Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାରୀ ବସକୁ ନେଇ ଅଭିଯୋଗ ଅଛି କି ? ତେବେ କଣ କରିବେ ଜାଣନ୍ତୁ

ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହ ବିଭାଗର ଚାଲୁଥିବା ବସ ସେବାରେ କିଛି ଅଭିଯୋଗ ରହିଛି କି ? କଣ୍ଟକ୍ଟର ଟିକେଟ ନେଇ ବାକି ପଇସା ଫେରାଇ ନାହିଁ କି ? ବସରେ ଡ୍ରାଇଭର କିମ୍ବା କଣ୍ଡକ୍ଟର ଦୁବ୍ୟବହାର କଲେ କି ? ଏହିପରି ଯଦି କିଛି ଅଭିଯୋଗ ରହିଛି ତେବେ ତାହାର ସମାଧାନ ପାଇଁ ବିଭାଗ ଆରମ୍ଭ କରିଛି ପଦକ୍ଷେପ।

ସେହି ଅନୁସାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବିଭାଗ ଏକ ଟୋଲଫ୍ରି ନମ୍ବର ଜାରି କରିଛି। ଆପଣ ସେହି ନମ୍ବରକୁ ଫୋନ କରି ଆପଣ ଅଭିଯୋଗ କରିପାରିବେ। ସେହି ନମ୍ବରଟି ହେଲା 1800-345-1122 । ସେହିପରି ଆପଣ ଆପଣଙ୍କର ଅଭିଯୋଗକୁ ମଧ୍ୟ ଇମେଲ ଜରିଆରେ ପଠାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ଅନୁଗୁଳରୁ ରାଉରକେଲାକୁ ହାଇଟେକ ବସ୍ ସେବା, ଜାଣନ୍ତୁ ସମୟ

ଭୁବନେଶ୍ବର: ଆଜିଠାରୁ ଅନୁଗୁଳରୁ ରାଉରକେଲାକୁ ହାଇଟେକ୍ ବସ୍ ସେବା ଆରମ୍ଭ ହୋଇଛି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ବହୁଦିନରୁ ଏହି ରାସ୍ତାରେ ହାଇଟେକ ବସ୍ ସେବା ଯୋଗାଇବା ପାଇଁ ଦାବୀ ହେଉଥିଲା। ଯାହା ବର୍ତ୍ତମାନ ଓଏସଆରଟି ପୂରଣ କରିଛି।

OSRT

ଏହି ବସ୍ ଟି ପ୍ରତିଦିନ ଅପରାହ୍ନ ପାଞ୍ଚଟାରୁ ଅନୁଗୁଳରୁ ବାହାରି ରାଉରକେଲାରେ ରାତି ଏଗାରଟାରେ ପହଁଚିବ। ବାଟରେ 12ଟି ସ୍ଥାନରେ ରହଣି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାରୁ ଏହି ବସଟି ଭୋର 5 ଟା 45 ମିନିଟରୁ ବାହାରି ଅନୁଗୁଳରେ ଦିନ 12ଟାରେ ପହଁଚିବ। ଯାତ୍ରାମାନେ ଏ ନେଇ ଅନଲାଇନରେ ଟିକେଟ ବୁକିଂ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା କଟକ ବାଲିଗୁଡା ହାଇଟେକ ବସ ସେବା, ଜାଣନ୍ତୁ ସମୟ

ଭୁବନେଶ୍ବର: ଆଜିଠାରୁ କଟକ ବାଲିଗୁଡା ନୂଆ ହାଇଟେକ ବସ ସେବା ଆରମ୍ଭ ହୋଇଛି। ଏହାଦ୍ବାରା ଏହି ରୁଟରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। କାରଣ ଏହି ରୁଟରେ ହାଇଟେକ ବସରେ ଯିବା ସୁବିଧା ଆଗରୁ ନ ଥିଲା।

ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଦ୍ବାରା ଏହି ସେବା ଆରମ୍ଭ କରାଯାଇଛି। କଟକରୁ ଏହ ବସ ଭୋର 4 ଟା 40ରେ ବାହାରି ଦିନ ଗୋଟାଏ ବେଳେ ବାଲିଗୁଡାରେ ପହଞ୍ଚିବ। ଏଥିପାଇଁ ଓଏସଆରଟିସି ତରଫରୁ ଟିକେଟ ବୁକିଂ ଆରମ୍ଭ କରାଯାଇଛି।