଏହି ଦେଶଗୁଡିକ ହେଲା: –

ପର୍ତ୍ତୁଗାଲ: ଏଠାରେ ଆଣ୍ଟୋନିଓ କୋଷ୍ଟା ୨୬ ନଭେମ୍ବର ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି।
ମରିସସ୍: ୨୩ ଜାନୁୟାରୀ ୨୦୧୭ ଠାରୁ ପ୍ରବୀଣ ଜଗନ୍ନାଥ ଏଠାରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ପୃଥ୍ବୀରାଜ ସିଂ ରୁପୁନ୍ ଦେଶର ରାଷ୍ଟ୍ରପତି ଏବଂ ସେ ୨ ଡିସେମ୍ବର ୨୦୧୯ ଠାରୁ କାର୍ଯ୍ୟ କରୁଛନ୍ତି।
ସିଙ୍ଗାପୁର: ହଲିମା ୟାକୁବ୍ ଏଠାରେ ରାଷ୍ଟ୍ରପତି, ଯିଏ ୧୪ ସେପ୍ଟେମ୍ବର ୨୦୧୭ ଠାରୁ ଏହି ପଦବୀରେ ରହିଛନ୍ତି।
ଗୁୟାନା: ରାଷ୍ଟ୍ରପତି ଇରଫାନ ଅଲି ୨ଅଗଷ୍ଟ ୨୦୨୦ ଠାରୁ ଏଠାରେ କ୍ଷମତାରେ ଅଛନ୍ତି।
ସେସଲସ୍: ୱେବେଲ ରାମକଲାୱାନ୍ ୨୬ ଅକ୍ଟୋବର ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।
ସୁରିନାମ: ଖାନ ସନ୍ତୋଖି ୧୬ ଜୁଲାଇ ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।