Categories
ଆଜିର ଖବର ଜାତୀୟ ଖବର

ଜୁନ ୧୨ରୁ ୨୦ମଧ୍ୟରେ ଏନସିପିସିଆର ପକ୍ଷରୁ ପାଳିତ ହେବ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ

ନୂଆଦିଲ୍ଲୀ: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଆସନ୍ତା୧୨ରୁ ୨୦ତାରିଖ ମଧ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ପାଳନ କରୁଛି। ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱବ୍ୟାପୀ ହେଉଥିବା ଅଭିଯାନ ଦୃଷ୍ଟିରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ୧୨ରୁ ୨୦ଜୁନ ମଧ୍ୟରେ ଦେଶରେ ୭୫ଟି ସ୍ଥାନରେ ଯେଉଁଠାରେ ଶିଶୁମାନେ ଶ୍ରମିକ ବା ରଦି ଓ ଅଟୋମୋବାଇଲ ବଜାରରେ କାର୍ଯ୍ୟରତ, ସେଠାରେ ଉଦ୍ଧାର କାର୍ଯ୍ୟ କରାଯିବ। ରାଜ୍ୟ ଆୟୋଗ (ଏସସିପିସିଆର) ଭଳି କର୍ତ୍ତୃପକ୍ଷ, ଜିଲ୍ଲା କର୍ତ୍ତୃପକ୍ଷ, ଶିଶୁ କଲ୍ୟାଣ କମିଟି, ଡିଏଲଏସ, ଚାଇଲ୍ଡ ଲାଇନ, ପୁଲିସ/ଏସ୍ଜେପିୟୁ ଶ୍ରମ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ଅଂଶୀଦାର ସେମାନଙ୍କୁ ଉଦ୍ଧାର କରିବେ।

ଏହି ଉଦ୍ଧାର ଅଭିଯାନ ନିମନ୍ତେ ଆଭାସୀ ବୈଠକ, ଦୃଶ୍ୟସ୍ରାବ୍ୟ ସମ୍ମିଳନୀ ଜିଲ୍ଲା ମାଜିଷ୍ଟ୍ରେଟ, ଏସସିପିଆର ଅଧିକାରୀ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସହ ଅନୁଷ୍ଠିତ ହୋଇଛି। ଏଥିରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହରେ କରାଯିବାକୁ ଥିବା ଉଚ୍ଛେଦ ଅଭିଯାନ ସମ୍ପର୍କରେ ଅବଗତ କରାଯାଇଛି। ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୦୦ରୁ ଅଧିକ କର୍ମଚାରୀ ବୈଠକରେ ଅଂଶଗ୍ରହଣ କରିବେ।

ବିଭିନ୍ନ ଶିଶୁ ସୁରକ୍ଷା ଆଇନଗତ ଦିଗକୁ ଧ୍ୟାନ ରଖି ଏନସିପିସିଆର ଶିଶୁମାନଙ୍କ ଉଦ୍ଧାର ଓ ଉଦ୍ଧାର ପର କାର୍ଯ୍ୟକୁ ନେଇ ଏକ ଏସଓପି ନିର୍ଦ୍ଧାରଣ କରିଛି।

ଶିଶୁ ଶ୍ରମିକ ମକଦ୍ଦମାର ଶୀକାର ହେଉଥିବା ପିଲାମାନଙ୍କ ମାମଲାର ତଦନ୍ତ ଓ ପୁନର୍ବାସ ସଂକ୍ରାନ୍ତ ବିଭିନ୍ନ ନିୟମାବଳୀକୁ ସରଳ କରିବା ପାଇଁ ଚେଷ୍ଟା କରାଯାଇଛି।

ଏନସିପିସିଆର ବାଲ ସ୍ୱରାଜ ପୋର୍ଟାଲରେ ଆୟୋଗ ଶିଶୁଶ୍ରମିକ ଓ ସେମାନଙ୍କ ଉଦ୍ଧାର ସଂକ୍ରାନ୍ତରେ ଏକ ପୁସ୍ତକ ଲିଙ୍କ ତିଆରି ଉଦ୍ୟମ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର) ଭାରତ ସରକାରଙ୍କ ଏକ ବୈଧାନିକ ସଂସ୍ଥା ଯାହା ଶିଶୁ ଅଧିକାର ସୁରକ୍ଷା ଆୟୋଗ (ସିପିସିଆର) ଆଇନ ୨୦୦୫ର ଧାରା-୩ ଅଧୀନରେ ଶିଶୁ ସୁରକ୍ଷା ଅଧିକାର ଓ ତତ୍ସଂଲଗ୍ନ ବିଷୟଗୁଡିକ ପାଇଁ ସୃଷ୍ଟି ହୋଇଛି। ସିପିସିଆର ଆଇନ ୨୦୦୫ଧାରା -୧୩(୧) ଅଧୀନରେ ଅବହେଳିତ ଶିଶୁମାନଙ୍କ ସୁରକ୍ଷା ଅଧିକାର ସମ୍ପର୍କରେ କୁହାଯାଇଛି। ଏହାଛଡା ଆୟୋଗ ଉପରେ ବାଳ ଅପରାଧ (ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫, ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ୨୦୦୯ ଓ ଶିଶୁଙ୍କୁ ଯୌନ ଅପରାଧ ବିରୁଦ୍ଧରେ ସୁରକ୍ଷା ଆଇନ ୨୦୧୨ର ନିରୀକ୍ଷଣ ପାଇଁ ମଧ୍ୟ କ୍ଷମତା ନ୍ୟସ୍ତ କରାଇଛି।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକ ବାତିଲ କରିବାକୁ ଦାବି କଲା ଏନସିପିସିଆର

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ବିରୋଧ ଦେଖାଦେଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ସୁରକ୍ଷା ଆୟୋଗ (ଏନସିପିସିଆର) ମଧ୍ୟ ରାହୁଲ ଗାନ୍ଧୀଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଏନସିପିସିଆର ଦାବି ଅନୁଯାୟୀ, ରାହୁଲ ଗାନ୍ଧୀ ଦୁଷ୍କର୍ମ ପୀଡିତାଙ୍କ ପିତାମାତାଙ୍କ ପରିଚୟ ପ୍ରକାଶ କରି ପୋସ୍କୋ ନିୟମକୁ ଉଲ୍ଲଂଘନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହି ପରିପ୍ରେକ୍ଷୀରେ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ହ୍ୟାଣ୍ଡେଲକୁ ତାଲା ପକାଇ ସାରିଛି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ୨୦ ଜଣ କଂଗ୍ରେସ ନେତା ଏବଂ ଦଳର ୭ ଟି ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ବନ୍ଦ ରଖାଯାଇଛି।

କେବଳ ଏନସିପିସିଆର ଅଭିଯୋଗ ଉପରେ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ରାହୁଲ ନାବାଳିକାର ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ବିଜେପି ଅଭିଯୋଗ କରିଛି ଯେ, ଗାନ୍ଧୀ ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଛନ୍ତି। ଯାହା ବେଆଇନ ଅଟେ। ଏନସିପିସିଆର ଅଭିଯୋଗ ପରେ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଏହି ଆମେରିକୀୟ କମ୍ପାନୀ ପକ୍ଷପାତ କରୁଛି। ଏବଂ ଏହା ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଟ୍ୱିଟର ଦ୍ୱାରା ଯାହା କରାଯାଇଛି ତାହା ହେଉଛି ଭାରତର ଗଣତାନ୍ତ୍ରିକ ପଦ୍ଧତି ଉପରେ ଆକ୍ରମଣ।

Categories
ଆଜିର ଖବର ରାଜ୍ୟ ଖବର

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଭାରତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ କରିଛି। ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ସମନ ଦିଆଯାଇଛି। ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର।