Categories
ଆଜିର ଖବର ରାଜ୍ୟ ଖବର

ମୁକୁଳା ଡ଼୍ରେନ୍ ରେ ଭାସି ଏସ୍ ଏମ୍ ଆଇ କର୍ମଚାରୀଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ମୁକୁଳା ଡ୍ରେନରେ ବର୍ଷା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଖାରବେଳ ନଗର ବାସିନ୍ଦା ମହେନ୍ଦ୍ର ପାଣିଗ୍ରାହୀ ବୋଲି ଜଣାପଡିଛି। ସେ ସେହି ରାସ୍ତାଦେଇ ଆସୁଥିବା ବେଳେ ଉକ୍ତ ମୁକୁଳା ଡ଼୍ରେନ୍ ରେ ସ୍କୁଟି ସହ ଖସି ଭାସୁଥିବା ବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଅଟୋ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।