Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୧୬ ରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୬ ତାରିଖ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଉପସ୍ଥାପିତ ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦଘାଟନ ପାଇଁ ସୁଲତାନପୁର ଯାଉଛନ୍ତି। ସେ ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିବେ।

ସୂଚନାଯୋଗ୍ୟ ଯେ, ସାମରିକ ଦୃଷ୍ଟିକୋଣରୁ ଏହି ଏକ୍ସପ୍ରେସ ୱେକୁ ମଧ୍ୟ ମଜବୁତ କରାଯାଇଛି। ସୁଲତାନପୁର ଜିଲ୍ଲାର କୁଦେଭରରେ ଏହି ଏକ୍ସପ୍ରେସୱେରେ ତିନି କିଲୋମିଟର ଲମ୍ବା ରନୱେ ନିର୍ମାଣ କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜ ଅବତରଣ କରିପାରିବ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ମଙ୍ଗଳବାର ଦିନ ଅପରାହ୍ନ ୩.୧୫ ମିନିଟରେ ଏୟାର ସୋ ଦେଖିବେ। ଏହି ଏୟାର ସୋକୁ ଭାରତୀୟ ବାୟୁସେନା ଉପସ୍ଥାପନ କରିବ।