Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟା ଉଦ୍ୟମ କଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ରାଜନୈତିକ ମହଲରେ ଚର୍ଚ୍ଚା

ବାଙ୍ଗାଲୁରୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ରାଜନୈତିକ ସଚିବ ଏନ.ଆର ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କୁହାଯାଇଛି ଯେ ସନ୍ତୋଷ ଏକାଧିକ ନିଦ ବଟିକା ଖାଇ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବେଙ୍ଗାଲୁରୁର ରାମାୟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏହା ପରେ ପୋଲିସ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛି।

ସନ୍ତୋଷ ଅପରେସନ୍ କମଲ ସମୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ବେଶ୍ ସହଯୋଗ କରିଥିଲେ। ରାଜ୍ୟରେ ଅପରେସନ୍ କମଲ ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ସମଗ୍ର ମାମଲାକୁ ନେଇ ସେ କୁଆଡେ ଚାପରେ ଥିଲେ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା କହିଛନ୍ତି ଯେ ଏହାର କାରଣ ବିଷୟରେ କିଛି ଜାଣି ନାହାଁନ୍ତି। ମୁଁ ଜାଣେ ନାହିଁ କାହିଁକି ସେ ନିଦ ବଟିକା ଖାଇ ନିଜକୁ ମାରିବାକୁ ଚେଷ୍ଟା କରିଛନ୍ତି।

ସନ୍ତୋଷଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ହେଲେ ସେ ଡାକ୍ତରଖାନାରେ ଆଉ କିଛିଦନ ରହିବେ ବୋଲି ଜଣାପଡିଛି। ସଚିବ ଏନ.ଆର ସନ୍ତୋଷ ୟେଦୁରୁପ୍ପାଙ୍କ ଅତି ନିକଟତର ବୋଲି ବିବେଚନା କରାଯାଇଛି। ସନ୍ତୋଶଙ୍କୁ ଚଳିତ ବର୍ଷ ମେ ମାସରେ ୟେଦୁରୁପ୍ପା ସଚିବ ଭାବରେ ନିଯୁକ୍ତ କରିଛନ୍ତି