Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏକ ତରଫl ପ୍ରେମକୁ ନେଇ ନାବାଳିକାକୁ ହତ୍ୟା ଉଦ୍ୟମ

ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): ଜୁନାଗଡ ଥାନା ଅନ୍ତର୍ଗତ କନ୍ଧ ବ୍ର।ହ୍ମଣୀଗୁଡା ଗ୍ରାମରେ ଏକତରଫା ପ୍ରେମକୁ ନେଇ ଜଣେ ନାବାଳିକାକୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି।

ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଳି ଗ୍ରାମର ପୀଡିତା ନାବାଳିକା (୧୪) ଜୁନାଗଡ ଥାନା ଅନ୍ତର୍ଗତ କନ୍ଧବ୍ରାହ୍ମଣୀଗୁଡା ମାମୁଁ ଘରକୁ ଆସିଥିଲେ। ବୁଧବାର ରାତ୍ରରେ ଗାଁ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପୀଡିତା ନାବାଳିକା ଶୌଚ ପାଇଁ ବାହାରିଥିଲେ। ଏହି ସମୟରେ ସେହି ଗ୍ରାମର ଜଣେ ଅଜଣା ଯୁବକ ସେଠାରେ ଉପସ୍ଥିତ ରହି ଗାମୁଛାରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଅଭିଯୁକ୍ତ ସେଠାରେ ପୀଡିତା ମୃତ୍ୟୁ ହୋଇଯାଇଥିବା ଭାବି ସେଠାରୁ ଫେରାର୍ ହୋଇଯାଇଥିଲା।

ନାବାଳିକା ଜଣକ ମୂର୍ମୁଷୁ ଅବସ୍ଥାରେ ରାତି ସାରା ପଡି ରହିଥିଲେ। ଭୋର ସମୟରେ ଗ୍ରାମବାସୀ ଯୁବତୀଜଣଙ୍କ ମୁର୍ମୁଷୁ ଅବସ୍ଥାରେ ପଡିଥିବା ଦେଖି ତାଙ୍କୁ ଉଦ୍ଧାର କରି ମାମୁଁ ଘର ଲୋକଙ୍କୁ ଖବର ଦେଇଥିଲେ। ତୁରନ୍ତ ନାବାଳିକାଙ୍କୁ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ପୀଡିତା ନାବାଳିକା ଅବସ୍ତା ସ୍ଥିର ଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ପୀଡିତାଙ୍କ ମାମୁଁ ଛବି ବିହାରି ଜୁନାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଜୁନାଗଡ ଥାନା କେଶ୍ ନ୍ ୪୮୮/୨୩ ଅନୁଯାଇ ଆଇ ପି ସି ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜୁନାଗଡ ଥାନା ଅଧିକାରୀ ଶେଷ ଦେବ ବେହେରା ପ୍ରକାଶ କରିଛନ୍ତି। ହେଲେ ଏହି ଘଟଣା ଏକ ଏକତରଫା ପ୍ରେମ ଜନିତ ଘଟଣାକୁ ନେଇ ହୋଇଥିବା ସନ୍ଦେହ କରାଯାଉଥିବା ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏକତରଫା ପ୍ରେମ ଯୋଗୁଁ ବଡ଼ସିରେଇପୁର ଗ୍ରାମରେ ହୋଇଥିଲା ହତ୍ୟାକାଣ୍ଡ: ପର୍ଦ୍ଦାଫାଶ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ଏସଡ଼ିପିଓଙ୍କ ସୂଚନା ମୁତାବକ ଏକତରଫା ପ୍ରେମ ଲାଗି ଉକ୍ତ ହତ୍ୟାଟି ହୋଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ପ୍ରାପ୍ତବୟସ୍କ ଅଛନ୍ତି। ସୂଚନା ମୁତାବକ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ନାବାଳକ ଏବଂ ମୃତକ ସନ୍ତୋଷ ମହାରଣା ଉଭୟେ ଗୋଟିଏ ଝିଅକୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା।

ତେବେ ଯେହେତୁ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ଠାରୁ ବୟସରେ ବଡ଼ ଥିଲେ ତେଣୁ ତାଙ୍କୁ ପ୍ରତିବାଦ କରିବାର ସାହସ ନାବାଳକଙ୍କ ନଥିଲା। ତେଣୁ ଏ କ୍ଷେତ୍ରରେ ମୁଖ୍ୟ ନାବାଳକଙ୍କୁ ଭଗବାନ ଦାସ, ଧୀରେନ୍ଦ୍ର ସ୍ୱାଇଁ, ବିଚିତ୍ର ସାମଲ ନାମକ ତିନି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଉକ୍ତ ହତ୍ୟା କାଣ୍ଡ କରିବା ନିମନ୍ତେ ଉସକାଇବା ସହ ଦରକାର ପଡିଲେ ଏଥିପାଇଁ ତାଙ୍କୁ ଅନ୍ୟାୟ ଆନୁସଙ୍ଗିକ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ।

ପୂର୍ବଯୋଜନା ମୁତାବକ ଘଟଣା ଦିନ ଝିଅର ଜଣେ ନାବାଳକ ମାମୁଁଙ୍କ ସହିତ ମୃତକଙ୍କ ଝଗଡା ଓ ମାରପିଟ ହୋଇଥିଲା। ଏହାପରେ ମୁଖ୍ୟ ନାବାଳକ ଏବଂ ଅନ୍ୟ ଦୁଇ ନାବାଳକ ମିଶି ମୃତ ସନ୍ତୋଷଙ୍କ ସହ ପୁଣି ଝଗଡା କରିଥିଲେ। ସେହି ସମୟରେ ଫେରାର ଥିବା ଜଣେ ନାବାଳକ ମୁଖ୍ୟ ନାବାଳକଙ୍କୁ ଏକ ଛୁରୀ ଦେଇଥିଲେ ଯାହା ଦ୍ୱାରା ମୁଖ୍ୟ ନାବାଳକ ଉକ୍ତ ଛୁରୀ ଦ୍ୱାରା ସନ୍ତୋଷଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମସ୍ତ ତିନି ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନୁସନ୍ଧାନ କରିବା ପରେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳକ ଏବଂ ତିନି ଜଣ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଅଦ୍ୟାବଧି ଫେରାର ଅଛନ୍ତି। ତେବେ ଦୁଇ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ଙ୍କ ସମ୍ମୁଖରେ ହାଜର କରାଯିବା ସହ ଅନ୍ୟ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ବାଣପୁର କୋର୍ଟରେ ହାଜର କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡ ଭିଆଇଲା ପରେ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କୁ ଅଭିଯୁକ୍ତ ବିଚିତ୍ର ଏବଂ ଅଭିଯୁକ୍ତ ଧୀରେନ୍ଦ୍ର ଅନ୍ୟ ଜଣଙ୍କ ଘରେ ଲୁଚାଇ ରଖିଥିଲେ ଯାହାକୁ ପୋଲିସ ବହୁ ଖୋଜାଖୋଜି କରିବା ପରେ ଠାବ କରଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାରେ ଫେରାର ଥିବା ନାବାଳକଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଶଙ୍କର ସ୍ୱାଇଁଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।  ଉକ୍ତ କେସର ପ୍ରତ୍ୟକ୍ଷ ତତ୍ୱାବଧାନ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା କରୁଥିବା ବେଳେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ଏସଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଏବଂ ଉମାକାନ୍ତ ସାହୁଙ୍କ ଉଲ୍ଲେଖନୀୟ ଭୂମିକା ଥିବା ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଛୁରାମାଡ

ନୂଆପଡା : ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ ହୋଇଥିବାର ସୂଚନା ରହିଛି। ଏକତରଫା ପ୍ରେମକୁ ନେଇ ଏହି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ବୋଡେନ୍‌ ବଜାର ରାସ୍ତାରେ ଛୁରାମାଡ କରିଛି ଯୁବକ । ଛୁରାମାଡ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ୍‌ । ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଯୁବକ ଜଣକ ଛୁରାମାଡ କରିଛି । ଛୁରାମାଡରେ ଦୁଇ ଯୁବକ ଗୁରୁତର ହୋଇଥିବାବେଳେ ଦୁହିଁଙ୍କୁ ବୋଡେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଯୁବତୀଙ୍କୁ ଜୀଅନ୍ତା ଜାଳିଲେ ବିବାହିତ ଯୁବକ

ଓ୍ବର୍ଦ୍ଧା : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି ଯୁବତୀଜଣଙ୍କୁ । ତାଙ୍କୁ ପେଟ୍ରୋଲ ପକାଇ ଜାଳିବାର ଚେଷ୍ଟା କରାଯାଇଛି । ଏହିଭଳି ଏକ ସମ୍ବଦେନଶୀଳ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଓ୍ବର୍ଦ୍ଧା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଗତ ସାତ ମାସ ହେବ ଏକ କଲେଜରେ ଶିକ୍ଷକତା କରୁଥିବାବେଳେ ତାଙ୍କୁ ଜଣେ 27 ବର୍ଷୀୟ ବିବାହିତ ଏକତରଫା ପ୍ରେମ କରୁଥିଲେ । ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ନିକଟରେ ଯୁବତୀଜଣକଙ୍କ ଅନ୍ୟ ଏକ ଜାଗାରେ ବିବାହ ସ୍ଥିର ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍‌ ପକାଇ ଜାଳିବାକୁ ଚେଷ୍ଟା କରିଛନ୍ତି । ତେବେ ଗମ୍ଭୀର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଉପଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ହିଙ୍ଗନଘାଟ ପୋଲସ୍‌ ତଦନ୍ତ କରୁଛନ୍ତି । ଯୁବତୀ ଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ବହୁ ବାର ଅଗ୍ରାହ୍ୟ କରିଥିବାବେଳେ ରାଗରେ ସମ୍ପୃକ୍ତ ବ୍ୟକ୍ତିଜଣକ ଏପରି କାଣ୍ଡ ଘଟାଇଛନ୍ତି । ନିଜେ ବିବାହିତ ହୋଇଥିବା ସତ୍ତ୍ବେ ଜଣେ ଅବିବାହିତା ଯୁବତୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଜୀବନକୁ ନଷ୍ଟ କରିଦେଇଛନ୍ତି ବ୍ୟକ୍ତି ଜଣକ । ମହିଳା ଜଣକ 40 ପ୍ରତିଶତ ଜଳି ଯାଇଥିବାବେଳେ ତାଙ୍କ ଚେହେରା ପୂରା କ୍ଷତବିକ୍ଷତ ହୋଇଯାଇଛି । ଅଭିଯୁକ୍ତଜଣଙ୍କୁ ପୋଲିସ୍‌

(ଏଜେନ୍ସି)