Categories
ଆଜିର ଖବର ବ୍ୟବସାୟ

ଓଡିଶା ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ପାରାଦ୍ବୀପ ପୋର୍ଟ ଏବଂ କଣିହା ଏନଟିପିସିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେବେ। ବର୍ତ୍ତମାନ ସାରା ଦେଶରେ କୋଇଲା ସଙ୍କଟ ଚାଲିଥିବା ବେଳେ ଓଡିଶାର ସ୍ଥିତି କଣ ରହିଛି ତାହାର ତଦାରଖ କରିବେ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ଅକ୍ଟୋବର 29 ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଖଣି ବିଭାଗ ଅଧିକାରୀଙ୍କ ସହିତ ଏକ ବୈଠକରେ ମଧ୍ୟ ଯୋଗଦେବେ। ଏଥିସହିତ ନାଲକୋ ଏବଂ ମହାନଦୀ କୋଲଫିଲଡର ଅଧିକାରୀଙ୍କ ସହିତ ଭୁବନେଶ୍ବରରେ ବୈଠକ କହିବେ। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସେପ୍ଟେମ୍ବର 1 ତାରିଖରୁ କାର୍ଯ୍ୟ ଆରମ୍ଭ କରିବ ଏନଟିପିସି ସୁନ୍ଦରଗଡ ଜିଲ୍ଲା ଡର୍ଲିପାଲି ପ୍ଲାଣ୍ଟର ଦ୍ୱିତୀୟ ୟୁନିଟ୍

ନୂଆଦିଲ୍ଲୀ, NTPC ଲିମିଟେଡ୍ ସେପ୍ଟେମ୍ବର 1 ତାରିଖରୁ ସୁନ୍ଦରଗଡ ଜିଲ୍ଲାର ଡର୍ଲିପାଲି ସୁପର ଥର୍ମାଲ୍ ପାୱାର ଷ୍ଟେସନର ଦ୍ୱିତୀୟ ୟୁନିଟ୍ ର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବ। ଏ ନେଇ କଂପାନୀ ତରଫରୁ ଘୋଷଣା କରାଯାଇଛି। “800 ମେଗାୱାଟ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟର ଦ୍ୱିତୀୟ ୟୁନିଟ୍ ଚଳିତ ଜୁଲାଇ 21 ରେ ଏହାର ପରୀକ୍ଷା କାର୍ଯ୍ୟ ଶେଷ କରିଛି। ବର୍ତ୍ତମାନ ସେପ୍ଟେମ୍ବର 1 ତାରିଖରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବ ବୋଲି ଏନଟିପିସି ର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ.କେ ସତ୍ୟ କହିଛନ୍ତି।

1600 ମେଗାୱାଟ (2 X 800 ମେଗାୱାଟ) ର ଡର୍ଲିପାଲି ପାୱାର ପ୍ରୋଜେକ୍ଟ ଦ୍ୱାରା ଉତ୍ପାଦିତ ଶକ୍ତିର 50 ପ୍ରତିଶତ ଓଡିଶା ପାଇବାକୁ ହକଦାର। ଅବଶିଷ୍ଟ 50 ପ୍ରତିଶତ ବିହାର, ଝାଡଖଣ୍ଡ, ସିକ୍କିମ ଏବଂ ପଶ୍ଚିମବଙ୍ଗକୁ ବିକ୍ରି ହେବ। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ (ସିଆରସି) ସହିତ ବିଦ୍ୟୁତ୍ କ୍ରୟ ଚୁକ୍ତି ଅନୁଯାୟୀ ଡର୍ଲିପାଲି ପ୍ଲାଣ୍ଟରୁ ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା 2.90 ଟଙ୍କା ହେବ। ବିଦ୍ୟୁତ୍ ନିର୍ଦ୍ଧାରିତ ମୂଲ୍ୟ Rs 1.90 ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ। ୟୁନିଟ୍ ପିଛା ଭେରିଏବଲ୍ ମୂଲ୍ୟ 1.90 ଟଙ୍କା ସ୍ଥିର ହୋଇଛି।

ଏହି ପ୍ରକଳ୍ପରେ NTPC 13,500 କୋଟିରୁ ଅଧିକ ଖର୍ଚ୍ଚ କରିସାରିଛି ଯାହାର ଆନୁମାନିକ ମୂଲ୍ୟ 13,700 କୋଟି ଅଟେ। କୋଇଲା ପରିବହନ ପାଇଁ ରେଳ ଲାଇନ ନିର୍ମାଣ ଏବଂ ମେରୀ ଗୋ ରାଉଣ୍ଡ (MGR) ନିର୍ମାଣ ପରି କେତେକ କାର୍ଯ୍ୟ ବର୍ତ୍ତମାନ ଚାଲିଛି। ସେହିପରି କୋଇଲା ପଠାଇବା ପାଇଁ ଲାଇକେରା ଏବଂ କେଚୋବାହାଲ ଝାରସୁଗୁଡା ଷ୍ଟେସନରେ ରେଳ ସାଇଡିଂ କାର୍ଯ୍ୟ ଜୁନ୍ 2022 ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଉଛି |

ଜମି ଅଧିଗ୍ରହଣ ସମସ୍ୟା ହେତୁ ରେଳ ଲାଇନ ଏବଂ MGR ନିର୍ମାଣରେ ବିଳମ୍ବ ହୋଇଥିଲା। ତେବେ, ଜାନୁଆରୀ 21 ରେ କ୍ୟାବିନେଟ୍ କମିଟି (ସିସିଆଇ) ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି କଂପାନୀ ତରଫରୁ କୁହାଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ନିବେଶ ହେବ ୧୭ ହଜାର ୮ ଶହ କୋଟି ଟଙ୍କାର ପୁଞ୍ଜି, ୬ ହଜାର ୫ ଶହ ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ। ଏହା କାର୍ଯ୍ୟକାରୀ ହେଲେ ଏଥିରେ ୪ ହଜାର ୨ ଶହ ୫୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ଯେଉଁ ତିନୋଟି କଂପାନୀକୁ ଅନୁମୋଦନ ମିଳିଛି ସେଗୁଡିକ ହେଲା

୧-ହିଣ୍ଡାଲକୋ

ରାୟଗଡ଼ା ଜିଲ୍ଲାର କାନସାରିଗୁଡ଼ାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରକଳ୍ପ କରିବ। ଏଥିରେ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ ଏବଂ ୪ହଜାର ୨୫୦ଜଣଙ୍କୁ ନିଯୁକ୍ତି ମିଳିବ।

୨- ଏନଟିପିସି

ତାଳଚେରରେ ଥିବା ଏନଟିପିସିର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ ହେବ। ଏଥିରେ ୭ହଜାର ୬୯୮କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। କଂପାନୀ ୧୬୦୦ ୟୁନିଟ ତାପଜ ବିଦ୍ୟୁତ ଉତ୍ପାଦନକୁ ସମ୍ପ୍ରସାରଣ କରିବ।

୩- ରୁଙ୍ଗଟା ମାଇନସ୍

ସୁନ୍ଦରଗଡ଼ ଜିଲ୍ଲାର କମଣ୍ଡାଠାରେ ଥିବା ରୁଙ୍ଗଟା ମାଇନ୍ସର ୨.୭ଲକ୍ଷ ଟନ୍ କ୍ଷମତା ଥିବା ପ୍ରକଳ୍ପର ସଂପ୍ରସାରଣ ହେବ। ୯ଲକ୍ଷ ଟନ୍ ଉତ୍ପାଦନ ପାଇଁ କମ୍ପାନୀ ପକ୍ଷରୁ ୨ହଜାର ୧୩୫କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୨ହଜାର ୨୮୯ଜଣଙ୍କୁ ନିଯୁକ୍ତି ମିଳିବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତିର୍ପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଏମଏସଏମି ସଚିବ ସଂଜୟ ସିଂ ପ୍ରମୁଖ ଯୋଗଦେଇଥିଲେ।