Categories
ଆଞ୍ଚଳିକ

ପୁରୀଠାରେ ହେଉଥିବା ରାଜ୍ୟ ସ୍ତରୀୟ ଏନ୍ ଏସ୍ ଏସ୍ ଶିବୀରରେ ନାକଟିଦେଉଳ କଲେଜର ଯୋଗଦାନ

ରେଢାଖୋଲ (କନ୍ଦର୍ପ ବେହେରା): ପବିତ୍ର ଗୁଣ୍ଡିଚା ଯାତ୍ରାର ଶୁଭ ଅବସରରେ ପୁରୀ ଠାରେ ରାଜ୍ୟ ସ୍ତରୀୟ ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବୀର ଆଜିଠାରୁ ଆରମ୍ଭ ହୋଇଛି।  ପ୍ରଥମ ଦିନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ଓ ଜରୁରୀ କାଳୀନ ସେବା ଉପରେ ଆଧାରିତ ଏହି ସମାବେଶରେ ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି।

ଏଥିରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ୧୫ ଜଣ ସ୍ବେଛାସେବୀ ନାକଟିଦେଉଳ ମହାବିଦ୍ୟାଳୟ ର ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ଅଫିସର୍ ତଥା ଓଡିଆ ଅଧ୍ୟାପିକା ଡକ୍ଟର୍ ପୁଷ୍ପାଞ୍ଜଳି ରବନା ଙ୍କ ନେତ୍ରୁତ୍ବରେ ଭାଗ ନେଇଛନ୍ତି।

ନାକଟିଦେଉଳ କଲେଜର ଛାତ୍ରୀ ରଚନା ମାଝୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି।