Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ହେଲା ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ୟୁଥ ରେଡ଼କ୍ରସ ର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ନିରାକରଣ ଓ ନିୟନ୍ତ୍ରଣ ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷl ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ସଚେତନତା କାର୍ଯ୍ୟକ୍ରମ ପ୍ରମୁଖ ବିଧାନ ନାୟକ ଓ ଶଶିକାନ୍ତ ବରାଳ ସାଧନ କର୍ମୀ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଏଚ ଆଇ ଭି ତଥା ଏଡ୍ସ ଭୁତାଣୁ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ସହ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ କେନ୍ଦ୍ରର ଟୋଲ ଫ୍ରି ନମ୍ବର 1097 ର ପ୍ରସାର ନିମିତ୍ତ ଜନ ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ।

ଏହା ଦ୍ୱାରା ଏଡ୍ସ ନିରାକରଣ ହେବା ସହ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିର ତୁରନ୍ତ ଚିକିତ୍ସା ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ଏହାପରେ ସ୍ବେଛାସେବୀ ମାନେ ଟୋଲ ଫ୍ରି ନମ୍ବର1097 କୁ ପ୍ରଦର୍ଶିତ କରି ମହାବିଦ୍ୟାଳୟରେ ଯୁବ ପିଢ଼ିଙ୍କୁ ସଚେତନ କରିଥିଲେ।

ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ବେଳେ ୟୁଥ ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ନାକୋ ର ଆଞ୍ଚଳିକ କର୍ମୀ ସୁଭଦ୍ରା ବିଶୋଇ ମୋନାଲିସା ରାଉତ, ସ୍ବେଛାସେବୀ ସନ୍ଧ୍ୟାରାଣୀ ବେହେରା ପରିଚାଳନା କରିଥିଲେ