Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଲେ ରେଶମା ଟେଟେ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ନିକଟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ରେଶମା ଟେଟେ। ଶ୍ରୀମତୀ ଟେଟେ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଥିବା ଉକ୍ତ ଅଧିକାରିଣୀ ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଥିଲେ।

ତେବେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ବ୍ଲକ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ସମସ୍ତଙ୍କ ସହଯୋଗରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟକୁ ପହଂଚିବ ଏବଂ ବ୍ଲକର ଜନସାଧାରଣଙ୍କ ଅଭିଯୋଗ କିପରି ୫-ଟି ଉପକ୍ରମରେ ତ୍ୱରିତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ବିଡ଼ିଓ ଶ୍ରୀମତୀ ଟେଟେ କହିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀରେ ନୂତନ ତହସିଲଦାର ଭାବେ ଯୋଗଦେଲେ ବରିଷ୍ଠ ଓଏଏସ ଅଧିକାରିଣୀ ମିତାଲି ପାତ୍ର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରିଣୀ ମିତାଲି ପାତ୍ର। ଶ୍ରୀମତୀ ପାତ୍ର ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ଏବଂ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ପାଇବା ସହ ଏହା ପୁର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରି ଜିଲ୍ଲାର ଉନ୍ନତି ଦିଗରେ ଏକାଧିକ କାର୍ଯ୍ୟ କରିଛନ୍ତି ଶ୍ରୀମତୀ ପାତ୍ର।

ତେବେ ନିକଟରେ ତାଙ୍କ ବଦଳି ଟାଙ୍ଗୀ ତହସିଲଦାର ଭାବେ ହୋଇଥିବା ବେଳେ ଆଜି କାର୍ଯ୍ୟାଭାର ଗ୍ରହଣ କରିଛନ୍ତି ଶ୍ରୀମତୀ ପାତ୍ର। ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହେବା ସହ ଲଘୁ ଖଣିଜ ଦ୍ରବ୍ୟରେ ପରିପୂର୍ଣ୍ଣ। ତେଣୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା ନୂତନ ତହସିଲଦାରଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓଏଏସ ଅଧିକାରିଣୀ ବୁଲବୁଲ ବେହେରା

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରିଣୀ ଶ୍ରୀମତୀ ବୁଲବୁଲ ବେହେରା। ଶ୍ରୀମତୀ ବେହେରା ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ହୋଇଥିବାବେଳେ ଏହା ପୁର୍ବରୁ ସେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ବଦଳି ବାଣପୁର ବ୍ଲକକୁ ହୋଇଥିବା ବେଳେ ଗତକାଲି ସେ କାର୍ଯ୍ୟରେ ଯୋଗଦେଇଛନ୍ତି।

ତେବେ ବାଣପୁର ଏକ ବଡ଼ ବ୍ଲକ ଏବଂ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ସହାଭାଗିତାରେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଭାବେ କ୍ଷେତ୍ର ପରିଦର୍ଶନ, ୫ଟି ବ୍ୟବସ୍ଥାର ସଠିକ ପରିଚାଳନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ସଠିକ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚିପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ବେହେରା କହିଛନ୍ତି।