Categories
ଆଜିର ଖବର ରାଜ୍ୟ ଖବର

ଏଭିଜିସି ପାଇଁ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ କମିକ୍ସ) ସେକ୍ଟର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତ ହେବାକୁ ଯାଉଛି। ବାହୁବଳୀ ଏବଂ ଆରଆରଆର ପରି ଚଳଚ୍ଚିତ୍ର ଭାରତରେ ଐତିହାସିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ଚିତ୍ରଣ କରିବା ପାଇଁ ଏକ ନୂତନ ଦୃଷ୍ଟିକୋଣ ଆଣିଛି, ଯାହା ଦ୍ୱାରା ପ୍ରଭାବିତ ହୋଇ ପିଏସ୧ ଏବଂ କଲ୍କି ପରି ଚଳଚ୍ଚିତ୍ର ତିଆରି ହୋଇଛି। ଏଫଆଇସିସିଆଇ-ଇୱାଇ ୨୦୨୪ ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ତମ ଆନିମ୍ ଫ୍ୟାନ୍ ଆଧାରରେ ପରିଣତ ହୋଇଥିବା ଦାବି କରୁଛି ଏବଂ ଆଗାମୀ ବର୍ଷଗୁଡିକରେ ଆନିମ୍ ଆଗ୍ରହରେ ବିଶ୍ୱର ଅଭିବୃଦ୍ଧିରେ ୬୦ ପ୍ରତିଶତ ଯୋଗଦାନ ଦେବ ବୋଲି ଆକଳନ କରାଯାଇଛି। ଭାରତକୁ ଏଭିଜିସି ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର କ୍ୟାବିନେଟ୍ ନିକଟରେ ମୁମ୍ବାଇରେ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଅଲିଟି (ଏଭିଜିସି-ଏକ୍ସଆର୍) ପାଇଁ ଏକ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛି।

ଏନସିଓଇ ପୃଷ୍ଠଭୂମି

ଏନସିଓଇକୁ ଭାରତରେ କମ୍ପାନୀ ଅଧିନିୟମ, ୨୦୧୩ ଅଧିନକରେ ଧାରା ୮ କମ୍ପାନୀ ଭାଭବରେ ପ୍ରତିଷ୍ଠା କରାଯିବ, ଯେଉଁଥିରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟି୍ର ଏବଂ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟି୍ର ଭାରତ ସରକାର ସହ ସହଭାଗିତାରେ ଉଦ୍ୟୋଗ ଜଗତର ପ୍ରତିନିଧିତ୍ୱ କରିବ। ଏନସିଓଇ ର ପ୍ରତିଷ୍ଠା କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ୨୦୨୨-୨୩ ବଜେଟ୍ ଘୋଷଣାକୁ ଅନୁସରଣ କରେ, ଯାହା ଦେଶରେ ଏକ ଏଜିଜିସି ଟାସ୍କଫୋର୍ସ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା।

ଏନସିଓଇ ଏଭିଜିସି ଭାରତୀୟ ତଥା ବିଶ୍ୱ ମନୋରଞ୍ଜନ ଶିଳ୍ପକୁ ପୂରଣ କରିବା ପାଇଁ ଭାରତରେ ଏକ ବିଶ୍ୱସ୍ତରୀୟ ପ୍ରତିଭା ପୁଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ଇମର୍ସିଭ୍ କ୍ରିଏଟର୍ସ (ଆଇଆଇସି) ନାମରେ ନାମିତ, ଏହି କେନ୍ଦ୍ରଟି ଏଭିଜିସି ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଇମର୍ସିଭ୍ ଟେକ୍ନୋଲୋଜିରେ ନୂତନତ୍ୱ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ (ଆଇଆଇଏମ୍) ପରି ପ୍ରସିଦ୍ଧ ଅନୁଷ୍ଠାନ ମଡେଲ୍ ଆଧାରରେ ତିଆରି କରାଯିବ।

ଏନସିଓଇ (ଆଇଆଇଆଇସି)ର ଉଦ୍ଦେଶ୍ୟ

ଚଳଚ୍ଚିତ୍ର, ଭିଜୁଆଲ୍ ଇଫେକ୍ଟସ୍ (ଭିଏଫ୍ଏକ୍ସ), ଗେମିଂ ଆନିମେସନ୍ ଏବଂ ମୋବାଇଲ୍ ବିଷୟବସ୍ତୁ ପାଇଁ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ଭାରତର ଆନିମେସନ୍ କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି କରୁଛି। ଏହି ଅଭିବୃଦ୍ଧି କୁଶଳୀ ଏବଂ ଉତ୍ସାହୀ ଆନିମେଟରମାନଙ୍କ ପାଇଁ  ଉତ୍ସାହଜନକ ସୁଯୋଗ ସୃଷ୍ଟି କରୁଛି। ୨୦୨୩ ସୁଦ୍ଧା ଅଭିବୃଦ୍ଧି ହାର ୨୫ ପ୍ରତିଶତ ଏବଂ ଆନୁମାନିନକ ମୂଲ୍ୟ ୪୬ ବିଲିୟନ୍ ଡଲାରରକୁ ବଢ଼ାଇବା ଲକ୍ଷ୍ୟ ନେଇ (ଏଫ୍ଆଇସିସିଆଇ-ଇୱାଇ ରିପୋର୍ଟ ୨୦୨୩) ଭାରତରେ ଆନିମେସନ୍ ଉଦ୍ୟୋଗ ଆଗକୁ ବଢ଼ୁଛି ଏବଂ ଉତ୍ସାହୀ ଯୁବ ପ୍ରତିଭାଙ୍କ ପାଇଁ ଏକ ଆଶଜନକ ଭବିଷ୍ୟତ ପ୍ରଦାନ କରୁଛି।

ଦ୍ରୁତ ଗତିରେ ବିକଶିତ ହେଉଥିବା ବୈଷୟିକ ଜ୍ଞାନକୌଶଳ ଏବଂ ସମଗ୍ର ଦେଶରେ ଇଣ୍ଟର୍ନେଟ୍ ଅନୁପ୍ରବେଶ ବୃଦ୍ଧି ସହିତ, ସବୁଠାରୁ ଶସ୍ତା ଡାଟା ହାର ସହିତ, ସବର୍ଭାରତୀୟ ସ୍ତରରେ ଏଭିଜିସି-ଏକ୍ସଆର୍ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ପ୍ରସ୍ତୁତ । ବିଶେଷକରି ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ମାଧ୍ୟମରେ ଏହା ପ୍ରଚୁର ସୁଯୋଗ ସୃଷ୍ଟି କରେ । ନିମ୍ନରେ ଏନସିଓଇ (ଆଇଆଇଆଇସି)ର କିଛି ମୁଖ୍ୟ ଉଦେ୍ଦଶ୍ୟ ଦିଆଯାଇଛି :

– ଭାରତୀୟ ଆଇପି ସୃଷ୍ଟି ଉପରେ ଧ୍ୟାନ ଦେବା

– ନୂଆ ଯୁଗରେ ଆମର ସାଂସ୍କୃତିକ ଐତିହ୍ୟକୁ ବ୍ୟବହାର କରିବା

–  ଶିଳ୍ପରେ ଏକ ଗୁଣକ ପ୍ରଭାବ ସୃଷ୍ଟି କରିବା

– ରାଜ୍ୟ ଏବଂ ଏକାଡେମୀ ସହଭାଗିତାରେ ଏକ ଶିଳ୍ପ ନେତୃତ୍ୱାଧିନ ପଦକ୍ଷେପ

– ଶିକ୍ଷା, ଦକ୍ଷତା ଶିଳ୍ପ, ବିକାଶ, ନବସୃଜନ ଉପରେ ଏକୀକୃତ ଧ୍ୟାନ

– ବିକାଶର ହବ୍ ଏବଂ ସ୍ପୋକ୍ ମଡେଲ୍ ଅନୁସରଣ କରାଯିବ

– ଆଇଆଇଆଇସି ହବ୍ ଭାବରେ ଏବଂ ଅନେକ କେନ୍ଦ୍ର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍କୁ        ପ୍ରୋତ୍ସାହିତ କରିବା ପାଇଁ ଉଦ୍ଭାବନ ଓ ଅନୁସନ୍ଧାନ ପାଣ୍ଠି

ଏନସିଓଇ ବିଷୟରେ ଜାଣିବା ପାଇଁ ୬ଟି ମୁଖ୍ୟ ବିଷୟ

୧- ଆରଆରଆର, ବାହୁବଳୀ, ଦ ଲାୟନ୍ କିଙ୍ଗ୍ ଏବଂ ଅବତାର୍ ପରି ଚଳଚ୍ଚିତ୍ର ଆନିମେସନ୍ ଏବଂ ଇମର୍ସିଭ୍ ଟେକ୍ନୋଲୋଜିର ଅପାର ସମ୍ଭାବନା ପ୍ରଦର୍ଶନ କରିଛି! ରୋଜଗାର ଏବଂ ନବସୃଜନ ପାଇଁ ବିପୁଳ ସୁଯୋଗ ସହିତ ଭାରତର ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ବିସ୍ଫୋରକ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ।

୨- ଇମର୍ସିଭ୍ ଟେକ୍ନୋଲୋଜି ଜୀବନବ୍ୟାପୀ, ଇଣ୍ଟରାକ୍ଟିଭ୍ ଅନୁଭୂତି ସୃଷ୍ଟି କରେ। ଏଥିରେ ଭର୍ଚୁଆଲ୍ ରିଅଲିଟି (ଭିଆର୍), ଅଗମେଣ୍ଟେଡ ରିଅଲିଟି (ଏଆର୍), ମିକ୍ସଡ୍ ରିଅଲିଟି (ଏମ୍ଆର୍) ଓ ଥ୍ରୀଡି ମଡେଲିଂ ଏବଂ ଆନିମେସନ୍ ଅନ୍ତର୍ଭୁକ୍ତ। ଆପଣ ଜଣେ ଥ୍ରୀଡି ଆନିମେଟର୍, ଭିଆର୍/ଏଆର୍ ନିର୍ମାତା, ଗେମ୍ ଡେଭଲପର୍ କିମ୍ବା ବ୍ୟଙ୍ଗ କଳାକାର ହୁଅନ୍ତୁ –  ଏହା ହେଉଛି ଆପଣଙ୍କର ଖେଳ ପଡିଆ।

୩- ଇମର୍ସିଭ୍ ଟେକ୍ ମାଷ୍ଟର କରିବା ପାଇଁ ଏନସିଓଇ ହେଉଛି ଆପଣଙ୍କର ପ୍ରବେଶ ଦ୍ୱାର। ନ୍ୟାସନାଲ୍ ସେଣ୍ଟର୍ ଅପ୍ ଏକ୍ସଲେନ୍ସ ଅତ୍ୟାଧୁନିକ ତାଲିମ ପ୍ରଦାନ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ଜ୍ଞାନକୌଶଳ ସହିତ ଏକୀକୃତ କରିବ, ସ୍ୱଦେଶୀ ବୈଦ୍ଧିକ ସମ୍ପତ୍ତି (ଆଇପି) ସୃଷ୍ଟି ଏବଂ ଭାରତର ଡିଜିଟାଲ୍ ସୃଜନଶୀଳ ଅର୍ଥନୀତିର ଭବିଷ୍ୟତ ଗଠନ କରିବ।

୪- ୫,୦୦,୦୦୦ ନିଯୁକ୍ତି ସୃଷ୍ଟି କରିବାର ଏକ ଆକଳନ ସହିତ, ଏନସିଓଇ କୁ ଆଇଆଇଟି ଏବଂ ଆଇଆଇଏମ୍ ପରି ପି୍ରମିୟର୍ ସଂସ୍ଥାଗୁଡିକର ମଡେଲ୍ ଆଧାରରେ ତିଆରି କରାଯାଇଛି। ଏକ ଶକ୍ତିଶାଳୀ ପ୍ରତିଭା ପୁଲ୍ ନିର୍ମାଣ ପାଇଁ କେନ୍ଦ୍ର ବିଶ୍ୱସ୍ତରୀୟ ଭିତ୍ତିଭୂମି, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶେଷ ଦକ୍ଷତା ପ୍ରଦାନ କରିବ।

୫- ହ୍ୟାଣ୍ଡସ୍-ଅନ୍ ଶିକ୍ଷା ଏବଂ କ୍ୟାରିଅର୍ ପଥ। ଛାତ୍ରମାନେ ଶିଳ୍ପ-ପରିଚାଳିତ ପାଠ୍ୟକ୍ରମ ମାଧ୍ୟମରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିବେ, ଯେଉଁଥିରୁ ଏହା ନିଶ୍ଚିତ ହେବ ଯେ ସେମାନେ ସ୍ନାତକ ସ୍ତରରେ ଚାକିରି ପାଇଁ ପ୍ରସ୍ତୁତ। ଆପଣଙ୍କ ପାଖରେ ଇଣ୍ଟର୍ନସିପ୍, ମହତ୍ୱାକାଂକ୍ଷୀ ଷ୍ଟାର୍ଟଅପ୍ ପାଇଁ ମେଣ୍ଟର୍ସିପ୍ ଏବଂ ଭାରତ ତଥା ବିଶ୍ୱ ପାଇଁ ସାମଗ୍ରୀ ନିର୍ମାଣ ଉପରେ କେନ୍ଦ୍ରୀତ ପାଠ୍ୟକ୍ରମ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ଥିବ!

୬- ସହଯୋଗ ଏବଂ ନବସୃଜନ। କେନ୍ଦ୍ର ଏବଂ ରାଜ୍ୟ ସରକାର, ଏକାଡେମୀ ଏବଂ ଶିଳ୍ପ ମଧ୍ୟରେ ସହଯୋଗୀତ ବୃଦ୍ଧି କରି, ଏନସିଓଇ ଇମର୍ସିଭ୍ ଟେକ୍ନୋଲୋଜିରେ ଗବେଷଣା, ବିକାଶ ଏବଂ ନବସୃଜନ ପାଇଁ ଏକ ଗତିଶୀଳ ଇକୋସିଷ୍ଟମ୍ ସୃଷ୍ଟି କରିବ। ଏହିଠାରେ ଭାରତର ଆଗାମୀ ପିଢ଼ୀ ନିର୍ମାତାମାନେ ଉନ୍ନତି କରିବେ।

ଚୂଡାନ୍ତ

ଏଭିଜିସି ପାଇଁ ନ୍ୟାସାନଲ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଭାରତର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପକୁ ମଜବୁତ କରିବାରେ ଏକ ପ୍ରମୁଖ ପଦକ୍ଷେପ। ଏହି ପଦକ୍ଷେପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ, ଟେକ୍ନୋଲୋଜି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଗତି ଉଚ୍ଚମାନର ବିଷୟବସ୍ତୁ ଉତ୍ପାଦନକୁ ସକ୍ଷମ କରିବା ସହ ଦେଶକୁ ବୈଷୟିକ ଉଦ୍ଭାବନ ଏବଂ ସୃଜନଶୀଳତା କ୍ଷେତ୍ରରେ ଅଗ୍ରଣୀ କରିବ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଆଇଟି ଯାହା ହାସଲ କରିଛି ତାହା ହାସଲ କରିବାକୁ ଏଭିଜିସିର ସାମର୍ଥ୍ୟ ରହିଛି: ଅପୂର୍ବ ଚନ୍ଦ୍ରା

ଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଚିଠା ଏଭିଜିସି ନୀତି ସମୂହ ଉପରେ ପ୍ରଥମ ଜାତୀୟ କର୍ମଶାଳା ଏବଂ ପରାମର୍ଶ ବୈଠକ ଆୟୋଜନ କରିଛନ୍ତି। ଏଭିଜିସି ସହିତ ସମ୍ପୃକ୍ତ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅନେକ ସରକାରୀ ସଂସ୍ଥା, ଏଭିଜିସି କ୍ଷେତ୍ରର ଶିଳ୍ପ ସଙ୍ଗଠନ ଏବଂ ଶିଳ୍ପପତି ମାନଙ୍କ ସହିତ ଆଗରୁ ଭାଗୀଦାରି ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ତଥା ଏଭିଜିସି ଟାସ୍କଫୋର୍ସର ଅଧ୍ୟକ୍ଷ ଶ୍ରୀ ଅପୂର୍ବ ଚନ୍ଦ୍ରା ଏହି କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଭାରତରେ ଏଭିଜିସି (ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଆଣ୍ଡ କମିକ୍ସ – ବିସ୍ତାରିତ ରିୟଲିଟି) କ୍ଷେତ୍ରକୁ ମଜଭୁତ କରିବା ପାଇଁ ମନ୍ତ୍ରଣାଳୟର ଉଦ୍ୟମ ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ଏଭିଜିସି କ୍ଷେତ୍ରର ଅଭିବୃଦ୍ଧିରୁ ଲାଭ ପାଇବା ପାଇଁ ରାଜ୍ୟମାନେ ମଧ୍ୟ ଯଥା ସମ୍ଭବ ଉଦ୍ୟମ କରିଛନ୍ତି ବୋଲି କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରା ତାଙ୍କ ଉଦ୍‌ଘାଟନୀ ଅଭିଭାଷଣରେ ଏଭିଜିସି କ୍ଷେତ୍ରର ଏକାଧିକ ସକ୍ଷମକାରୀଙ୍କ ବିଷୟରେ କହିଥିଲେ ଏବଂ ଶିକ୍ଷା ଓ ଦକ୍ଷତା ଏହି କ୍ଷେତ୍ରର ମୂଳ ସ୍ତମ୍ଭ ମଧ୍ୟରେ ରହିଛି ବୋଲି ମତ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ସମୟରେ ଏଭିଜିସି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ ଆସନ୍ତା ଦଶନ୍ଧିରେ ଏହା ପ୍ରଭୂତ ପରିମାଣରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସଚିବ ଏହା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯେ,  ସଠିକ୍ ବୟସରେ ଆମ ପିଲା ମାନଙ୍କୁ ସଠିକ୍ ପ୍ରକାରର ଉନ୍ମୁଖତା ଦେବା ଜରୁରୀ ଅଟେ, ଯାହା ଦ୍ୱାରା ସେମାନେ ସେମାନଙ୍କ ସୃଜନଶୀଳ ଦକ୍ଷତା ବୃଦ୍ଧି କରିବା ସହିତ ଏହି କ୍ଷେତ୍ରରେ ସେମାନଙ୍କୁ କ୍ୟାରିୟର କରିବାର ସୁଯୋଗ ମିଳି ପାରିବ, ଯେଉଁଥିପାଇଁ ଚିଠା ନିୟମ କୁଶଳୀକରଣ ଏବଂ ଶିକ୍ଷା ଉପରେ ସମାନ ଗୁରୁତ୍ୱ ପ୍ରଦାନ କରିଛି।

ଶ୍ରୀ ଚନ୍ଦ୍ରା ଭବିଷ୍ୟତରେ ଏହି ଶିଳ୍ପର ସୁଯୋଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏଭିଜିସି ଆଜି ସେହି ସ୍ଥାନରେ ରହିଛି, ଯେଉଁଠାରେ ୨୦୦୦ ମସିହାରେ ଭାରତର ସୂଚନା ଏବଂ ପ୍ରଯୁକ୍ତି କ୍ଷେତ୍ର ଥିଲା। ଆଇଟି କ୍ଷେତ୍ର ବିଶ୍ୱର ଏକ ପ୍ରମୁଖ ଯୋଗଦାନକାରୀ ହୋଇ ପାରିଛି ଏବଂ ଏଭିଜିସି କ୍ଷେତ୍ରରେ ସମାନ ସମ୍ଭାବନା ରହିଛି ବୋଲି କହିବା ସହିତ ସେ ମଧ୍ୟ ହଲିଉଡର ପ୍ରମୁଖ ଚଳଚ୍ଚିତ୍ର ଗୁଡ଼ିକରେ ଆଜି ଭାରତର ଦକ୍ଷତା ଏବଂ ମାନବ ଶକ୍ତି କାର୍ଯ୍ୟ କରୁଛି ବୋଲି ମତ ଦେଇଥିଲେ। ଏହି କ୍ଷେତ୍ରର ପ୍ରତିଭା ମାନଙ୍କୁ ସଠିକ୍ ପ୍ରକାରର ଦକ୍ଷତା ଭିତ୍ତିଭୂମି ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମଧ୍ୟ ଶ୍ରୀ ଚନ୍ଦ୍ରା ଗୁରୁତ୍ୱାରୋପ କରିଥିଲେ।

ଦେଶର ଏଭିଜିସି ସ୍ୱପ୍ନକୁ ପୂରଣ କରିବା କ୍ଷେତ୍ରରେ ସେ ରାଜ୍ୟ ଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଉଦ୍ୟମର ଆକାରକୁ ବୃଦ୍ଧି କରିବା ଏବଂ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହ କରିବାରେ ସେ ରାଜ୍ୟ ମାନଙ୍କର ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ। ସଚିବ ଆଂଚଳିକ ଉତ୍କର୍ଷ କେନ୍ଦ୍ରର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କର୍ଣ୍ଣାଟକ ରାଜ୍ୟ ଦ୍ୱାରା ଏହି ଦିଗରେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକୁ କେନ୍ଦ୍ରର ଏକ ଅଂଶ ଭାବରେ ଉଲ୍ଲେଖ କରିଥିଲେ।

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ଏଭିଜିସି କ୍ଷେତ୍ରରେ ଭାରତକୁ ଏକ ଯିବା – ପାଇଁ କେନ୍ଦ୍ର କରିବା ନିମନ୍ତେ ଏହି କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାକୁ ସୁଗମ କରିବାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୃଢ଼଼ ଭୌତିକ ଭିତ୍ତିଭୂମି, ଯାହା ଜଣେ ଛାତ୍ରର ଶିକ୍ଷା ଏବଂ ବିକାଶରେ ସହାୟକ ହେବ, ତାହା ପ୍ରତିଷ୍ଠା କରିବାର ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏମ୍‌ଏସ୍‌ଡିଇ ଚିହ୍ନଟ କରିଛି ଯେ ଏଭିଜିସି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଦକ୍ଷତା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଦକ୍ଷତା ପାରିବେଶିକ ବ୍ୟବସ୍ଥା ଯୋଗାଇବା ପାଇଁ ସର୍ବୋତ୍ତମ ପ୍ରୟାସ କରିବାକୁ ଏହା ପ୍ରତିଶ୍ରୁତିବଦ୍ଧ।

ଏଭିଜିସିର କେତେକ ବତୀଘର ସଦୃଶ ଆଲୋକ ପ୍ରଦର୍ଶନକାରୀ ରାଜ୍ୟ କର୍ମଶାଳା ସମୟରେ ସେମାନଙ୍କର ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଅଭିଜ୍ଞତା ବଂଟନ କରିଥିଲେ, ଯାହାକି ରାଜ୍ୟ ସ୍ତରୀୟ ଏଭିଜିସି ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ସହିତ ଅନ୍ୟ ରାଜ୍ୟମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବାକୁ ଯୋଜନା କରାଯାଇଛି। କର୍ମଶାଳା ସମୟରେ ଅନ୍ତର୍ଭୁକ୍ତ ଅଧିବେଶନ ଗୁଡିକ ମାଧ୍ୟମରେ ରାଜ୍ୟ ଏଭିଜିସି ନୀତିର ବିଭିନ୍ନ ଦିଗ ଉପରେ ରାଜ୍ୟଗୁଡିକ ସ୍ୱଚ୍ଛତା ଆଣିବାରେ ସାହାଯ୍ୟ କରିବା ପାଇଁ ଯୋଜନା କରାଯାଇଛି, ଯାହା ଦ୍ୱାରା ସେମାନଙ୍କୁ ରାଜ୍ୟ ସ୍ତରୀୟ ନୀତି ପ୍ରସ୍ତୁତ କରିବାରେ ସକ୍ଷମ କରାଯିବ।

ସୂଚନା ଓ ପ୍ରସାରଣ ଏବଂ ଏଭିଜିସି – ଏକ୍ସଆର୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଗ୍ରଣୀ କମ୍ପାନୀ ଏବଂ ଶିଳ୍ପ ସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶରେ ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ବିଷୟରେ ସେମାନଙ୍କର ଜ୍ଞାନ ବଂଟନ କରିଥିଲେ।

ଏହି ରାଷ୍ଟ୍ରୀୟ କର୍ମଶାଳା ଏହାର ସୁହାଇବା ଭଳି ନିର୍ଦ୍ଦିଷ୍ଟ ନୀତି (କଷ୍ଟମାଇଜେସନ୍‌) ଏବଂ ଗ୍ରହଣ ପାଇଁ ରାଜ୍ୟ ମାନଙ୍କୁ ନମୁନା ରାଜ୍ୟ ନୀତି ଆବଂଟନ କରିବାର ମୂଳ ଉଦ୍ଦେଶ୍ୟ ସହିତ ଆୟୋଜିତ ହୋଇଥିଲା। ଏହା ଏହାର ହିତାଧିକାରୀ ମାନଙ୍କ ଆବଶ୍ୟକତା ସହିତ ଚିଠା ଜାତୀୟ ନୀତିକୁ ଯୋଡ଼ିବା ପାଇଁ ଚିଠା ଜାତୀୟ ନୀତି ଉପରେ ଆଲୋଚନା କରାଯିବା ନିମନ୍ତେ ଏକ ମଂଚ ପ୍ରଦାନ କରିଛି। ଆହୁରି ମଧ୍ୟ ଏହି କର୍ମଶାଳା କେତେକ ରାଜ୍ୟ ଦ୍ୱାରା ଏଭିଜିସି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଅନୁସରଣ କରାଯାଉଥିବା ସର୍ବୋତ୍ତମ ଅଭ୍ୟାସଗୁଡିକ ପ୍ରଦର୍ଶନ ଉପରେ ଆୟୋଜିତ ଏକ ଅଧିବେଶନର ସାକ୍ଷୀ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାରଙ୍କ ଦ୍ୱାରା ଉଦ୍‌ଯାପନୀ ଟିପ୍ପଣୀ ଓ  ଧନ୍ୟବାଦ ଅର୍ପଣ କରିବା ପରେ ଏହି କର୍ମଶାଳା ସମାପ୍ତ ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଏଭିଜିସି ପଦୋନ୍ନତି ଟାସ୍କଫୋର୍ସ ଗଠନ କରା ଯାଇଥିଲା। ଏହା ଡିସେମ୍ବର ୨୦୨୨ରେ ଏହାର ରିପୋର୍ଟ ଦାଖଲ କରିଛି, ଯାହା ପଦକ୍ଷେପ ନିଆଯିବା ପାଇଁ ମାର୍ଗଦର୍ଶିକା ଭାବରେ ଗ୍ରହଣ କରା ଯାଇଛି। ଏଥିରେ ରାଜ୍ୟ ଗୁଡ଼ିକ ପାଇଁ ଜାତୀୟ ନିୟମ ଏବଂ ଆଦର୍ଶ ନୀତିର ଚିଠା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ପାଇଁ ମତ ଦେଲା ଏଭିଜିସି ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‍ (ଏଭିଜିସି) ଟାସ୍କ ଫୋର୍ସ ଏଭିଜିସି କ୍ଷେତ୍ରର ସମନ୍ୱିତ ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିସିସି-ଏକ୍ସଆର ମିଶନ୍ ଲାଗି ପ୍ରସ୍ତାବ ଦେଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଦାଖଲ କରାଯାଇଥିବା ଏକ ବିସ୍ତୃତ ରିପୋର୍ଟରେ, ସୂଚନା ଓ ପ୍ରସାରଣ ସଚିବଙ୍କ ନେତୃତ୍ୱରେ ଥିବା ଟାସ୍କ ଫୋର୍ସ ମଧ୍ୟ ବିଷୟବସ୍ତୁ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ଭାରତରେ, ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ “କ୍ରିଏଟ୍‍ ଇନ୍‍ ଇଣ୍ଡିଆ”  ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି।

ଟାସ୍କ ଫୋର୍ସର ପ୍ରମୁଖ ସୁପାରିଶଗୁଡିକ ୪ ଟି ବର୍ଗ ଅଧୀନରେ ବ୍ୟାପକ ଭାବରେ ଦର୍ଶାଯାଇଛି।

କ. ବିଶ୍ୱରେ ଗ୍ରହଣୀୟତା ପାଇଁ ଘରୋଇ ଶିଳ୍ପ ବିକାଶ

୧. ଏଭିଜିସି କ୍ଷେତ୍ରର ସମନ୍ୱିତ ବିକାଶ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ସୃଷ୍ଟି।

୨. ବିଷୟବସ୍ତୁ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ଭାରତରେ, ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ ‘କ୍ରିଏଟ ଇନ୍‍ ଇଣ୍ଡିଆ’ ଅଭିଯାନର ଶୁଭାରମ୍ଭ!

୩. ଭାରତକୁ ଏଭିଜିସିର ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ଏକ ଲକ୍ଷ୍ୟ ସହିତ, ଏଫଡିଆଇ, ସହ-ଉତ୍ପାଦନ ଚୁକ୍ତି ଏବଂ ନବସୃଜନ ଉପରେ ଧ୍ୟାନ ଦେଇ ଏକ ଆନ୍ତର୍ଜାତୀୟ ଏଭିଜିସି ପ୍ଲାଟଫର୍ମ ପ୍ରତିଷ୍ଠା।

୪. ଏଭିଜିସି କ୍ଷେତ୍ର ପାଇଁ ଦକ୍ଷତା, ଶିକ୍ଷା, ଶିଳ୍ପ ବିକାଶ ଏବଂ ଗବେଷଣା ଏବଂ ନବସୃଜନ ମଧ୍ୟରେ ଏକ ଆନ୍ତର୍ଜାତୀୟ ରେଫରେନ୍ସ ପଏଣ୍ଟ ହେବା ପାଇଁ ଏଭିଜିସି କ୍ଷେତ୍ର ପାଇଁ ଏକ ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଇଓ) ପ୍ରତିଷ୍ଠା। ସ୍ଥାନୀୟ ଶିଳ୍ପଗୁଡିକୁ ପ୍ରବେଶ ତଥା ସ୍ଥାନୀୟ ପ୍ରତିଭା ଏବଂ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଆଞ୍ଚଳିକ ସିଇଓ ଗଠନ କରାଯିବ।

ଜନଂସଖ୍ୟା ସମ୍ବନ୍ଧୀୟ ଲାଭାଂସ ହାସଲ କରିବାକୁ ବୁଦ୍ଧିମତା ବ୍ୟବସ୍ଥାର ବିକାଶ

୧. ବିଦ୍ୟାଳୟ ସ୍ତରରେ ଉତ୍ସର୍ଗୀକୃତ ଏଭିଜିସି ପାଠ୍ୟକ୍ରମର ବିଷୟବସ୍ତୁ ସହିତ ସୃଜନଶୀଳ ଚିନ୍ତାଧାରାର ବିକାଶ, ନୂତନ ସୃଜନଶୀଳ ଚିନ୍ତାଧାରା ଏବଂ କ୍ୟାରିୟର ପସନ୍ଦ ଭାବରେ ଏଭିଜିସି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏନଇପିକୁ ଉଦ୍ଦେଶ୍ୟ ସାଧାନର ଉପାୟ କରନ୍ତୁ।

୨. ଉନ୍ନତମାନର ପାଠ୍ୟକ୍ରମ ଏବଂ ଆର୍ନ୍ତଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ସହିତ ଏଭିଜିସି ଫୋକସ୍ ୟୁଜି / ପିଜି ପାଠ୍ୟକ୍ରମ ଆରମ୍ଭ କରିବା। ଏଭିଜିସି ସମ୍ବନ୍ଧୀୟ ପାଠ୍ୟକ୍ରମ ପାଇଁ ନାମଲେଖା ପରୀକ୍ଷା (ଯଥା, ଏମଇଏସସି ଦ୍ୱାରା ଏମ୍‍ଇସିଏଟି)

୩. ଏହି ଦଶନ୍ଧିରେ ଏଭିଜିସି କ୍ଷେତ୍ରରେ ୨୦ ଲକ୍ଷ କୁଶଳୀ ବୃତ୍ତିଗତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏମଇଏସସି ଅଧୀନରେ ଏଭିଜିସି କ୍ଷେତ୍ର ପାଇଁ ଦକ୍ଷତା ପଦକ୍ଷେପ ବୃଦ୍ଧି। ଅଣ ମେଟ୍ରୋ ସହର ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡିକର ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ନିଶ୍ଚିତ କରିବାକୁ ଶିଳ୍ପ ଅଂଶଗ୍ରହଣକୁ ବୃଦ୍ଧି କରନ୍ତୁ।

୪. ଅଟଳ ଟିଙ୍କରିଂ ପରୀକ୍ଷାଗାର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଭିଜିସି ଏବଂ ନବସୃଜନ ହବ୍ ପ୍ରତିଷ୍ଠା କରନ୍ତୁ।

ଗ. ଭାରତୀୟ ଏଭିଜିସି ଶିଳ୍ପ ପାଇଁ ଜ୍ଞାନକୌଶଳ ଏବଂ ଆର୍ଥିକ ଲାଭକୁ ବୃଦ୍ଧି କରିବା

୧.ଏମଏସଏମଇ, ଷ୍ଟାର୍ଟ-ଅପ୍ ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ ସଦସ୍ୟତା-ଆଧାରିତ ମୂଲ୍ୟ ମଡେଲକୁ ପ୍ରୋତ୍ସାହିତ କରି ଏଭିଜିସି ଜ୍ଞାନକୌଶଳକୁ ଗଣତାନ୍ତ୍ରିକ କରନ୍ତୁ।

୨. ଆରଆଣ୍ଡଡି ଏବଂ ଆଇପି ସୃଷ୍ଟି ପାଇଁ ପ୍ରୋତ୍ସାହନମୂଳକ ଯୋଜନା ମାଧ୍ୟମରେ ଏଭିଜିସି ଜ୍ଞାନକୌଶଳ ପାଇଁ ମେଡ ଇନ୍‍ ଇଣ୍ଡିଆ। ଏଭିଜିସି ହାର୍ଡୱେର୍ ର୍ନିମାତାମାନଙ୍କୁ ଉତ୍ସାହିତ କରିବା ପାଇଁ ପିଏଲଆଇ ଯୋଜନାକୁ ମୂଲ୍ୟାଙ୍କନ କର।

୩. ଏଭିଜିସି କ୍ଷେତ୍ରରେ ସହଜ ବ୍ୟବସାୟ କରିବା ଅର୍ଥାତ୍‍ ଟିକସ ସୁବିଧା, ଆମଦାନୀ ଶୁଳ୍କ, ବାଟମାରଣା ବନ୍ଦ କରିବା ଇତ୍ୟାଦି।

୪. ଏଭିଜିସି ଉଦ୍ୟୋଗୀମାନଙ୍କୁ ଆରଆଣ୍ଡଡି ଏବଂ ସ୍ଥାନୀୟ ଆଇପି ସୃଷ୍ଟିର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବୈଷୟିକ, ଆର୍ଥିକ ଏବଂ ବଜାର ବ୍ୟବସ୍ଥା ସହାୟତା ଯୋଗାଇବା ପାଇଁ ଷ୍ଟାର୍ଟ ଅପ୍ ଇଣ୍ଡିଆକୁ ଉଦ୍ଦେଶ୍ୟ ସାଧନର ଉପାୟ କରିବା।

ଘ. ଏକ ଅନ୍ତର୍ଭୂକ୍ତି ଅଭିବୃଦ୍ଧି ମାଧ୍ୟମରେ ଭାରତର ଶକ୍ତି ବୃଦ୍ଧି

୧. ବିଶ୍ୱ ସ୍ତରରେ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଭାରତରୁ ଘରୋଇ ବିଷୟବସ୍ତୁ ସୃଷ୍ଟି ପାଇଁ ଏକ ଉତ୍ସର୍ଗୀକୃତ ଉତ୍ପାଦନ ପାଣ୍ଠି ପ୍ରତିଷ୍ଠା କରନ୍ତୁ। ପ୍ରସାରଣକାରୀଙ୍କ ଦ୍ୱାରା ଉଚ୍ଚମାନର ସ୍ୱଦେଶୀ ବିଷୟବସ୍ତୁ ପାଇଁ ସଂରକ୍ଷଣର ମୂଲ୍ୟାଙ୍କନ କରନ୍ତୁ।

୨. ଏକ ଅନ୍ତର୍ଭୂକ୍ତି ଭାରତ ପାଇଁ, ଭାରତର ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ଏବଂ ଗ୍ରାମରେ ଯୁବକମାନଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଏବଂ ଶିଳ୍ପ ଅପହଞ୍ଚ ଇଲାକାରେ ଏଭିଜିସି କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରତିଷ୍ଠା କରନ୍ତୁ।

୩. ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ସମୃଦ୍ଧ ସଂସ୍କୃତି ଏବଂ ଭାରତର ଇତିହାସ ଉପରେ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଶିଶୁ ଚ୍ୟାନେଲଗୁଡିକୁ ପ୍ରୋତ୍ସାହିତ କରନ୍ତୁ।

୪. ଡିଜିଟାଲ ଦୁନିଆରେ ଶିଶୁ ଅଧିକାର ସୁରକ୍ଷା ନିଶ୍ଚିତ କରିବାକୁ ଖସଡା ପ୍ରତିଷ୍ଠା କରନ୍ତୁ।

ଶିଳ୍ପ ଏବଂ ସରକାରଙ୍କ ପ୍ରମୁଖ ହିତାଧିକାରୀଙ୍କ ସହ ଭାରତରେ ଏଭିଜିସି କ୍ଷେତ୍ରର ପୂର୍ଣ୍ଣ ସମ୍ଭାବନାକୁ ହୃଦୟଙ୍ଗମ କରିବା ସହିତ ସହାୟତା କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଏଭିଜିସି ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ସଚିବ ଯଥା ଏମଏସଡିଇ, ଉଚ୍ଚଶିକ୍ଷା ବିଭାଗ- ଶିକ୍ଷା ମନ୍ତ୍ରଣାଳୟ, ଏମ୍‍ଇଆଇଟିୱାଇ ଏବଂ ଡିପିଆଇଆଇଟି ଏହି ଟାସ୍କ ଫୋର୍ସର ସଦସ୍ୟ ଥିଲେ। ଏଥିରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନାର ରାଜ୍ୟ ସରକାରଙ୍କ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ; ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧୀ – ଏମଇଏସ୍‍ସି, ଏଫ୍‍ଆଇସିସିଆଇ ଏବଂ ସିଆଇଆଇ ପରି ଶିକ୍ଷା ସଂସ୍ଥାର ମୁଖ୍ୟମାନେ ରହିଥିଲେ।

ଏହାଛଡା ଟାସ୍କ ଫୋର୍ସରେ ସଦସ୍ୟ ଭାବରେ ଏଭିଜିସି କ୍ଷେତ୍ରର ପ୍ରମୁଖ ଶିଳ୍ପପତିମାନେ ଥିଲେ ଯଥା ଟେକ୍ନିକଲର ଇଣ୍ଡିଆର ଭାରତୀୟ ମୁଖ୍ୟ ବିରେନ ଘୋଷ; ପୂଣ୍ୟଯୁଗ ଆର୍ଟଭିଜନ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଆଶିଷ କୁଲକର୍ଣ୍ଣି; ଅର୍ନିବାଣର ପ୍ରତିଷ୍ଠାତା ତଥା ସିଇଓ ଜେଶ୍ କୃଷ୍ଣ ମୁର୍ତ୍ତୀ; ସିଓଓ ଏବଂ ଭିଏଫ୍‍ଏକ୍ସ ଉତ୍ପାଦନ, ରେଡଚିଲସ ଭିଏଫ୍‍ଏକ୍ସର କିଟନ ଯାଦବ; ହୁଇସିଲିଂ ଉଡ୍‍ ଓ ଇଣ୍ଟରନେସନାଲର ମୁଖ୍ୟ ବୈଷୟିକ ଅଧିକାରୀ ଚୈତନ୍ୟ ଚିଞ୍ଚିଲିକର; ଜାଇଙ୍ଗା ଇଣ୍ଡିଆର ବରିଷ୍ଠ ଉପସଭାପତି ଏବଂ ଭାରତୀୟ ମୁଖ୍ୟ କିଶୋର କିଚିଲି, ଏବଂ ହଙ୍ଗାମା ଡିଜିଟାଲ୍ ମିଡିଆ ଏଣ୍ଟରଟେନମେଣ୍ଟର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ନୀରଜ ରାୟ ପ୍ରମୁଖ ରହିଥିଲେ।

ନିଜ ନିଜ କ୍ଷେତ୍ରରେ ଲକ୍ଷ୍ୟଭେଦ ହସ୍ତକ୍ଷେପ ମାଧ୍ୟମରେ ଅଭିବୃଦ୍ଧିର ରଣନୀତି ପ୍ରସ୍ତୁତ କରିବା ପାଇଁ ଚାରୋଟି ସବ୍‌-ଟାସ୍କ ଫୋର୍ସ ଗଠନ କରାଯାଇଥିଲା, କ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବା ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଶିଳ୍ପ ଏବଂ ନୀତି; ଖ) ଏଆଇସିଟିଇର ତତ୍କାଳୀନ ଅଧ୍ୟକ୍ଷ ଅନିଲ ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଶିକ୍ଷା; ଗ) ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍କାଳୀନ ସଚିବ ରାଜେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଦକ୍ଷତା ଏବଂ; ଘ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହାଙ୍କ ନେତୃତ୍ୱରେ ଗେମିଂ। ସେମାନଙ୍କର ସୁପାରିଶ ଆଧାରରେ ଟାସ୍କ ଫୋର୍ସ ସମନ୍ୱିତ ରିପୋର୍ଟ ପ୍ରସ୍ତୁତ କରିଛି।

ଆମର ବଜାର ତଥା ବିଶ୍ୱର ଚାହିଦା ପାଇଁ ଘରୋଇ ଦକ୍ଷତା ଗଠନ ପାଇଁ ହସ୍ତକ୍ଷେପ କରିବାକୁ ଏଭିଜିସି ଉପରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କେନ୍ଦ୍ର ବଜେଟ୍‍ରେ ଘୋଷଣା ହୋଇଥିଲା।

ଟାସ୍କ ଫୋର୍ସ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ହୃଦୟଙ୍ଗମ କରିବା ପାଇଁ ଏକ ପ୍ରୟାସ ଯେ ଏଭିଜିସି-ଏକ୍ସଆର କ୍ଷେତ୍ର ଯୁବପିଢୀଙ୍କୁ ବିପୁଳ ନିଯୁକ୍ତି ସୁଯୋଗ ପ୍ରଦାନ କରିପାରିବ ଯେଉଁମାନେ ବିଶ୍ୱ ବଜାରକୁ ସେବା ଯୋଗାଇ ପାରିବେ ଏବଂ ଭାରତୀୟ ପ୍ରତିଭା ଏହି କ୍ଷେତ୍ରରେ ନେତୃତ୍ୱ ନେଇ ପାରିବେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଚିହ୍ନଟ କରିଛନ୍ତି ଯେ ଏଭିଜିସି କ୍ଷେତ୍ର ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିକୁ ଆଗେଇନେବା କ୍ଷେତ୍ରରେ କାର୍ଯ୍ୟ କରିପାରିବ ଏବଂ ଏହି କ୍ଷେତ୍ରର ଅଭିବୃଦ୍ଧିର ଉଚ୍ଚ ଅର୍ଥନୈତିକ ପ୍ରଭାବ ବ୍ୟତୀତ ଏହି କ୍ଷେତ୍ରର ଭାରତୀୟଙ୍କୁ ଭଲ ଭାବରେ ବିସ୍ତାର ଏବଂ ପ୍ରୋତ୍ସାହିତ କରିବା, ବିଶ୍ୱରେ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଭାରତ ସହିତ ପ୍ରବାସୀ ଭାରତୀୟମାନଙ୍କୁ ଯୋଡିବା, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବା ଏବଂ ପର୍ଯ୍ୟଟନ ତଥା ଅନ୍ୟାନ୍ୟ ସହଯୋଗୀ ଶିଳ୍ପଗୁଡିକ ଲାଭବାନ ହେବାର କ୍ଷମତା ରଖିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପିପିପି ମୋଡରେ ପ୍ରତିଷ୍ଠା କରାଯିବ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚିବା ଉଚିତ୍‌। ବର୍ତ୍ତମାନ ଠାରୁ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗକୁ ଆମେ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‌। ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ମଙ୍ଗଳବାର, ସେପ୍ଟେମ୍ବର ୨୭, ୨୦୨୨ରେ ମୁମ୍ବାଇ ଠାରେ ଅନୁଷ୍ଠିତ ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ ୨୦୨୨ ସମାରୋହର ଉଦଘାଟନୀ ଅଧିବେଶକୁ ସମ୍ବୋଧିତ କରି ସଚିବ ଏହା କହିଥିଲେ।

ଏହି ଅବସରରେ ସଚିବ ଘୋଷଣା କରିଥିଲେ ଯେ ଭାରତରେ ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆରେ ରହିଥିବା ସମ୍ଭାବନାକୁ ଉଜାଗର କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଚଳଚ୍ଚିତ୍ର ୟୁନିଟଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ମୁମ୍ବାଇରେ ଥିବା ଏନଏଫଡିସି ସରକାରଙ୍କ ଚଳଚ୍ଚିତ୍ର ଶାଖାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ସେ କହିଥିଲେ ଯେ ଆମେ ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟର ପୁନରୁଦ୍ଧାର କରିବା ଲାଗି ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ମୁଖ୍ୟ ନିବେଶ ଶାଖା, ଇନଭେଷ୍ଟ ଇଣ୍ଡିଆ ହାତରେ ଆମେ ଏହି ଦାୟିତ୍ବ ଦେବାକୁ ଚାହୁଁଛୁ । ଫଳରେ ଭାରତକୁ ବିଦେଶୀ ଉଦ୍ୟୋଗମାନେ ଆକର୍ଷିତ ହୋଇ ଆସିବେ । ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଆମେ ଇନଭେଷ୍ଟ ଇଣ୍ଡିଆ ବ୍ୟବସ୍ଥାର ଉପଯୋଗ କରିବୁ ଏବଂ ଭାରତକୁ ଆସିବା ଲାଗି ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ସମ୍ପର୍କ ସ୍ଥାପନ କରିବୁ ବୋଲି ସଚିବ କହିଥିଲେ ।

ସଚିବ ଶ୍ରୀ ଚନ୍ଦ୍ର ଏହି ଅବସରରେ ସୂଚନା ଦେଇଥିଲେ ଯେ, ଭାରତରେ ଚଳଚ୍ଚିତ୍ର ଶୁଟିଂକୁ ପ୍ରୋତ୍ସାହନ ଦେବା ଏବଂ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର କାର୍ଯ୍ୟ କରିବେ। ନିକଟରେ ଅନୁଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆମେ ଅଡିଓ-ଭିଜୁଆଲ କୋ ପ୍ରଡକ୍ସନ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲୁ । ରାଜ୍ୟମାନଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବାରୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଆକର୍ଷଣୀୟ ଏବଂ ଶସ୍ତା ପ୍ୟାକେଜ୍‌ ମିଳିପାରିବ ।

ସଚିବ ଏହି ଅବସରରେ ଘୋଷଣା କରିଥିଲେ ଯେ ଭାରତ ସରକାର ଏକ ଆଦର୍ଶ ଥିଏଟର ନୀତି ଗଠନ କରିବା ଲାଗି ରାଜ୍ୟମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ଗତ ୫-୬ ବର୍ଷ ମଧ୍ୟରେ ଥିଏଟର ସଂଖ୍ୟା ହ୍ରାସ ପାଇଛି । ଆମେ ଏହି ଧାରାକୁ ବଦଳାଇବାକୁ ଚାହୁଁଛୁ । ଥିଏଟର ଖୋଲିବା ପାଇଁ ମଞ୍ଜୁରି ଦେବା ନିମନ୍ତେ ଆମେ ଏକ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ଖୋଲିବା ଲାଗି ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟମାନଙ୍କୁ ଦାୟିତ୍ବ ଦେବୁ । ଯାହାଫଳରେ ଅଧିକରୁ ଅଧିକ ଥିଏଟର ଖୋଲିବ ଏବଂ ଲୋକମାନେ ଥିଏଟରରେ ଚଳଚ୍ଚିତ୍ରର ଚମତ୍କାର ଦିଗକୁ ଦେଖିବାର ସୁଯୋଗ ପାଇପାରିବେ। ରାଜ୍ୟମାନଙ୍କ ସହଭାଗିତାରେ ଆମେ ଏକ ଆଦର୍ଶ ଥିଏଟର ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବୁ ।

ସଚିବ କହିଥିଲେ ଯେ, କୋଭିଡ-୧୯ ମହାମାରୀ ଲୋକମାନଙ୍କ ଚଳଚ୍ଚିତ୍ର ଦେଖିବା ଅଭ୍ୟାସକୁ ବଦଳାଇ ଦେଇଛି । ତିନି ଦିନ ପୂର୍ବରୁ ଟିକେଟ ଦର ୭୫ ଟଙ୍କାକୁ କମିବା ପରେ ସବୁ ଶୋ’ ଫୁଲ ଯାଉଥିବା ଦେଖାଯାଇଥିଲା। ଏହା ଦର୍ଶାଉଛି ଯେ ଦର ଠିକ୍‌ ରହିଲେ ଲୋକମାନେ ଥିଏଟରରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରିବେ । ଥିଏଟରକୁ ଯିବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ରହିଛି, ତେଣୁ ଆମେ ଲୋକମାନଙ୍କୁ କିଭଳି ପୁଣିଥରେ ଥିଏଟରକୁ ଫେରାଇ ଆଣିବୁ ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଚଳଚ୍ଚିତ୍ର ଜଗତକୁ ସୂଚନା ଦେଇ ସଚିବ କହିଥିଲେ ଯେ, ଗତକାଲି ଆମେ ଚଳଚ୍ଚିତ୍ର ଉଦ୍ୟୋଗର କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଏକ ଫଳପ୍ରଦ ବୈଠକରେ ଆଲୋଚନା କରିଛୁ । ସିନେମାଟୋଗ୍ରାଫ ଆଇନରେ ପ୍ରସ୍ତାବିତ ସଂଶୋଧନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପାଇରେସୀ ନିରୋଧୀ ବ୍ୟବସ୍ଥା ଏବଂ ୟୁଏ ବର୍ଗରେ ବୟସ ବର୍ଗୀକରଣକୁ ନେଇ ପ୍ରସ୍ତାବିତ ସଂଶୋଧନକୁ ସବୁ ଅଂଶୀଦାରମାନେ ସମର୍ଥନ କରିଛନ୍ତି। ଚଳଚ୍ଚିତ୍ର ଉଦ୍ୟୋଗର ସହାୟତା ସହିତ ସଂସଦର ଆସନ୍ତା ଶୀତ ଅଧିବେଶନରେ ଏହି ବିଲ ଉପସ୍ଥାପନ ହେବା ନେଇ ଆଶା କରାଯାଉଛି ବୋଲି ସଚିବ ସୂଚନା ଦେଇଥିଲେ ।

ସଚିବ ସୂଚନା ଦେଇଥିଲେ ଯେ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥିବା ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଓ କମିକ୍ସ (ଏଭିଜିସି) ପ୍ରମୋସନ ଟାସ୍କ ଫୋର୍ସ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଉପ ଟାସ୍କ ଫୋର୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଆମେ ତର୍ଜମା କରୁଛୁ । ଏହାପରେ ଆମେ ଆବଶ୍ୟକ ସୁପାରିସ କରିବୁ ଏବଂ ରିପୋର୍ଟକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ସଚିବ କହିଥିଲେ । ସେ ଆହୁରି କହିଥିଲେ ଯେ ଏଭିଜିସି କ୍ଷେତ୍ରରେ ଭବିଷ୍ୟତର ସମ୍ଭାବନା ରହିଛି । ଶ୍ରେଷ୍ଠ ହଲିଉଡ଼ ଚଳଚ୍ଚିତ୍ରଗୁଡ଼ିକ ଏବେ ବେଙ୍ଗାଲୁରୁ ଏବଂ ଅନ୍ୟ ସ୍ଥାନରେ ପ୍ରସ୍ତୁତ ହେଉଛି । ୨୦ ବର୍ଷ ତଳେ ଯେମିତି ଭାବେ ଆଇଟି ବିପ୍ଳବ ଆସିଥିଲା ଠିକ ସେହିପରି ଏଭିଜିସି କ୍ଷେତ୍ରରେ ଦେଶର ନୂଆ ବିପ୍ଳବ ଆସିବ ବୋଲି ସଚିବ ସୂଚନା ଦେଇଥିଲେ ।

ଘରୋଇ କ୍ଷେତ୍ରର ସହଭାଗିତା ଜରିଆରେ ଦେଶରେ ଏଭିଜିସି ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସଚିବ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପିପିପି ମୋଡରେ ଏଭିଜିସି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି  ଆମେ ନୀତିଗତ ନିଷ୍ପତ୍ତି ନେଇଛୁ । ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୪୮% ଅଂଶଧନ, ଫିକ୍କି ଏବଂ ସିଆଇଆଇର ୨୬% ଲେଖାଏଁ ଅଂଶଧନ ରହିବ ବୋଲି ପ୍ରସ୍ତାବ ରହିଛି। ତେଣୁ ସରକାର ନୁହନ୍ତି, ବରଂ ଘରୋଇ କ୍ଷେତ୍ର ଏଭିଜିସି କ୍ଷେତ୍ରରେ ନେତୃତ୍ବ ନେବେ । ସଚିବ କହିଥିଲେ ଯେ, ମିଡିଆ ଏବଂ ମନୋରଞ୍ଜନ ଉଦ୍ୟୋଗର ବିକାଶ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହାୟକ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ ।

ଭାରତୀୟ ନାଗରିକମାନେ ଖୁବଶୀଘ୍ର ଉଚ୍ଚମାନର ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ବିଷୟବସ୍ତୁ ସେମାନଙ୍କର ମୋବାଇଲ ଫୋନରେ ପାଇପାରିବେ । ଏଥିପାଇଁ କୌଣସି ମୋବାଇଲ ଡାଟା ଖର୍ଚ୍ଚ ହେବ ନାହିଁ ବୋଲି ସଚିବ ସୂଚନା ଦେଇଥିଲେ। ଏହା ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଆଗକୁ ଦେଶରେ 5ଜି ସେବା ଉପଲବ୍ଧ ହେବ, ତେଣୁ ଡାଇରେକ୍ଟ ଟୁ ମୋବାଇଲ୍‌ ବ୍ରଡକାଷ୍ଟ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହେବ । କାନପୁର ଆଇଆଇଟି ସହ ମିଶି ପ୍ରସାର ଭାରତୀ ଏକ ପ୍ରୁଫ୍‌ ଅଫ୍‌ କନସେପ୍ଟ ଉପରେ କାର୍ଯ୍ୟ କରୁଛି, ଏହା ସଫଳ ହେଲେ ମୋବାଇଲରେ ୨୦୦ରୁ ଅଧିକ ଚାନେଲ ଏବଂ ଉଚ୍ଚ ମାନର ଚଳଚ୍ଚିତ୍ର ଦେଖି ହେବ । ଏଥିପାଇଁ କୌଣସି ଡାଟା ଖର୍ଚ୍ଚ ହେବ ନାହିଁ । ଆସନ୍ତା ୩-୪ ବର୍ଷ ମଧ୍ୟରେ ଏପରି ଏକ ପରିକଳ୍ପନା ସାକାର ରୂପ ନେଇ ପାରିବ ବୋଲି ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ।

ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ଗୁରୁତ୍ବ ଉପରେ ସୂଚନା ଏବଂ ପ୍ରସାରଣ ସଚିବ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ ଏବେ ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ବିଷୟବସ୍ତୁ ଦେଖୁଛନ୍ତି । କିନ୍ତୁ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ବଢ଼ିଛି ଏବଂ ଅଧିକ ସଂଖ୍ୟାରେ ଲୋକମାନେ ଏଥିରେ ନିଯୁକ୍ତ ହେଉଛନ୍ତି । ଚାକିରି ସୃଷ୍ଟି କରିବା କ୍ଷେତ୍ରରେ କୌଶଳ ବିକାଶ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ମିଡିଆ ଓ ମନୋରଞ୍ଜନ କୌଶଳ ପରିଷଦର ପ୍ରମୁଖ ଭୂମିକା ରହିଛି ।

ଚଳଚ୍ଚିତ୍ର ପ୍ରଯୋଜକ ରମେଶ ସିପ୍ପୀ, ବ୍ରିଟେନର ୱେଷ୍ଟ ୟର୍କଶାୟର ମେୟର ଟ୍ରେସୀ ବ୍ରାବିନ, ବିଶିଷ୍ଟ ଅଭିନେତା ରଣବୀର ସିଂ, ଫିକ୍କି ଏଭିଜିସି ଫୋରମ ଏବଂ ପୁନରୟୁଗର ପ୍ରତିଷ୍ଠାତା ଆଶିଷ କୁଲକର୍ଣ୍ଣୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ସୁମଲତା ଅମ୍ବରୀଶ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ସାଂସଦ ସଞ୍ଜୟ ସେଠ, ଫିକ୍କିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ପ୍ରସାରଣ (ଟିଭି ଓ ରେଡିଓ), ଡିଜିଟାଲ ମନୋରଞ୍ଜନ, ଆନିମେସନ, ଗେମିଂ ଓ ଭିଜୁଆଲ ଇଫେକ୍ଟସ ଆଦି ବିଭିନ୍ନ କ୍ଷେତ୍ର ଉପରେ କର୍ମଶାଳା, ମାଷ୍ଟର କ୍ଲାସ୍‌ ସହିତ ସମାନ୍ତରାଳ ଆଲୋଚନା ଅଧିବେଶନ ଅନୁଷ୍ଠିତ ହେବ । ମିଡିଆ ଓ ମନୋରଞ୍ଜନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣ, ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅନ୍ୟ ବ୍ୟବସାୟ ଓ ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ପ୍ରତିବର୍ଷ ଆୟୋଜନ କରାଯାଉଥିବା ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।