Categories
ଆଜିର ଖବର ଜାତୀୟ ଖବର

ପନୀରସେଲଭମ୍ ଗୋଷ୍ଠୀକୁ ଝଟକା, ପଲାନି ହେଉଛନ୍ତି AIADMK ର ‘ମୁଖିଆ’, ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଗତ ବର୍ଷ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ AIADMK ସାଧାରଣ ପରିଷଦ ବୈଠକକୁ ସୁପ୍ରିମକୋର୍ଟ ବୈଧ ବୋଲି ବିବେଚନା କରିଛନ୍ତି। ଏହା ସହିତ ଏଡପାଦୀ କେ ପଲାନୀସ୍ଵାମୀଙ୍କୁ AIADMK ର ଅନ୍ତରୀଣ ସାଧାରଣ ସମ୍ପାଦକ ହେବାର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ଖଣ୍ଡପୀଠ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓ ପନୀରସେଲଭାମଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଖାରଜ କରିଦେଇଛନ୍ତି।

ଦୀନେଶ ମହେଶ୍ୱରୀ ଏବଂ ହ୍ରିକିକେଶ ରୟଙ୍କ ସୁପ୍ରିମକୋର୍ଟର ବେଞ୍ଚ ଆଜି ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଚେନ୍ନାଇ (ତାମିଲନାଡୁ) ରେ ଇପିଏସ୍ ଦଳର ସମର୍ଥକମାନେ ଜୋରଦାର ଉତ୍ସବ ପାଳନ କରିଛନ୍ତି।