Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଛୋଟ ଅଦଳବଦଳ: ମହିଳା ଅଧିକାରୀ ଶୂନ୍ୟ ହେଲା ବାଣପୁର ଥାନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ଛୋଟ ଅଦଳବଦଳ ହୋଇଛି। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ ହୋଇଛି। ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କ ବୋଲଗଡ଼ ଥାନା ଅଧିନସ୍ଥ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ବଦଳି, ବାଙ୍କୋଇ ଫାଣ୍ଡି ଅଧିକାରୀ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ଟାଙ୍ଗୀ ଥାନାକୁ ବଦଳି, ବାଣପୁର ଥାନା ଏସଆଇ ଦେବସ୍ମିତା ବେହେରାଙ୍କ ଖୋର୍ଦ୍ଧା ସଦର ଥାନାକୁ ବଦଳି, ଟାଙ୍ଗୀ ଥାନା ଏସଆଇ ପୁଷ୍ପଲତା ଲେଙ୍କାଙ୍କ ବାଲୁଗାଁ ଥାନାକୁ ବଦଳି, ସଦର ଥାନା ଏଏସଆଇ ଆରାଧ୍ୟ ପ୍ରସାଦ ନାୟକଙ୍କ ନାଚୁଣୀ ଥାନାକୁ ବଦଳି ଏବଂ ବାଙ୍କୋଇ ଫାଣ୍ଡି ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କ ବୋଲଗଡ଼ ଥାନାକୁ ବଦଳି ହୋଇଛି।

ଉକ୍ତ ଅଧିକାରୀମାନଙ୍କୁ ତୁରନ୍ତ ନିଜର ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଅଛି।  ତେବେ ଆଶ୍ଚର୍ଯ୍ୟର ବିଷୟ ବାଣପୁର ଥାନାରେ ମାତ୍ରାଧିକ ମହିଳା ଏବଂ ନାବାଳିକା ଜନିତ ମାମଲା ଆସୁଥିବା ବେଳେ ଏଠାରେ କାର୍ଯ୍ୟରତ ଥିବା ଏକମାତ୍ର ମହିଳା ଏସଆଇ ଙ୍କ ବଦଳିକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।

ବାଣପୁର ଥାନାରେ ଯଦି କୌଣସି ମହିଳା ଅଧିକାରୀ ରହିବେ ନାଇଁ ତେବେ ଥାନାରେ ବଢୁଥିବା ମହିଳା ଏବଂ ନାବାଳିକା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣି ତଥା କାଉନସେଲିଙ୍ଗ କରିବାରେ ନିଶ୍ଚିତ ଅସୁବିଧା ସୃଷ୍ଟି ହେବ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଜଣେ ନୂତନ ମହିଳା ଏସଆଇ ଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ପୁରୁଣା ମହିଳା ଏସଆଇ ଙ୍କୁ ଏଠାରୁ ବଦଳି ନକରାଯାଉ ବୋଲି ବୁଦ୍ଧିଜୀବୀ ମାନେ ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସର ନବକଳେବର: ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ ଓ ନିଯୁକ୍ତି

ଖୋର୍ଦ୍ଧା: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ବଡଧରଣର ଅଦଳବଦଳ ହୋଇଛି। ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ଆବଶ୍ୟକତା ଏବଂ ଉତ୍ତମ ଜନସେବା ଦୃଷ୍ଟିରୁ ଉକ୍ତ ଅଦଳବଦଳ ଏବଂ ନିଯୁକ୍ତି ହୋଇଥିବାର ଜଣାପଡିଛି।  ଏ ନେଇ ଆଜି ଖୋର୍ଦ୍ଧା ଏସପି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଦଳି ଓ ନିଯୁକ୍ତି ନିର୍ଦ୍ଦେଶନାମା ଜାରି କରାଯାଇଛି।

ବଦଳି ଓ ନିଯୁକ୍ତି ହୋଇଥିବା ଅଧିକାରୀଙ୍କ ନାମ ଓ ଥାନା:

୧. ରିଜର୍ଭ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି।

୨. ରିଜର୍ଭ ଏସଆଇ ଲିଙ୍ଗରାଜ ସିଠଙ୍କ ଟାଙ୍ଗୀ ଥାନାକୁ ନିଯୁକ୍ତି।

୩. ରିଜର୍ଭ ଏସଆଇ ଅକ୍ଷୟ କୁମାର ପ୍ରଧାନଙ୍କ ଡ଼ିଆଇବି ରେ ନିଯୁକ୍ତି।

୪. ରିଜର୍ଭ ଏସଆଇ ବସନ୍ତ କୁମାର ମିଶ୍ରଙ୍କ ବାଣପୁର ଥାନାକୁ ନିଯୁକ୍ତି।

୫. ରିଜର୍ଭ ଏସଆଇ ରବୀନ୍ଦ୍ରନାଥ ଗୌଡ଼ଙ୍କ ବାଣପୁର ଥାନାକୁ ନିଯୁକ୍ତି।

୬. ରିଜର୍ଭ ଏସଆଇ ଅଭୟ କୁମାର ରାଉତଙ୍କ ସିକୋ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି।

୭. ରିଜର୍ଭ ଏସଆଇ ଶେଖ ମୁଜିବର ରେହମାନଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ନିଯୁକ୍ତି।

୮. ରିଜର୍ଭ ଏସଆଇ ଅକ୍ଷୟ କୁମାର ବରାଳଙ୍କ ଆଦର୍ଶ ଥାନାରେ ନିଯୁକ୍ତି।

୯. ରିଜର୍ଭ ଏଏସଆଇ ପ୍ରସନ୍ନ କୁମାର ଦଳେଇଙ୍କ ବୋଲଗଡ଼ ଥାନାରେ ନିଯୁକ୍ତି।

୧୦. ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକଙ୍କ ନିରାକାରପୁର ଥାନାକୁ ବଦଳି।

୧୧. ବାଣପୁର ଥାନା ଏସଆଇ ଚନ୍ଦନ କୁମାର ଦାସଙ୍କ ବାଘମାରି ଥାନାକୁ ବଦଳି।

୧୨. ନିରାକାରପୁର ଥାନା ଏଏସଆଇ ହାଡିବନ୍ଧୁ ନାୟକଙ୍କ ଟାଙ୍ଗୀ ଥାନାକୁ ବଦଳି।

୧୩. ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଐକ ଙ୍କ ଜଙ୍କିଆ ଥାନାକୁ ବଦଳି।