ମୁମ୍ବାଇ,ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ଉଭୟ କୋରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ବଲିଉଡ ଅଭିନେତା ତଥା ବିଗ୍ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ବିଗ୍ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ହେବା ପରେ ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣଈ ଆରଧ୍ୟା ବଚ୍ଚନ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ।
