Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାର ୧୨୫ଟି ସହରରେ ୫ଜି ସେବାର ଶୁଭାରମ୍ଭ କରିଛି ଏୟାରଟେଲ୍‌

ଭୁବନେଶ୍ୱର :  ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଦେଶର ୧୨୫ଟି ସହରରେ ଏହାର ଅଲ୍‌ଟ୍ରାଫାଷ୍ଟ୍ ୫ଜି ସେବାର ଶୁଭାରମ୍ଭର ଘୋଷଣା କରିଛି। ଏୟାରଟେଲ୍ ୫ଜି ପ୍ଲସ୍ ସେବା ବର୍ତ୍ତମାନ ଦେଶର ୨୬୫ରୁ ଅଧିକ ସହରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।

ପୂର୍ବରୁ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡ ଟାଉନ୍‌ରେ ଏୟାରଟେଲ୍ ୫ଜି ଉପଲବ୍ଧ ହୋଇଥିବା ବେଳେ ବର୍ତମାନ କେନ୍ଦ୍ରାପଡା, ଯାଜପୁର ରୋଡ୍‌, ବଲାଙ୍ଗୀର, ତାଳଚେର ସହରରେ ଏହି ୫ଜି ସେବା ଶୁଭାରମ୍ଭ କରାଯାଇଛି। ଏୟାରଟେଲ୍ ୫ଜି ପ୍ଲସ୍‌ରେ ଗ୍ରାହକଙ୍କ ପାଇଁ ୩ଟି ଆକର୍ଷଣୀୟ ସୁବିଧା ରହିଛି।

ପ୍ରଥମଟି ହେଉଛି ଏହା ଏଭଳି ଏକ ଟେକ୍ନୋଲୋଜିରେ ପରିଚାଳିତ ହେଉଛି ଯାହାର ସବୁଠାରୁ ବିକଶିତ ଇକୋସିଷ୍ଟମ ସହ ବିଶ୍ୱରେ ବ୍ୟାପକ ଗ୍ରହଣୀୟତା ରହିଛି। ଏହା ସୁନିଶ୍ଚିତ କରୁଛି ଯେ, ଭାରତରେ ସମସ୍ତ ୫ଜି ସ୍ମାର୍ଟଫୋନ୍‌ଗୁଡିକ ବାଧାହୀନ ଭାବେ ଏୟାରଟେଲ୍ ନେଟ୍‌ୱର୍କରେ କାର୍ଯ୍ୟ କରିବ।

୨ୟଟି ହେଉଛି କମ୍ପାନୀ ଚମତ୍କାର ଭଏସ୍ ଅନୁଭୂତି ଓ ସୁପର୍‌-ଫାଷ୍ଟ୍ କଲ୍ କନେକ୍ଟ ସମେତ ବର୍ତମାନ ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ବେଗ ସହ ସର୍ବୋତମ ଅନଭୂତି ଦେବା ପାଇଁ ପ୍ରତିଶ୍ରୁତି। ୩ୟଟି ହେଉଛି ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଏହାର ସ୍ୱତନ୍ତ୍ର ପାୱାର ରିଡକ୍ସନ ସଲ୍ୟୁଶନ ସହିତ ପରିବେଶ ପ୍ରତି ସକାରାତ୍ମକ ରହିଛି।

ନିର୍ଭରଯୋଗ୍ୟ ଏୟାରଟେଲ୍ ନେଟ୍‌ୱର୍କ ଭିତିଭୂମି ଦ୍ୱାରା ପରିଚାଳିତ ଏୟାରଟେଲ୍ ୫ଜି ପ୍ଲସ୍ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଂ ପାଇଁ ସୁପରଫାଷ୍ଟ୍ ଆକ୍‌ସେସ୍ ପ୍ରଦାନ କରିବ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ସିଟିଓ ଣ୍ରୀ ରଣଦୀପ ସେଖୋଁ କହିଛନ୍ତି, ‘ଏୟାରଟେଲ୍‌ରେ ଆମେ ଗ୍ରାହକଙ୍କୁ ସର୍ବୋଚ୍ଚ ମାନର ନେଟ୍‌ୱର୍କ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ କାରଣ ଆମେ ଆଉ ୧୨୫ଟି ସହରରେ ଆଜିଠାରୁ ରୋଲ୍‌-ଆଉଟ୍ ଆରମ୍ଭ କରିଛୁ।

ଏୟାରଟେଲ ହେଉଛି ଦେଶର ପ୍ରଥମ କମ୍ପାନୀ ଯାହା ଅକ୍ଟୋବର ୨୦୨୨ରେ ୫ଜି ସେବା ଆରମ୍ଭ କରିଥିଲା ଏବଂ ଆଜିର ଏହି ମେଗା ଉନ୍ମୋଚନ ହେଉଛି ଦେଶର ପ୍ରତ୍ୟେକ ଏୟାରଟେଲ ଗ୍ରାହକଙ୍କୁ ଅଲ୍‌ଟ୍ରାଫାଷ୍ଟ ଏୟାରଟେଲ୍ ୫ଜି ପ୍ଲସ୍ ସହ କନେକ୍ଟ କରିବା ପାଇଁ ଆମର ପ୍ରତିବଦ୍ଧତା। ଏୟାରଟେଲ୍ ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ଟାଉନ୍ ଓ ପ୍ରମୁଖ ଗ୍ରାମାଂଚଳରେ ୫ଜି ସେବା ପ୍ରଦାନ କରିବ ପାଇଁ କାର୍ଯ୍ୟ ଜାରି ରଖିଛି।’

ଏୟାରଟେଲ୍ ଜମ୍ମୁର ଉତରରେ ଥିବା ସହରରୁ ଆରମ୍ଭ କରି କନ୍ୟାକୁମାରୀର ଦକ୍ଷିଣ ଭାଗ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରଗୁଡିକରେ ଏୟାରଟେଲ୍ ୫ଜି ସେବା ପ୍ରଦାନ କରୁଛି। ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ ବ୍ୟବହାରିକ ମାମଲା ସହିତ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି।

Categories
ବିଶେଷ ଖବର ବ୍ୟବସାୟ

ଓଡିଶାର ୮ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍

ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ଉପଲବ୍ଧ ହୋଇଥିଲା ।

କମ୍ପାନୀ ଏହାର ନେଟ୍‌ୱର୍କ ନିର୍ମାଣ ଓ ରୋଲ୍‌-ଆଉଟ୍ ଶେଷ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍‌-ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଶୁଳ୍କରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଉପଭୋଗ କରିପାରିବେ । ଏଥିପାଇଁ ସିମ୍ ବଦଳାଇବାର କୌଣସି ଆବଶ୍ୟକତା ନାହିଁ ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ଓଡିଶା, ବିହାର ଓ ଝାଡଖଣ୍ଡ ସିଇଓ ଶ୍ରୀ ଅନୁପମ ଅରୋରା କହିଛନ୍ତି, ‘ମୁଁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀ ବ୍ୟତୀତ ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ ଘୋଷଣା କରି ଉତ୍ସାହିତ । ଏହି ସହରଗୁଡିକର ଏୟାରଟେଲ୍ ଗ୍ରାହକମାନେ ଏବେ ଅଲ୍‌ଟ୍ରାଫାଷ୍ଟ୍ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବର୍ତମାନର ୪ଜି ସ୍ପିଡ୍ ତୁଳନାରେ ୨୦ରୁ ୩୦ ଗୁଣ ପର୍ଯ୍ୟନ୍ତ ଅଧିକ ଦ୍ରୁତ ସ୍ପିଡ୍ ଉପଭୋଗ କରିପାରିବେ ।

ଆମେ ସମଗ୍ର ସହରଗୁଡିକରେ ୫ଜି ସେବା ଉପଲବ୍ଧ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛୁ ଯାହା ଗ୍ରାହକଙ୍କୁ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋ ଓ ଭିଡିଓର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଂ ପାଇଁ ସୁପର୍‌ଫାଷ୍ଟ ଆକ୍‌ସେ୍‌କୁ ଉପଭୋଗ କରିବାକୁ ଅନୁମତି ଦେବ ।’

ଏୟାରଟେଲ୍ ୫ଜି ପ୍ଲସ୍ ଏୟାରଟେଲ୍ ପ୍ରଦାନ କରୁଥିବା ସେବାଗୁଡିକର ସମଗ୍ର ପୋର୍ଟଫୋଲିଓକୁ ସୁଦୃଢ କରିବ । ଏହି ଶୁଭାରମ୍ଭ ସହିତ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରୋତ୍ସାହନ ପାଇବ କାରଣ ଏୟାରଟେଲ୍ ୫ଜି ପ୍ଲସ୍ ଦେଶର ଶିକ୍ଷା, ସ୍ୱାସ୍ଥ୍ୟସେବା, ନିର୍ମାଣ, କୃଷି, ଯାତାୟତ ଓ ପରିବହନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ।

ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ କ୍ଷେତ୍ରରେ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି ଯାହା ଗ୍ରାହକଙ୍କ ବଂଚିବା ଓ ବ୍ୟବସାୟ କରିବା ଶୈଳୀକୁ ପରିବର୍ତନ କରିବ । ହାଇଦ୍ରାବାଦରେ ଭାରତର ପ୍ରଥମ ଲାଇଭ୍ ୫ଜି ନେଟ୍‌ୱର୍କଠାରୁ ଆରମ୍ଭ କରି ବେଙ୍ଗାଲୁରୁରେ ବୋଶ୍ ପ୍ଲାଂଟ୍‌ରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ, ଏହାର ଚକନ ମାନୁଫ୍ୟାକ୍‌ଚରିଙ୍ଗ୍ ୟୁନିଟ୍ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସହ ସହଭାଗିତା, ଭାରତର ପ୍ରଥମ ୫ଜି ସକ୍ଷମ ଅଟୋ ମାନୁଫ୍ୟାକ୍‌ଚରିଂ ୟୁନିଟ୍ ପର୍ଯ୍ୟନ୍ତ ଏୟାରଟେଲ୍ ୫ଜି ଉଦ୍ଭାବନର ଆଗଧାଡିରେ ରହିଆସିଛି ।