Categories
ବିଶେଷ ଖବର ରାଜ୍ୟ ଖବର

୧୫ ଜିଲ୍ଲାର ଏସପିଙ୍କ ହେଲା ଅଦଳବଦଳ, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନି ଜଣ ଡିଆଇଜି ପାହ୍ୟାକୁ ପଦନ୍ନୋତି ହୋଇଥିବାରୁ ତାଙ୍କର ବଦଳ ହୋଇଛି।

ସେହିପରି ମୋଟ ୧୫ ଜଣ ଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି ହୋଇଛି। ଯେଉଁ ତିନିଜଣଙ୍କୁ ପଦନ୍ନୋତି ଦିଆଯାଇଛି, ସେମାନେ ହେଲେ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ, ଗଂଜାମ ଏସପି ବ୍ରଜେଶ ରାଏ, ଭଦ୍ରକ ଏସପି ଚରଣ ସିଂ ମିନା।

ଅଖିଳେଶ୍ବର ସିଂ ଡିଆଇଜି ପାହ୍ୟାକୁ ପଦନ୍ନୋତି ପରେ ତାଙ୍କୁ ଏସଏପି ର ଡିଆଇଜି କରାଯାଇଛି।

ଗଂଜାମ ଏସପି ବ୍ରଜେଶ ରାଏଙ୍କୁ ଡିଆଇଜି ଅନୁଗୁଳକୁ ବଦଳି କରାଯାଇଛି।

ଭଦ୍ରକ ଏସପି ଚରଣସିଂ ମିନାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡର ଡିଆଇଜି ଭାବେ ବଦଳି କରାଯାଇଛି।

ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି

ଯାଜପୁରର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁରର ଏସପି

ଅନୁଗୋଳର ଏସପି ଥିବା ଜଗମୋହନ ମିନାଙ୍କୁ ଗଞ୍ଜାମ ଏସପି

ଢେଙ୍କାନାଳର ଏସପି ଥିବା ଏଲ ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି

ନୂଆପଡାର ଏସପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡର ଏସପି

କନ୍ଧମାଳର ଏସପି ଥିବା ବିନୀତ ଅଗ୍ରୱାଲଙ୍କୁ ଯାଜପୁର ଏସପି

କୋରାପୁଟର ଏସପି ଥିବା ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭଦ୍ରକ ଏସପି

ସୁନ୍ଦରଗଡ ଏସପି ସାଗରିକା ନାଥଙ୍କୁ ଏସପି ବାଲେଶ୍ବର

ବାଲିଗୁଡା ଏସଡିପିଓ ଗୁଣ୍ଡାଲା ରେଡ୍ଡୀଙ୍କୁ ଏସପି ନୂଆପଡା

ମାଲକାନାଗିରି ଏସଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ ଏସପି କନ୍ଧମାଳ

କେସିଙ୍ଗା ଏସଡିପିଓ ଥିବା ଅଭିନବ ସୋନାକାର ଏସପି କୋରାପୁଟ

ଏସପି ସ୍ପେଶାଲ ବ୍ରାଞ୍ଚ ଜ୍ଞାନରଂଜନ ମହାପାତ୍ରଙ୍କୁ ଏସପି ଢେଙ୍କାନାଳକୁ ବଦଳି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗଦେଲେ ଜେଡିୟୁ ନେତା କେସି ତ୍ୟାଗୀଙ୍କ ପୁଅ ଅମ୍ରିଶ

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀଙ୍କ ପୁଅ ଅମ୍ରିଶ ତ୍ୟାଗୀ ଆଜି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ ଅମ୍ରିଶ କହିଛନ୍ତି ଯେ, ତାଙ୍କ ଦଳର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସର ମୂଳ ମନ୍ତ୍ର ଉପରେ ବିଶ୍ୱାସ ରହିଛି।

“ମୋ ବାପାଙ୍କ ଦଳ ଜେଡି (ୟୁ) ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଏକ ଅଂଶ। ତେଣୁ ମୁଁ ଯଦି ମୋ ବାପାଙ୍କ ପାର୍ଟିରେ ଯୋଗ ଦେଇଥାନ୍ତି, ତେବେ ପରିବାରବାଦର ଅଭିଯୋଗ ହୋଇଥାନ୍ତା। ସେଥିପାଇଁ ମୁଁ ବିଜେପିକୁ ବାଛିଲି। ”ଅମ୍ରିଶ କହିଛନ୍ତି ଯେ, ସେ ନିଜେ ବିଜେପିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କ ପିତା ନିଜେ ଅନୁମତି ଦେଇଛନ୍ତି।

ଅମ୍ରିଶଙ୍କ ସହ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥିମଧ୍ୟରେ ସମାଜବାଦୀ ପାର୍ଟି (ଏସପି) ଏବଂ ବାହୁଜନ ସମାଜ ପାର୍ଟି (ବିଏସପି) ର କିଛି ନେତା ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅମ୍ରିଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ୟାମା ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ମଧ୍ୟ ରହିଛନ୍ତି। ସେ ଓଭଲିନୋ ବିଜନେସ୍ ଇଣ୍ଟେଲିଜେନ୍ସ ପିଭି ଲି ର ଏମଡି ଅଛନ୍ତି। ସେ ବିଭିନ୍ନ ଦଳ ସହିତ ମିଶି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ କରନ୍ତି।