Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଜୈବିକ କୃଷି ସାମଗ୍ରୀର ଗୁଣବତ୍ତା ନିୟନ୍ତ୍ରଣ ଉପରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆରସିଓଏନଏଫ) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର  କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ ରାଜ୍ୟରେ ଜୈବିକ ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆରସିଓଏନଏଫର ଭୂମିକା ଏବଂ ଜୈବିକ ଫସଲ ଉତ୍ପାଦନରେ ଗୁଣାତ୍ମକ ଜୈବିକ ଇନପୁଟ୍ କିପରି ଭୂମିକା ଗ୍ରହଣ କରିଥାଏ ସେ ସମ୍ପର୍କରେ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଏସ୍‌. ଆର୍‌ ଇଙ୍ଗଲେ୍‌ ସୂଚନା ଦେଇଥିଲେ।

ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଜୈବିକ ସାମଗ୍ରୀର ପରୀକ୍ଷଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଉପରେ ପ୍ରୟୋଗାତ୍ମକ ତାଲିମ ସହିତ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରି ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରୁଛି। ଜୈବିକ ଚାଷକୁ ଆପଣେଇବା ପାଇଁ ଓଡ଼ିଶାର ଜନସାଂଖ୍ୟିକ ସ୍ଥିତି ଅତ୍ୟନ୍ତ ଅନୁକୂଳ।

ଯୁଗ୍ମ ନିର୍ଦ୍ଦେଶକ (କ୍ୟୁସି ଆଣ୍ଡ ଇ) ବସନ୍ତ କୁମାର ଦେ ଓଡ଼ିଶାରେ ଜୈବିକ ଓ ପ୍ରାକୃତିକ କୃଷିର ଗୁଣାତ୍ମକ ଦିଗ ଏବଂ ପ୍ରୋତ୍ସାହନର ଯୋଜନା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଜୈବିକ କୃଷିରେ ଜୈବିକ ଓ ଜୈବ ସାର ପରୀକ୍ଷା ଏବଂ ବ୍ୟବହାରର ନିୟମ ତଥା ଗୁରୁତ୍ୱ ସମ୍ପର୍କରେ ରାଜ୍ୟ ଜୈବ ରସାୟନବିତ୍‌ ଜେନାମଣି ବିବି ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଏହି ଅବସରରେ ବୈଜ୍ଞାନିକ ଅଧିକାରୀ ବିନୟ ଏମ୍. ଆର୍, ଡ. ଜୟନ୍ତ ରମଣ, ଧନେଶ ଶର୍ମା, ସୁମନ କୌର ପ୍ରମୁଖ ଉପସ୍ଥିତ ଥିଲେ।