Categories
ଆଜିର ଖବର ଜାତୀୟ ଖବର

ଫେବୃଆରୀ ୧ ରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍, ଏପ୍ରିଲ୍ ୬ ପର୍ଯ୍ୟନ୍ତ ଜାରି ରହିବ ଅଧିବେଶନ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୀତି ଆୟୋଗ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ବିଭିନ୍ନ ଅନୁଷ୍ଠାନରୁ ସେମାନଙ୍କର ଆଶା ଏବଂ ମତାମତ ପ୍ରକ୍ରିୟା ଚାଲିଛି ଏବଂ ସେମାନଙ୍କର ଦାବିକୁ ସରକାର ଗ୍ରହଣ କରୁଛନ୍ତି। ବଜେଟରେ ପ୍ରତ୍ୟେକ ଥର ଭଳି, ଆର୍ଥିକ ଅଭାବକୁ ନିୟନ୍ତ୍ରଣ କରିବା ସହିତ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବ। ଏଥର ବଜେଟ୍ ଅଧିବେଶନ ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବଜେଟ୍ ଅଧିବେଶନ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, ୨୦୨୩ ବଜେଟ୍ ଅଧିବେଶନ ପାଇଁ ସଂସଦର ପ୍ରକ୍ରିୟା ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବ। ଏହା ସହିତ ସେ କହିଛନ୍ତି ଯେ, ଏହି କାର୍ଯ୍ୟବାହୀ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ୨୭ ଟି ବୈଠକ ଅନୁଷ୍ଠିତ ହେବ। ଏହି ଅଧିବେଶନ ପ୍ରାୟ ୬୬ ଦିନ ହେବ। ଅମୃତ କାଳ ମହୋତ୍ସବ ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କେନ୍ଦ୍ରୀୟ ବଜେଟ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଜୋଶୀ ଏକ ଅର୍ଥପୂର୍ଣ୍ଣ ବିତର୍କର ଆଶା ପ୍ରକାଶ କରିଛନ୍ତି।