ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ଦିବସରେ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ପଦକ ସମାରୋହ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ଦିଗଦର୍ଶନରେ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ କ୍ୟାଡେଟମାନଙ୍କ ଗହଣରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଏହାପରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏନସିସିର ରା୍ଙ୍କ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।
ସମାରୋହରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଓ ବିଦ୍ୟାଧର ଜୁଝାରସିଂହ ଏନସିସି କ୍ୟାଡେଟ ମାନଙ୍କୁ ଉଦବୋଧନ ଦେବାପରେ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ କ୍ୟାଡେଟମାନେ ଏକତା ଓ ଅନୁଶାସନ ମାଧ୍ୟମରେ ରାଷ୍ଟ୍ର ଗଠନ,,ରାଷ୍ଟ୍ର ସୁରକ୍ଷା ଓ ରାଷ୍ଟ୍ର ପ୍ରଗତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଏନସିସି କ୍ୟାଡେଟ ଆଶୁତୋଷ ସାହୁ -ସିନିଅର ଅଣ୍ଡର ଅଫିସର, ଶିବରାମ ବେହେରା- ଜୁନିଅର ଅଣ୍ଡର ଅଫିସର (୧),ମୋନାଲିସା ସାହୁ -ଜୁନିଅର ଅଣ୍ଡର ଅଫିସର (୨), ଧରିତ୍ରୀ ବିଶୋଇ -କ୍ୱାର୍ଟର ମାଷ୍ଟର, ପ୍ରଦୀପ କୁମାର ପ୍ରଧାନ -ସର୍ଜେଣ୍ଟ, ଚିନ୍ମୟ ଜାଲି- କର୍ପୋରେଲ, ଓ କ୍ରିଷ୍ଣା ଅନନ୍ୟା ନାୟକ -ଲାନ୍ସ କର୍ପୋରେଲ ରାଙ୍କ (ରାଙ୍କ ) ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଠାରୁ ଗ୍ରହଣ କରିଥିଲେ।
ଏହାପରେ ଭାରପ୍ରାପ୍ତ ଏନସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକ ଏନସିସି ସଂକଳ୍ପ ପାଠ କରିବା ପରେ ସମସ୍ତ କ୍ୟାଡେଟ ଏନସିସି ଓ ରାଷ୍ଟ୍ର ପାଇଁ ସଂକଳ୍ପ କରିଥିଲେ। କ୍ୟାଡେଟ ମାନେ ଜାତୀୟ ସଂଗୀତ ଓ ଏନସିସି ସଂଗୀତ ଗାନ କରିବା ପରେ ପ୍ୟାରେଡ କରିଥିଲେ।