Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ, ଜାଣନ୍ତୁ କିଏ ସେ ହେଲେ ଟପର

ଭୁବନେଶ୍ବର: ଆଜି ପ୍ରକାଶିତ ହୋଇଛି ଓଜେଇଇ ପରୀକ୍ଷା ଫଳ। ଏହାର ପୁସ୍ତିକାକୁ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଲୋକାର୍ପଣ କରିଛନ୍ତି। ଏହି ପରୀକ୍ଷାରେ ମୋଟ ୪୮୭୮୩ ଜଣ ରାଙ୍କ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ମୋଟ ୫୫୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ମୋଟ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯାଇଥିଲା।

ତେବେ ଏହି ପରୀକ୍ଷାରେ ବିଭିନ୍ନ ବିଭାଗରେ ଯେଉଁମାନେ ଟପର ହୋଇଛନ୍ତି ସେମାନେ ହେଲେ, ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି ।

ସେହିଭଳି ଏମ ଟେକ ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଭାଗରେ ଯେପରିକି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବୈମ୍ୟୋକେଶ କାମିଲା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା OJEE ପରୀକ୍ଷା ଫଳ, ଜାଣନ୍ତୁ ଟପରଙ୍କ ନାମ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ।  ଆଜି ଦିନ 11ଟା 30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ଏହା ପ୍ରକାଶିତ ହୋଇଛି। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିଥିଲେ।

ଏଥିରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଯେଉଁମାନେ ଟପର ହୋଇଛନ୍ତି ସେମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ..

ଏମବିଏ- ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
ଏମସିଏ-ଈଶାନ୍ତ କୁମାର ନାୟକ
ବି.ଫାର୍ମା- ଅରୂପ ପଣ୍ଡା
ଏମ.ଫାର୍ମା- ସଚିନ ନାୟକ
ଏମ ଆର୍କ-ସୃଷ୍ଟି ନଙ୍ଗାଲିଆ
ଏମ.ଟେକ ସିଭିଲ ଇଞ୍ଜିନିୟର- ସଞ୍ଜୀବ ପ୍ରଧାନ
ଏମ.ଟେକ ଇଲେକ୍ଟି୍ରକାଲ-ମିଥୁନ ଅଧିକାରୀ
ଏମଟେକ ମେକାନିକାଲ- ରାଜନ ମହାପାତ୍ର

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀମାନେ  www.ojee.nic.in ରେ ଲଗଅନ କରି ପରୀକ୍ଷା ଫଳ ମଧ୍ୟ ଜାଣିପାରିବେ। ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ପରୀକ୍ଷା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ OJEE ପରୀକ୍ଷା ଫଳ

ଭୁବନେଶ୍ବର: ଆଜି OJEE ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ବହୁଦିନ ଧରି ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଆଜି ସେମାନଙ୍କର ଭାଗ୍ୟ ଫଳ ହାସଲ କରିବେ।

ଆଜି ଦିନ 11ଟା  30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏହା ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ପ୍ରକାଶିତ ହେବ। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା: ଦୈନିକ ହେବ ୩ଟି ସିଫ୍ଟ

ଭୁବନେଶ୍ବର: କରୋନା ଯୋଗୁଁ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଏହି ପରୀକ୍ଷା ଜୁନ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା।

ତେବେ ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। କେଉଁ ଦିନ କେଉଁ ପରୀକ୍ଷା ହେବ, ତାହାର ତାଲିକା ଓଜେଇଇ ୱେବସାଇଟରେ ଉପଲବ୍ଧ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

ପରୀକ୍ଷା ବେଳେ କୋଭିଡ୍ ଗାଇଡଲାଇନ୍‌କୁ କଡାକଡି କରାଯିବ। ପରୀକ୍ଷା କେନ୍ଦ୍ରକୁ ଆସିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‌ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ ପରୀକ୍ଷା, କେନ୍ଦ୍ର ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ଶେଷରେ ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। କେନ୍ଦ୍ର ସରକାର ଶିକ୍ଷା ବିଭାଗର ଘୋଷଣା ଅନୁସାରେ ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ ପରୀକ୍ଷା। ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ ।

ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ। କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷା ଗତ ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାର ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୁଞ୍ଚିଲା ଓଜେଇଇ ପରୀକ୍ଷା: ଅନଲାଇନ ଆବେଦନର ସମୟ ଅବଧିକୁ ମଧ୍ୟ କରାଗଲା ବୃଦ୍ଧି

ଭୁବନେଶ୍ବର: ପୁଣିଥରେ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ଯୋଗୁଁ ଏହି ପରିକ୍ଷାକୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ, ତାହା ନେଇ ଜୁଲାଇ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ।

ଏହାସହ ପରୀକ୍ଷା ପାଇଁ ଅନଲାଇନ ଆବେଦନ ସମୟ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଅନଲାଇନ ଆବେଦନ ସମୟ ଅବଧିକୁ ଜୁଲାଇ ୧୨ ତାରିଖକୁ ବୃଦ୍ଧି କରାଯାଇଥିବା ବେଳେ ଫି’ ଦାଖଲର ସମୟ ଅବଧିକୁ ମଧ୍ୟ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ଲାଗି ପୂର୍ବରୁ ଆବେଦନ କରିପାରିନଥିବା ପରୀକ୍ଷାର୍ଥୀ ପାଇଁ ଅନଲାଇନରେ ଆବେଦନ କରିବାକୁ ସୁଯୋଗ ମିଳିବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ ୧୭ ତାରିଖରୁ ଓଜେଇଇ ପରୀକ୍ଷା: ଜାଣନ୍ତୁ ଛାତ୍ରଛାତ୍ରୀ କେମିତି କରିବେ ଆବେଦନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ www. Ojee.nic.in ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ। ତେବେ ଏହି ପରୀକ୍ଷା ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ରହିବ। ଏନେଇ ଓଜେଇଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।