Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ ଏବଂ ସମ୍ବଲପୁର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଗସ୍ତ କରି ୩୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୬୩ଟି ଆଇଡିଆ ସଂଗ୍ରହ କରିଛି।

ଗୁରୁବାର ଷ୍ଟାର୍ଟଅପ୍ ଯାତ୍ରା ଭ୍ୟାନ୍ ସମ୍ବଲପୁର ଜିଲ୍ଲାର ସରକାରୀ ଆଇଟିଆଇ (ହୀରାକୁଦ), ସରକାରୀ ଆଇଟିଆଇ (ରସନପୁର) ଓ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ, ଷ୍ଟାର୍ଟଅପ ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ସରକାରୀ ଆଇଟିଆଇ, ସରକାରୀ ପଲିଟେକ୍ନିକ୍ ଏବଂ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିଦର୍ଶନ କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୫ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୨୯୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଅକ୍ଟୋବର ୧୩ (ଶୁକ୍ରବାର) ଦିନ ବାଲେଶ୍ୱର, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାର କେଭି ବାଲେଶ୍ୱର, ବାଲେଶ୍ୱର ଜିଲା ସ୍କୁଲ, ଫକୀର ମୋହନ କଲେଜ, କେକେଏସ୍ ମହିଳା ମହାବିଦ୍ୟାଳୟ ପରିକ୍ରମା କରିବ। ଏହି ଭ୍ୟାନ୍ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିବ। ଏହି ଭ୍ୟାନ୍ ନୟାଗଡ଼ ଜିଲ୍ଲାର ୟୁନିଟେକ୍ ଡିଗ୍ରୀ କଲେଜ, ବଂଶୀଧର ମହାବିଦ୍ୟାଳୟ, ଡିଭାଇନ୍ ଡିଗ୍ରୀ କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, ଗଞ୍ଜାମ ଜିଲ୍ଲାର ବେଦବ୍ୟାଶ ଆବାସିକ ଡିଗ୍ରୀ କଲେଜ ଓ ଶଶୀଭୂଷଣ ରଥ ସରକାରୀ (ସ୍ୱୟଂଶାସିତ) ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ଜାତୀୟ ଖବର

ଗୁମଡା ଏବଂ ଜିମିଡିପେଟାରେ ରହଣି କରିବ ରାୟଗଡା-ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ

ନୂଆଦିଲ୍ଲୀ: ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।

ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ରାୟଗଡା-ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସକୁ ଗୁମଡା ଏବଂ ଜିମିଡିପେଟା ଷ୍ଟେସନ ଠାରେ ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସର ସମୟ ସାରଣୀକୁ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ କରିଅଛି।

୧୭୨୪୩/୧୭୨୪୪ ଗୁଣ୍ଟୁର-ରୟାଗଡା-ଗୁଣ୍ଟୁର ଏକ୍ସପ୍ରେସ ଗୁଣ୍ଟୁରରୁ ଡିସେମ୍ବର ମାସ ପହିଲା ଠାରୁ ଏବଂ ରାୟଗଡ଼ାରୁ ଡିସେମ୍ବର ମାସ ୨ ତାରିଖ ଠାରୁ ଉଭୟ ପାର୍ଶ୍ୱରୁ ଉପରୋକ୍ତ ଷ୍ଟେସନଗୁଡିକରେ ରହଣି କରିବ। ୧୭୨୪୩ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଗୁମଡାରେ ଅପରାହ୍ନ ୧୨ଘ.୫୮ମି.ରେ ପହଞ୍ଚି ୧ ଘଟିକାରେ ରେ ଛାଡିବ। ସେହିଭଳି, ଏହା ଜିମିଡିପେଟାରେ ଅପରାହ୍ନ ୧ଘ.୧୫ମି.ରେ ପହଞ୍ଚି ଅପରାହ୍ନ ୧ଘ.୧୭ମି.ରେ ରାୟାଗଡା ଅଭିମୁଖେ ଯିବ। ଫେରିବା ମାର୍ଗରେ ୧୭୨୪୪ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ ଜିମିଡିପେଟାରେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚି ଏବଂ ଅପରାହ୍ନ ୩ଘ.୪୭ମି.ରେ ଛାଡିବ। ସେହିଭଳି, ଏହା ଗୁମଡାରେ ଅପରାହ୍ନ ୪ଘ.୦୧ମି.ରେ ପହଞ୍ଚି ଏବଂ ଅପରାହ୍ନ ୪ଘ.୦୩ମି.ରେ ଗୁଣ୍ଟୁର ଅଭିମୁଖେ ଯାତ୍ରା କରିବ।

ଏହା ବ୍ୟତୀତ, ୧୭୨୪୪ ରାୟାଗଡା-ଗୁଣ୍ଟୁର ଏକ୍ସପ୍ରେସ ପାର୍ବତୀପୁରମ ଟାଉନ ଠାରୁ ଗଜପତିନଗରମ ଷ୍ଟେସନ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।  ଯାତ୍ରୀମାନଙ୍କୁ ଉପରୋକ୍ତ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଅବଗତ ହେବାପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।